Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

କଣ୍ଟେନର ରୁ ୪୨୦ କେଜି ଗଞ୍ଜେଇ ଜବତ

Spread the love

ମାଲକାନଗିରି : ପୁଣି ଅଭିନବ ଉପାୟରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ପୁଲିସ କବଜାରେ ଗଞ୍ଜେଇ ମାଫିଆ। ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଓର୍କେଲ ଥାନାଧିକାରୀ ଧିରେନ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଏସଆଇ ଅଜିତ କୁମାର ବରିହାଙ୍କ ନେତୃତ୍ଵରେ ଗତକାଲି ଚିତ୍ରକୋଣ୍ଡା ଛକ ନିକଟରେ ନିତି ଦିନିଆ ପାଟ୍ରୋଲିଂ ଏବଂ ଯାନବାହାନ ଯାଞ୍ଚ କରୁଥିବା ବେଳେ ଚିତ୍ରକୋଣ୍ଡା ପଟୁ ଏକ କଣ୍ଟେନର ଦୃତ ଗତିରେ ଆସୁଥିବା ଦେଖି ପୁଲିସକୁ ସନ୍ଦେହ ହେବାରୁ କଣ୍ଟେନରକୁ ଅଟକାଇ ଯାଞ୍ଚ କରିବାରୁ କଣ୍ଟେନର ଭିତରେ ଖାଲି ରଦି କାଗଜ ଭରି ହୋଇ ରହିଥିବା ବେଳେ ପୁଲିସ ସାବଧାନର ସହିତ ଗାଡ଼ିକୁ ଯାଞ୍ଚ କରିବାରୁ ୧୨ଟା ଜରି ବସ୍ତାରେ ଗଞ୍ଜେଇ ଥିବା ପୁଲିସ ଜାଣିବାକୁ ପାଇଥିଲା।
ପୁଲିସ ତୁରନ୍ତ ଗଞ୍ଜେଇ, କଣ୍ଟେନର ଗାଡ଼ି ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଥାନାକୁ ଆଣିଥିଲେ। ଅଭିଯୁକ୍ତ ମାନେ ହେଲେ ଅମୋଲ ଶାନ୍ତାରାମ ଶଙ୍କପାଲ ଏବଂ କମଲେସ ଜଗନ୍ନାଥ। ଉଭୟ ମହାରାଷ୍ଟ୍ର ରାଜ୍ୟର ବାସିନ୍ଦା ବୋଲି ଜଣାପଡିଛି। ଗିରଫ ଅଭିଯୁକ୍ତଙ୍କୁ ପଚାରାଉଚରା କରିବାରୁ ସେ ଚିତ୍ରକୋଣ୍ଡା ଅଞ୍ଚଳରୁ ଗଞ୍ଜେଇ ନେଇ ମହାରାଷ୍ଟ୍ର ରାଜ୍ୟକୁ ଚୋରାଚାଲାଣ କରୁଥିଲେ। ପୁଲିସ ୪୨୦ କେଜି ଗଞ୍ଜେଇ ତାଙ୍କ ପାଖରୁ ଜବତ କରିଥିବା ବେଳେ ଏହାର ବଜାର ମୂଲ୍ୟ ପାଖାପାଖି ୭୦ ଲକ୍ଷ ହେବ ବୋଲି ପୁଲିସ କହିଛି। ପ୍ରାଥମିକ ତଦନ୍ତ ପରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିବା ଥାନାଧିକାରୀ ଧିରେନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଓର୍କେଲ ଥାନା ପକ୍ଷରୁ ଏକ ଏନଡିପିଏସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି । ଏହି ଗଞ୍ଜେଇ ଚୋରାଚାଲାଣରେ ଆଉ କାହାରି ସମ୍ପୃକ୍ତି ଅଛି କି ନାହିଁ ଆଗକୁ ତଦନ୍ତରେ ଜଣାପଡ଼ିବ ବୋଲି ତଦନ୍ତକାରୀ ଅଧିକାରୀ ଅଜିତ କୁମାର ବରିହା କହିଛନ୍ତି।

error: Content is protected !!
Breaking News