ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସଦରମହକୁମା ର ଦୈନିକ ବଜାର ଠାରୁ ଆରମ୍ଭ କରି ସମସ୍ତ ସାହି ମୁଖ୍ୟ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିବା ସହ ମରଣଯନ୍ତା ପାଲଟିଛି ପ୍ରତ୍ୟେକ ଦିନ ଏହି ସବୁ ରାସ୍ତାରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି।ଚିତ୍ରକୋଣ୍ଡା ଅଞ୍ଚଳର ରାସ୍ତା ଘାଟ ବିଷୟରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ବି ସୁଫଳ ନମିଳିବାରୁ ଅଞ୍ଚଳବାସୀ ମଧ୍ୟ ଅଭିଯୋଗ କରିବା ଛାଡ଼ିଦେଲେ।ଏହି ରାସ୍ତା ଏବେ ଭଗବାନଙ୍କ ଭରସାରେ ପଡ଼ିରହିଛି।ଜିଲ୍ଲାପ୍ରଶାସନ ର ଚିତ୍ରକୋଣ୍ଡା ଅଞ୍ଚଳର ଏହି ରାସ୍ତା ଗୁଡ଼ିକ ଉପରେ ନଜର ପଡିବା ଓ ରାସ୍ତା ଘାଟ ନୂତନ ଭାବରେ କେବେ ନିର୍ମାଣ ହେବ ତାହା ଦେଖିବାକୁ ବାକି ରହିଲା।ଏହାସହ ସମସ୍ତ ଡ୍ରେନ ଗୁଡ଼ିକ ବହୁତ ଦିନରୁ ମରାମତି ନହେବା କାରଣରୁ ଡ୍ରେନ ଗୁଡ଼ିକ ଭାଙ୍ଗିଯିବା ସହ ମାଇଲ ପୂର୍ଣ୍ଣ ହୋଇରହିଛି ଯାହା ଫଳରେ ଡ୍ରେନ ରେ ଯିବା ପାଣି ରାସ୍ତା ଉପରେ ଚାଲୁଛି ଯାହାଫଳରେ ଅଞ୍ଚଳବାସୀ ବର୍ଷା ଆସିଲେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଯାହା ଫଳରେ ବର୍ଷା ହେଲେ ଚିତ୍ରକୋଣ୍ଡା ବାସି ଘରୁ ବାହାରକୁ ବାହାରୁ ନାହାଁନ୍ତି।ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଜିଲ୍ଲାସ୍ତରୀୟ ପ୍ରଶାସନିକ ଅଧିକାରୀ ଙ୍କ ଠାରୁ ଆରମ୍ଭ କରି ବ୍ଲକର ଅଧିକାରୀମାନେ ଯିବା ଆସିବା କରୁଛନ୍ତି ମାତ୍ର ଏହି ରାସ୍ତା କିପରି ନିର୍ମାଣ ହେବ ତାଉପରେ କୌଣସି ଅଧିକାରୀ କେବେ ବି ଦୃଷ୍ଟି ଦେଇନାହାନ୍ତି।ଚିତ୍ରକୋଣ୍ଡା ପଞ୍ଚାୟତରେ ପ୍ରାୟ ୧୦,୦୦୦ ଲୋକ ବସ ବାସ କରୁଥିବା ବେଳେ ଏଥି ପ୍ରତି ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଯଦି ଧ୍ୟାନ ନ ଦିଅନ୍ତି ପୂର୍ବ ବର୍ଷ ମାନଙ୍କପରି ଏହି ବର୍ଷ ମଧ୍ୟ ଚିତ୍ରକୋଣ୍ଡା ଅଞ୍ଚଳରେ ଡେଙ୍ଗୁ ଓ ମ୍ୟାଲେରିଆ ବ୍ୟାପିବାର ଆଶଂକା ସୃଷ୍ଠି ହେଉଛି।
More Stories
13.01.2025
4-12-2024
25-11-2024