ଚାକିରି କରେଇ ଦେବା ନାଁରେଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ରେ ଗିରଫ ହେଲେ ବିଜେଡି ରୁ ବହିଷ୍କୃତ ସସ୍ମିତା ମାଝି । ଜଗତସିଂହପୁର ରୁ ସସ୍ମିତା ଙ୍କୁ ଗିରଫ କରିଛି ମାଥିଲି ପୋଲିସ । ମାଥିଲି ଜୋନ – ୩ ର ଜିଲା ପରିଷଦ ସଭ୍ୟ ସସ୍ମିତା ମାଝି । ତାଙ୍କ ନାଁରେ ମାଥିଲି ଥାନାରେ ଚାକିରି ନାଁ ରେ ଠକେଇ ଅଭିଯୋଗ ହୋଇଥିଲା । ସଂପୃକ୍ତ ଥିବା ରମେଶ ରାଉତ ଙ୍କୁ ପୂର୍ବରୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏପଟେ ବିଜେଡି ନେତା ଜୀବନ ସାହୁ ଫେରାର ହୋଇଛନ୍ତି । ତେବେ ଚାକିରି ଦେବା ନାଁରେ ମାଥିଲି ଅଂଚଳର କିଛି ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଆଦାୟ ହୋଇଥିଲା । ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାଁ କହି ଚାକିରି ଦେବାକୁ କୋଟି କୋଟି ଟଙ୍କା କାରବାର ହୋଇଥିଲା । ଏ ନେଇ ଠକେଇ ର ଶିକାର ହୋଇଥିବା ଅଭିଯୋଗକାରୀ ମାଥିଲି ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ତେବେ ପୋଲିସ ର ତଦନ୍ତ ଜାରି ରହିଥିବାବେଳେ ସସ୍ମିତା ମାଝିଙ୍କୁ ଆଜି ଗିରଫ କରାଯାଇଛି ।ତାଙ୍କୁ ମାଥିଲି ଡାକ୍ତରଖାନାରେ ମେଡ଼ିକାଲ ଚେକ୍ପ ପରେ କୋଟ ଚାଲାଣ କରାଯାଇଛି। ଏପଟେ ଜୀବନ ସାହୁ ନାମକ ବ୍ୟକ୍ତି ଫେରାର ହୋଇଛନ୍ତି । ଏହାକୁ ନେଇ ମାଥିଲି ରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ