ଚାକିରୀ ବଜାୟ ରଖିବାକୁ ହେଲେ ଧର୍ମ ପରିବର୍ତ୍ତନ କରିବା ପାଇଁ ବାଧ୍ୟ

Spread the love

ଚାକିରୀ ନିମନ୍ତେ ଧର୍ମ ପରିବର୍ତ୍ତନ ପାଇଁ କରାଯାଉଛି ବାଧ୍ୟ ବାଧକତା,ଏପରି ଘଟଣା ସାମନା କୁ ଆସିଛି ରାୟଗଡା ଜିଲ୍ଲା ବିସମକଟକର ଖୀଷ୍ଟିଆନ ହସ୍ପିଟାଲରୁ, ଯାହାକୁ ନେଇ ବିସମକଟକ ବ୍ଳକର କିଛି ଲୋକ ଆଜି ରାୟଗଡା ଜିଲ୍ଲାପାଳ ଙ୍କୁ ଭେଟିବାକୁ ଆସିଥିଲେ।ପରେ ଜିଲ୍ଲାପାଳ ସେମାନଙ୍କୁ ଲେବର ଅଧିକାରୀଙ୍କୁ ଭେଟି ଆଭିଯୋଗ କରିଛନ୍ତି।ସୂଚନା ଅନୁଯାୟୀ ଗତ ୩୦ ବର୍ଷରୁ ଅଧିକ ସମୟ ଧରି ଉକ୍ତ ଅଞ୍ଚଳର ୯ଜଣ କର୍ମଚାରୀ ବିସମକଟକ ଖ୍ରୀଷ୍ଟିଆନ ହସ୍ପିଟାଲରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଥିଲେ।କିନ୍ତୁ ସେ ସମୟରେ ଯେଉଁ ଡାକ୍ତର ମାନେ ଉକ୍ତ ହସ୍ପିଟାଲ ଦାୟୀତ୍ୱରେ ରହିଥିଲେ ସେମାନେ ଏହି ହିନ୍ଦୁ କର୍ମଚାରୀ ମାନଙ୍କୁ ବିରୋଧ କରୁନଥିଲେ,ପରେ ଡାକ୍ତର ଜନୀ ଉମେନ କେରଳ ରୁ ବିସମକଟକର ଖୀଷ୍ଟିଆନ ହସ୍ପିଟାଲ ଆସିଥିଲେ ଏବଂ ହିନ୍ଦୁ କର୍ମଚାରୀ ମାନଙ୍କୁ କାର୍ଯ୍ୟ ରୁ ବାହାର କରିଦେଇଥିଲେ, ଅନ୍ୟ ପକ୍ଷରେ ଏହି ଡାକ୍ତର କେରଳ ରୁ ଆସିଥିବା କାରଣରୁ ତାଙ୍କ ଉପରେ ପୂର୍ବ 5t ର ଅଧକ୍ଷ ପଣ୍ଡିଆନଙ୍କ ହାତ ରହିଥିବା ନେଇ ଅଭିଯୋଗ ଆଣିଛି ରାୟଗଡା ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ, ଏବଂ ଆଗାମୀ ଦିନରେ ଯଦି ଜିଲ୍ଲାପାଳ ଘଟଣାର ସମାଧାନର ବାଟ ନ କାଢ଼ନ୍ତି ଜିଲ୍ଲାରେ ଯାହା ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସେଥିନିମନ୍ତେ ଜିଲ୍ଲାପାଳ ଦାୟୀ ରହିବା ନେଇ କହିଛନ୍ତି ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ଆନନ୍ଦ ରାଓ।

କିନ୍ତୁ ବର୍ତ୍ତମାନ ଖ୍ରୀଷ୍ଟିଆନ ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀ ସୁନୀଲ ଚନ୍ଦନ ଜୀବନ ମଲ ଖ୍ରୀଷ୍ଟିଆନ ହସ୍ପିଟାଲ ମୁଖ୍ୟ ଡାକ୍ତର ଦାଇତ୍ୱରେ ଅଛନ୍ତି ସେ ହିନ୍ଦୁ କର୍ମଚାରୀ ମାନଙ୍କୁ ଖ୍ରୀଷ୍ଟିଆନ ହେବା ନିମନ୍ତେ ମଧ୍ୟ ବାଧ୍ୟ କରୁଛନ୍ତି ,ଯାହା ଫଳରେ ୯ଜଣ କର୍ମଚାରୀଙ୍କୁ କାର୍ଯ୍ୟରୁ ବାହାର କରିଦେଇଥିବା ନେଇ ଅଭିଯୋଗ ହୋଇଛି।କିନ୍ତୁ ବର୍ତ୍ତମାନ ୯ ଜଣଙ୍କ ମଧରୁ ୬ କର୍ମଚାରୀ ଧର୍ମ ପରିବର୍ତ୍ତନ କରିବା ହେତୁ ସେମାନଙ୍କୁ କାର୍ଯ୍ୟରେ ରଖା ଯାଇଛି ଏବଂ ଅନ୍ୟ ତିନିଜଣ ଙ୍କ ମଧରୁ ଜଣେ ଖ୍ରୀଷ୍ଟିଆନ କର୍ମଚାରୀ ଏହି ହିନ୍ଦୁ ମାନଙ୍କୁ ସହଯୋଗ କରୁଥିବାରୁ ତାଙ୍କୁ ଏବଂ ଅନ୍ୟ ଦୁଇ ଜଣ ହିନ୍ଦୁ କର୍ମଚାରୀଙ୍କୁ ଆଜିପର୍ଯନ୍ତ ଧର୍ମ ପରିବର୍ତ୍ତନ କରିନଥିବା କାରଣରୁ କାର୍ଯ୍ୟରୁ ବାଦ ପଡିଛନ୍ତି ସୁଧୀର କୌଶଲ୍ୟା, ପ୍ରସନ୍ନ କୌଶଲ୍ୟା ଓ ସାହାଯ୍ୟ କରୁଥିବା ଖ୍ରୀଷ୍ଟିଆନ ବ୍ୟକ୍ତି ସାନନ୍ଦ ଗାଣ୍ଠl।ଏଘଟଣାକୁ ନେଇ ଉକ୍ତ କର୍ମଚାରୀ ମାନେ ଦୀର୍ଘ ଦୁଇ ବର୍ଷ ହେବ ବାରଦୁଆର ବୁଲି ବୁଲି ନୟାନ୍ତ ହେବା ପରେ ଆଗାମୀ ୧୩ ତାରିଖ ଦିନଉଭୟ ପକ୍ଷଙ୍କୁ ଡକାଯାଇ ବୁଝାବଣା କରାଯିବା ନେଇ କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ।

You may have missed

error: Content is protected !!
Breaking News