ବରିଷ୍ଠ ନାଗରିକ ଙ୍କୁ ଛତା ଓ ଭତା ବାଣ୍ଟିଲେ ଖୋର୍ଦ୍ଧା ବ୍ଲକ ନନ୍ଦପୁର ସରପଞ୍ଚ

Spread the love

ଖୋର୍ଦ୍ଧା(ନିପ୍ର) ୭୮ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଖୋର୍ଦ୍ଧା ବ୍ଲକ ନନ୍ଦପୁର ପଞ୍ଚାୟତ ରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା।ଏଠାରେ ସରପଞ୍ଚ ବିପ୍ଳବ କେଶରୀ ବଳିଆରସିଂହ ପଞ୍ଚାୟତ ର ୫୦୦ ରୁ ଉର୍ଦ୍ଧ୍ଵ ବରିଷ୍ଠ ନାଗରିକ ଙ୍କୁ ନିଜସ୍ୱ ଉଦ୍ୟମ ରେ ବର୍ଷା ଦିନ କୁ ଆଖି ଆଗରେ ରଖି ଛତା ବଣ୍ଟନ କରିଥିଲା ବେଳେ ସମସ୍ତଙ୍କ ଉପସ୍ଥିତିରେ ୭୮ ତମ ସ୍ୱାଧୀନତା ଦିବସ ପତାକା ଉତ୍ତୋଳନ କରି ମହାସମାରୋହ ରେ ଉତ୍ସବ ପାଳନ କରିଥିଲେ।ଏହି ଅବସରେ ଅନେକ ବରିଷ୍ଠ ନାଗରିକ ଙ୍କୁ ସଂମ୍ମାନୀତ କରାଯାଇଥିଲା ବେଳେ ନୂତନ ଭାବେ ମଞ୍ଜୁର ହୋଇଥିଲା ଭତା ମଧ୍ୟ ବଣ୍ଟନ ହୋଇଥିଲା।ଏଭଳି ଏକ ଜାତୀୟ ଉତ୍ସବରେ ସରପଞ୍ଚ ବିପ୍ଳବ ବଳିଆରସିଂହ ଙ୍କ ଏଭଳି ନିଆରା କାର୍ଯ୍ୟକ୍ରମ ସମସ୍ତଙ୍କ ମନ କିଣିନେଇଥିଲା ବେଳେ ଖୋର୍ଦ୍ଧା ବ୍ଲକ ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ,,ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଭୁ ପ୍ରସାଦ ସୁବୁଦ୍ଧି,ପଞ୍ଚାୟତ ମହିଳା ମହାସଙ୍ଘ ସଭାନେତ୍ରୀ ସୀତା ଦେଇ, ଇସି ସଭ୍ୟ ,ୱାର୍ଡ ସଭ୍ୟ ସଭ୍ୟା ପ୍ରମୁଖ ଉପସ୍ଥିତ ରହି ସମସ୍ତ ବରିଷ୍ଠ ଙ୍କୁ ଛତା ବଣ୍ଟନ କରିଥିଲେ।ପଞ୍ଚାୟତ ର ଏଭଳି ଏକ ସାମୁହିକ ସମାଜିକ କାର୍ଯ୍ୟକ୍ରମ କୁ ବିଭିନ୍ନ ମହଲରେ ପ୍ରସଂସା କରାଯାଇଥିଲା।ସେପଟେ ପଞ୍ଚାୟତ ର ଅବସରପ୍ରାପ୍ତ ସେନା ଅଧିକାରୀ ଏହି ଜାତୀୟ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ନିଜ ନିଜ ଅନୁଭୂତି ପ୍ରକାଶ କରିବା ସହିତ ଦେଶ ପ୍ରେମ ଜାଗ୍ରତ କରିଥିଲେ।

You may have missed

error: Content is protected !!
Breaking News