କୋପରେଟିଭ ଆର୍ବନ୍ ବ୍ୟାଙ୍କର ବାର୍ଷିକ ସାଧାରଣ ସଭା

Spread the love

ବ୍ରହ୍ମପୁର : ସ୍ଥାନୀୟ ବ୍ରହ୍ମପୁର କୋପରେଟିଭ ଆର୍ବନ୍ ବ୍ୟାଙ୍କର ବାର୍ଷିକ ସାଧାରଣ ସଭା ମଙ୍ଗଳବାର ଅପରାହ୍ନ ସମୟରେ ବ୍ୟାଙ୍କ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବ୍ୟାଙ୍କ୍ ସଭାପତି ଶ୍ରୀ ଆର୍. ମୁରଲି ମହନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କ ସମସ୍ତ ନିର୍ଦ୍ଦେଶକ ଓ ସଭ୍ୟବୃନ୍ଦ ଉପସ୍ଥିତ ରହି ବ୍ୟାଙ୍କ୍ ବିଭିନ୍ନ ବିଷୟ ଗୁଡିକ ଉପରେ ଆଲୋଚନା କରାଯାଇଥିଲା। ଏହାସହ ୨୦୨୪-୨୫ ଆର୍ଥିକ ବର୍ଷର ଆୟ ବ୍ୟୟ ହିସାବକୁ ମଞ୍ଜୁର କରାଯାଇଥିଲା । ଏତଦ୍ ବ୍ୟତୀତ ୨୦୨୨-୨୩ ବର୍ଷ ଅଡିଟ୍ ରିପୋର୍ଟକୁ ଆଗତ କରାଗଲା, ଏଥିରେ କେତେକ ସଭ୍ୟ ଗୃହ ମରାମତି କରିବା ପାଇଁ ଓ ସଭ୍ୟମାନଙ୍କର ଅଂଶ ଧନର ଲାଭାଅଂଶ ଦବା ପାଇଁ ପ୍ରସ୍ତାବ ଦିଆଯାଇଥୁଲା ।

ଏହି ପରିପ୍ରେକ୍ଷୀରେ ସଭାପତି ଶ୍ରୀ ମୁରଲୀ ମତ ପ୍ରକାଶ କରିଛନ୍ତି ଯେ, ଏହି ବ୍ୟାଙ୍କ୍ ୧୯୦୬ ମସିହାରେ ଅନୁଷ୍ଠିତ ହୋଇଥିବା ସହ ୧୯୮୪ ମସିହାରେ ବ୍ୟାଙ୍କିଙ୍ଗ ବ୍ୟବସାୟ କରିବା ପାଇଁ ଅନୁମତି ପତ୍ର ପାଇଛି । ଏହି ବ୍ୟାଙ୍କ ପ୍ରତ୍ୟେକ ବର୍ଷ ଲାଭ କରି ଆସୁଛି ୨୦୨୨-୨୩ ବର୍ଷରେ ଏହି ବ୍ୟାଙ୍କ ସମୁଦାୟ ଲାଭ ୨୫୪,୯.୦୭୧.୫୩ ଓ ନିଟ୍ ଲାଭ ଟ.୨୧୭୦୫୫୮.୫୩ ଓ ୨୦୨୧-୨୨ ବର୍ଷରେ ନିଟ୍ ଲାଭ ୧୦,୮୭୧୩୦.୦୧ ଲାଭ କରିଛି । ପରିଶେଷରେ ସଂପାଦକ (ଭାରପ୍ରାପ୍ତ) ବିଧୁ ଭୁଷଣ ବେହେରା କର୍ମପ୍ଟରୀ ମାନଙ୍କ ନିଷ୍ଠାପର ସଦ୍ୟମ ଓ ନିର୍ଦ୍ଦେଶକ ମାନଙ୍କ ସହଯୋଗ ଏବଂ ସଭାପତିଙ୍କ ଚେଷ୍ଟା ଫଳରେ ଏହି ଲାଭ କରିଥିବାରୁ ନିୟମିତ ସଭ୍ୟମାନେ ପରିଚଳନା ପରିଷୋଧର ସଭ୍ୟ ମାନଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ ।

ପରିଶେଷରେ ସଭାପତି ଶ୍ରୀ ଆର୍. ମୁରଲି ମୋହନ ଧନ୍ୟବାଦ ପ୍ରସ୍ତାବ ଅର୍ପଣ କରି ସଭା ସାଙ୍କ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପ-ସଭାପତି ଶ୍ରୀମତୀ ଜ୍ୟୋତି ସୁବୁଦ୍ଧିଙ୍କ ସମେତ ପରିଚାଳନା ପରିଷଦ ସଭ୍ୟବୃନ୍ଦ ପ୍ରକାଶ ଚନ୍ଦ୍ର ମହାରଣା, ଶ୍ରୀମତୀ ପ୍ରମିତା କୁମାରୀ ବେହେରା, ଟି. କିଶୋର କୁମାର ପାତ୍ର, ସନାତନ ସାହୁ, ଶ୍ରୀମତୀ ଅଞ୍ଜନା କୁମାରୀ ସୁବୁଦ୍ଧି, ପି. ଦୀପକ କୁମାର ଯାଦବ, ପ୍ରଶାନ୍ତ କୁମାର ପଟ୍ଟନାୟକ, ଶ୍ରୀମତୀ ଲିଲି କୁମାରୀ ବେହେରା, ରବିନ୍ଦ୍ର ନାଥ ସେଠୀ, ଭାଗିରଥୀ ଚୌଧୁରୀ, ଶ୍ରୀମତୀ କୁରି କୁମାରୀ ଦାଶ, ଶ୍ରୀମତୀ ସରିତା କୁମାରୀ ସାହୁ ପ୍ରମୁଖ ଓ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

error: Content is protected !!
Breaking News