ଛତ୍ରପୁର,୧୧/୦୯: ଜେଲ୍ରେ ବିଚରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ । ଛତ୍ରପୁର ଉପକାରାଗାରରେ ଏଭଳି ଘଟଣା ଘଟିଛି। କଏଦୀ ଜଣକ ହେଲେ ରମ୍ଭା ଅଞ୍ଚଳର ଆଶୁତୋଷ ନାହାକ । ତାଙ୍କ ଆତ୍ମହତ୍ୟା ଉଦ୍ୟମର କାରଣ ଅସ୍ପଷ୍ଟ ରହିଛି। ସୂଚନା ଅନୁଯାୟୀ, ଆଶୁତୋଷ ଦୁଷ୍କର୍ମ ମାମଲାରେ ତିନି ମାସ ତଳେ କୋଦଳା ଜେଲରୁ ଛତ୍ରପୁର ଉପକାରାଗାରକୁ ଆସିଥିଲା । ତେବେ ବୁଧବାର ସକାଳୁ ସେ କୌଣସି ଧାରୁଆ କାଚ ଦ୍ୱାରା ନିଜ ବେକକୁ କାଟିଥିଲା । ଏହା ଦେଖି ଜେଲ୍ର କର୍ମୀ ତୁରନ୍ତ ତାଙ୍କୁ ଛତ୍ରପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ । ପରେ ଏହି ଘଟଣା ସମ୍ୱନ୍ଧରେ ଜେଲ୍ର କର୍ମୀ ସୁପରିଟେଣ୍ଡେଣ୍ଟଙ୍କୁ ଖବର ଦେଇଥିଲେ । ଖବର ପାଇ ଛତ୍ରପୁର ଉପକାରାଗାର ସୁପରିଟେଣ୍ଡେଣ୍ଟ ମେଡିକାଲରେ ଉପସ୍ଥିତ ରହି ଆଶୁତୋଷଙ୍କ ପରିବାରକୁ ଏହି ଘଟଣା ସମ୍ୱନ୍ଧରେ ଅବଗତ କରାଇଥିଲେ ।ବର୍ତ୍ତମାନ କଏଦୀ ଆଶୁତୋଷ ବ୍ରହ୍ମପୁର ବଡ଼ ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ସୂଚନା ମିଳିଛି
More Stories
25-01-2025
ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆଙ୍କ ନୂଆପଡ଼ା ଗସ୍ତ
13.01.2025