Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ଚିକିଟି ରାଜନୀତିରେ ପ୍ରଥମ ଥର ମାନସିକ ବ୍ରତ

Spread the love

ପାତ୍ରପୁର : ପାତ୍ରପୁର ବ୍ଳକ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ବେଳେ ବର୍ତ୍ତମାନ ମାନସିକ ନଡିଆ କୁ ଚର୍ଚ୍ଚା ପାଇଁ ସୁରାକ ଯୋଗାଇଛି।ସାଧାରଣ ନିର୍ବାଚନ ସାରିଥିବା ବେଳେ ନିର୍ବାଚନରେ ବିଜୟ ପାଇଁ ଦେବଦେବୀଙ୍କ ପୀଠରେ ମାନସିକ ବ୍ରତ କରିଥିବା ସ୍ବାଭାବିକ କଥା ଅଟେ । ସେହିପରି ଗଞ୍ଜାମ ଜିଲ୍ଲା ତଥା ରାଜ୍ୟରେ ରାଜନୀତିରେ ସବୁ ବେଳେ ଗୁରୁତ୍ବ ବହନ କରୁଥିବା ଚିକିଟି ନିର୍ବାଚନ ମଣ୍ଡଳୀରେ ବିଜୟ ପାଇଁ ପାତ୍ରପୁର ସ୍ଥିତ ମା କୁଠାରୀଙ୍କ ପୀଠରେ ଏକ ଭିନ୍ନ ପ୍ରକାରର ମାନସିକ କରାଯାଇଥିଲା ।

ବିଜେପି ବିଧାୟକ ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କ ପାଇଁ ଜଣେ ଯୁବକ ମାନସିକ କରିଥିଲେ । ମାନସିକ ଏହା ଥିଲା କି ମନୋରଞ୍ଜନ ଦ୍ୟାନ ସାମନ୍ତରା ଯେତେ ଭୋଟ ବ୍ୟବଧାନରେ ବିଜୟୀ ହେବେ ସେତେ ସଂଖ୍ୟକ ନଡ଼ିଆ ମା କୁଠାରୀଙ୍କ ପୀଠରେ ଭାଙ୍ଗିବା ପାଇଁ ମାନସିକ ରଖାଯାଇଥିଲା । ରାଜ୍ୟରେ ରାଜନୀତିରେ ସରକାର ପରିବର୍ତ୍ତନ ହେବା ସହ ଚିକିଟିରେ ମଧ୍ୟ ବିଜେଡି ପାର୍ଥିଙ୍କୁ ୬୫୨୨ ଖଣ୍ଡ ଭୋଟରେ ବିଜେପି ପାର୍ଥି ମନୋରଞ୍ଜନ ଦ୍ୟାନ ସାମନ୍ତରା ପରାସ୍ତ କରିଥିଲେ । ମାନସିକ ଅନୁଯାୟୀ ମଙ୍ଗଳବାର ମାନସିକ ଧାରି ଜଣକ ୬୫୨୨ ଖଣ୍ଡ ନଡ଼ିଆ ଭାଙ୍ଗିଛନ୍ତି ।

ଚିକିଟି ନବ ନିର୍ବାଚିତ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ମା କୁଠାରୀଙ୍କ ପିଠରେ ପହଞ୍ଚି ମାଙ୍କ ର୍ମାଜଣା ପରେ ମାଙ୍କ ନିକଟରେ ଦୀପ ଲଗାଇ ପ୍ରଥମେ ନଡ଼ିଆ ଭାଙ୍ଗିଥିଲେ । ପରେ ଗ୍ରାମର ଯୁବକ ଓ ଅଞ୍ଚଳର ବହୁ ଯୁବକ ମାନେ ମିଶି ମନ୍ଦିର ପରିସରରେ ୬୫୨୨ ଗୋଟି ନଡ଼ିଆ ଭାଙ୍ଗିଥିଲେ । ଏହି ମାନସିକକୁ ଦେଖି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି । ନଡ଼ିଆ ଭାଙ୍ଗିବା ସମୟରେ ବିଧାୟକ ଙ୍କ ସ୍ତ୍ରୀ ତଥା ନାରୀନେତ୍ରୀ ମୀନା ଦ୍ୟାନ ସାମନ୍ତରା, ପାତ୍ରପୁର ବ୍ଳକ ଉପାଧ୍ୟକ୍ଷ ଅନାଦି ଚରଣ ପଣ୍ଡିତ, ପାତ୍ରପୁର ସରପଞ୍ଚ ସଦାନନ୍ଦ ନାୟକ, ସାମନ୍ତିଆପଲ୍ଲୀ ସମିତିସଭ୍ୟ ପ୍ରଶାନ୍ତ ସାହୁ, ଜୟନ୍ତୀପୁର ସମିତିସଭ୍ୟ ବାଲାଜୀ ପାଢ଼ୀ,ଜରଡା ସମିତିସଭ୍ୟ ସନ୍ତୋଷ କୁମାର ପ୍ରଧାନ,ଯୁବ ନେତା ଈ. କାଳିଦାସ ରେଡ୍ଡୀ, ନାରୀନେତ୍ରୀ ଲଳିତା ପ୍ରଧାନ, ବାଦଲ ପ୍ରଧାନ, କିରଣ ଅଧିକାରୀ,ମାଗତା ଅଧିକାରୀ,ଅଲେଖ କନ୍ୟାରି, ନିଶାନ୍ତ ବେହେରା,ରତନ ବେହେରା, ନରସିଂହ ବେହେରା,ବାବୁ ନାୟକ,ଭିମଶେନ ପ୍ରଧାନ,ଲବ ନାୟକ,କୁଶ ନାୟକ,ଟୁନା ନାୟକ,କାଳିଆ ନାୟକ ସନିଆ ନାୟକ, କୁନା ନାହାକ,କାଳୁ ବେହେରା, ଆଦି ବେହେରା,ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

error: Content is protected !!
Breaking News