Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ଚଲିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ

Spread the love

ନୂଆପଡ଼ା ଜିଲ୍ଲା ଖଡିଆଳ ତିଖାଲି ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଛି। ବୁଧବାର ଦୁଇ ଗୋଟି ଗେଟ୍ ୩ ଓ ୬ ଖୋଲି ଜଳ ନିଷ୍କାସନ କରା ଯାଇଥିଲା। ଜଳ ନିଷ୍କାସନ ବେଳେ ତିଖାଳି ଜଳ ସେଚନ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସଂଜୀବ ଜ୍ଞାନ ଭତ୍ରା,ଜିଲ୍ଲା ପ୍ରଶାସନ ପକ୍ଷ୍ରୁ ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ,ଅଧିକ୍ଷଣ ଯନ୍ତ୍ରୀ ସୌମ୍ୟ ରଞ୍ଜନ ଜୟପୁରିଆ,ଖଡିଆଳ ବିଡ଼ିଓ ବିର ବେହେରା,ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଖଡ଼ିଆଳ ପାଣି ପଞ୍ଚାୟତ କମିଟି କୋଷାଧ୍ୟକ୍ଷ ମାନବିନ୍ଦ୍ର ସିଂ ବାରିକ,ମାଁ ଗାୟତ୍ରୀ ଜଳ ଆବଣ୍ଟନ କମିଟି ସଭାପତି ଶ୍ରୀରାମ ସମେନ୍ଦ୍ର ସିଂହ,ସମ୍ପାଦକ ସୁଶାନ୍ତ କୁମାର ବିଶି ପ୍ରମୁଖ ଉପସ୍ଥିତି ଥିଲେ।

ଅନ୍ୟ ଲଘୁଚାପ ହେବା ପୂର୍ବାନୁମାନ ଥିବାରୁ ଉଚ୍ଚ ସ୍ତରୀୟ ଅଧିକାରୀଙ୍କ ପରାମର୍ଶ କ୍ରମେ ଡେମ ରୁ ଜଳ ନିଷ୍କାସିତ ହେଉଅଛି। ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ ଡେମ ପ୍ରତି ସେକେଣ୍ଡରେ ୯୮ କିୟୁବିକ ସେଟ୍ ଜଳ ନିଷ୍କାସନ ହେଉଥିବା ବେଳେ ଡେମ ଜଳରାଶିରେ ୨୬୩.୪୪ ମିଟର ଜଳ ରହିଅଛି। ଜଳ ରାଶିରେ ୨୭୧.୬୪୫ ମିଲିୟନ କିୟୁବିକ ମିଟର ଜଳ ରହିଅଛି।

error: Content is protected !!
Breaking News