Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

Spread the love

ପାତ୍ରପୁର : ପାତ୍ରପୁର ବ୍ଳକ ପାତ୍ରପୁର କଂଗ୍ରେସ ନେତା ରବିନ୍ଦ୍ରନାଥ ଦ୍ୟାନ ସାମନ୍ତରା ବାସଭବନ ଠାରେ ଗୁରୁବାର ଚିକିଟି କଂଗ୍ରେସ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୂଷ୍ଟିତ ହୋଇଯାଇଛି। ଏହି ସମ୍ମିଳନୀରେ ଗତ ସାଧାରଣ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିବା କଂଗ୍ରେସ ବିଧାୟକ ପ୍ରାର୍ଥୀ ରବୀନ୍ଦ୍ର ଦ୍ୟାନ ସାମନ୍ତରା ଚିକିଟି ନିର୍ବାଚନ ମଣ୍ଡଳୀରେ ବିନା ଲାଇସେନ୍ସ ରେ ପ୍ରବଳ ମଦ ବିକ୍ରି କରାଯାଉଥିବା ନେଇ ଆରୋପ ଆଣିଛନ୍ତି ଏବଂ ଅଭିଯୋଗ ମଧ୍ୟ କରିଛନ୍ତି। କିଛିଦିନ ତଳେ ଚିକିଟି ମାଉନ୍ଦପୁର ରେ ବିଷାକ୍ତ ମଦ ପିଇ ଦୁଇ ଜଣ ବ୍ୟକ୍ତି ମୃତ୍ୟ ବରଣ ପାଇଁ ଭେଣ୍ଡର ମାନେ ହିଁ ପ୍ରକୃତ ଦାୟୀ ବୋଲି ମଧ୍ୟ ଅଭିଯୋଗ ଆଣିଛନ୍ତି। ଚିକିଟି ନିର୍ବାଚନରେ ମୋଟ ତିନି ଟି ଚାରୋଟି ଭାଟି ପାଇଁ ସରକାର ସିକ୍ରୁତି ପ୍ରଦାନ କରାଯାଇଥିବା ସେହି ତିନି ଚାରି ଭାଟି ଅନ୍ତର୍ଗତ ପନ୍ଦରଟି ମଦ ଦୋକାନ ଲାଇସେନ୍ସ ପାଇଥିବା ବେଳେ ପ୍ରତ୍ୟେକ ଗାଁ ରେ ପାଞ୍ଚ ଦଶ ଯାଗାରେ ମଦ ବିକ୍ରି ହେଇଥିବା ବେଳେ ଅବକାରୀ ବିଭାଗ ଜାଣିଶୁଣି ଚୁପ୍ ରହିଥିବା ମଧ୍ୟ ପ୍ରକାଶ କରିଛନ୍ତି। ବର୍ତ୍ତମାନର ଚଢ଼ାଉ ଚିକିଟି ମଦ ମୃତ୍ୟ ଘଟଣା ପାଇଁ ବିଭାଗ ଉପରକୁ ଆଙ୍ଗୁଳି ନଦେଖାଇବା ପାଇଁ ଖାଲି ଚଢ଼ାଉ ହେଉଛି। କହିବାକୁ ଗଲେ କେବଳ ଭେଣ୍ଡର ମାଲିକ ଯେଉଠିକି କହିଲେ ଅବକାରୀ ବିଭାଗ ପୋଲିସ ବିଭାଗ ସେଇଠି ଚଢ଼ାଉ କରୁଛି ଏବଂ ଆଖି ଦୃଶୀଆ ଚଢ଼ାଉ କରୁଛି। ଯଦି ଏ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯିବ ତାହେଲେ ଚିକିଟି ଭଳି ପାତ୍ରପୁର ରେ ମଧ୍ୟ ଏଭଳିଆ ଘଟଣା ଘଟି ଯାଇ ପାରେ।

error: Content is protected !!
Breaking News