ଚନ୍ଦ୍ରଗିରି ଠାରେ ତାଳୁକ ଆଇନ ସଚେତନତା କାର୍ଯ୍ୟକ୍ରମ

Spread the love

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ସ୍ଥିତ ପଂଚାୟତ କାର୍ଯ୍ୟାଳୟ ଠାରେ ମୋହନା ସ୍ଥିତ ମାନ୍ୟବର ପ୍ରଥମ ଶ୍ରେଣୀୟ ବିଚାର ପତି ତଥା ତାଳୁକ ଆଇନ ସେବା କେନ୍ଦ୍ରର ଚେୟାରମ୍ୟାନ ଶୁଭଜିତ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୋହନା ବ୍ଲକ ତରଫରୁ ABDO ରମାକାନ୍ତ ଚୌଧୁରୀ, GPO ଦୀପକ ପ୍ରଧାନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ବିଷୟରେ ଲୋକଙ୍କୁ ସଚେତନତା କରାଇଥିବାବେଳେ , ତାଳୁକ ଆଇନ ସେବା କେନ୍ଦ୍ରର ଚେୟାରମ୍ୟାନ ଉପସ୍ଥିତ ଜନସାଧାରଣଙ୍କୁ ଆଇନ ବିଷୟରେ ସଚେତନତା କରିବା ସହ ଗରିବ ଲୋକଙ୍କ ପାଇଁ ମାଗଣା ଆଇନ ସେବା ବ୍ୟବସ୍ଥା ଅଛି ବୋଲି ଉଦବୋଧନ ଦେଇଥିଲେ, ମୋହନା ଓକିଲ ସଂଘ ସଭାପତି ସନ୍ତୋଷ କୁମାର ପାଢ଼ୀ, ଉପସଭାପତି ସିମାଞ୍ଚଳ କାର୍ଜି ସମେତ ଦୁର୍ଯ୍ୟୋଧନ କରଡ଼ା ଆଇନଜୀବୀ ଉପସ୍ଥିତ ରହି ଆଇନ ବିଷୟରେ ଉଦବୋଧନ ଦେଇଥିଲେ ଏହି ଅବସରରେ ଚନ୍ଦ୍ରଗିରି ପଂଚାୟତ ସରପଞ୍ଚ ରଜନୀକାନ୍ତ ପ୍ରଧାନୀ, ସମିତି ସଭ୍ୟା ଦବନ୍ତି ମଣ୍ଡଳ ସମେତ ମିଶନ ଶକ୍ତି ମହିଳା ଗ୍ରୁପ, ଓଡିଶା ଜୀବିକା ମିଶନ ମହିଳା ଗ୍ରୁପ, ଅଙ୍ଗନବାଡି, ଆଶା ଦିଦି, ବ୍ଲକ କର୍ମଚାରୀ ସମୂହ ପ୍ରଥମେ ମାନ୍ୟବର ଚେୟାରମ୍ୟାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିବା ସହ ସଚେତନ କାର୍ଯ୍ୟକ୍ରମରେ ଉପଢ଼ୋକନଦେଇ ସମ୍ବର୍ଦ୍ଧନା ଜଣେଇଥିଲେ, ଏହି କାର୍ଯ୍ୟକ୍ରମଟିକୁ ବ୍ଲକ ତରଫରୁ ବିଶ୍ୱଜିତ ନାୟକ ପରିଚାଳନା କରିଥିଲେ l

You may have missed

error: Content is protected !!
Breaking News