ମୋରଡ଼ା : ବିଭିନ୍ନ ସମୟରେ ବହୁବାର ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ସୁଳିଆପଦା ଥାନା ଅଂଚଳରେ ବେଆଇନ ଭାବରେ ବାଲି ପଶ୍ଚିମ ବଙ୍ଗକୁ ଚୋରା ଚାଲାଣ ହେଉଛି, ପୋଲିସ ଓ ଚୋରା ବାଲି ମାଫିଆଙ୍କ ଲୁଚକାଳି ଖେଳ ମଧ୍ୟରେ ବାଲି ମାଫିଆ ମାନେ ବାଜି ମାରିଥିଲେ l ପୋଲିସ ଯେତେ ଗଡା଼ଇ ଗଡାଈ ଧରିବାକୁ ଚେଷ୍ଟା କରିଲେ ମଧ୍ୟ ବାଲି ମାଆଫି ପୋଲିସ ହାତରୁ ଖସି ଯାଉଥିଲେ। ଦିନକୁ ଦିନ ବାଲି ମଫିଆଙ୍କ ପ୍ରଦୂପ ବଢ଼ି ଚାଲିଥିବା ବେଳେ ସୁଳିଆପଡା ପୋଲିସ ହାତରେ ଲାଗିଛି ଚୋରା ବାଲିବୋଝେଇ ଟ୍ରାକ୍ଟର।ସୂଚନା ଅନୁସାରେ ସୁଳିଆପଦା ଥାନା ଅଧିକାରୀ ଆଦିତ୍ୟ ପ୍ରସାଦ ଜେନା ବିଶେଷ ସୂତ୍ରରୁ ଖବର ପାଇ ନିଜର କର୍ମଚାରୀଙ୍କୁ ଧରି ପେଟ୍ରୋଲିଙ୍ଗ ପାଇଁ ବାହାରି ଥିଲେ, ଖବର ମୁତାବକ ଚୋରା ବଝେଇ ବାଲିଗାଡି ଲୋଡ଼ ହୋଇ ଯାଉଥିବା ସମୟରେ କଣ୍ଟିସାହି ପଂଚାୟତ ପାଥରନାସା ଠାରେ ମାଡି ବସିଥିଲେ ପୂର୍ବରୁ ସଜାଗ ଥିବା ସୁଳିଆପଦା ପୋଲିସ । ଡ୍ରାଇଭରୁ ଗିରଫ କରିବା ସହ ବାଲି ଟ୍ରାକ୍ଟରକୁ ସିଜ କରିଛି ପୋଲିସ,୧୨୦/୨୪ ନମ୍ବରରେ କେଶ ବୁକ କରି ଅଧିକ ତଦନ୍ତ ଆରମ୍ଭ କରିଛି ସୁଳିଆପଦା ପୋଲିସ। କେବେ ବାଲିମାଫିଆ ଓ ପୋଲିସର କୁଚକାଳି ଖେଳ ଶେଷ ହେବ ତାହା ସବୁ ଆଡେ ଚର୍ଚ୍ଚା ହେଉଛି।
More Stories
13.01.2025
4-12-2024
25-11-2024