କ୍ରସରରେ ଥିବା ଗାଡିକୁ ପଥର ମାଡ଼

Spread the love

ପୋଲସରା : ପୋଲସରା ତହସିଲ ଅଧିନସ୍ଥ ସୋଡକ ଓ ମନ୍ଦାର ଗ୍ରାମ ମଧ୍ୟରେ ରହିଛି ଏକ ସରକାରୀ ସ୍ବୀକୃତି ପ୍ରାପ୍ତ କ୍ରସର ୟୁନିଟ। କିଛି ଦିନ ପୂର୍ବେ ଏହି କ୍ରସର ୟୁନିଟ ବନ୍ଦ ରହିବା ଦାବିରେ ପୋଲସରା ଥାନାରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ସୋଡକ ଗ୍ରାମବାସୀ। ଶନିବାର ୭ ତାରିଖରେ ଗ୍ରାମର କିଛି ବ୍ଯକ୍ତି କ୍ରସର ୟୁନିଟ ଭିତରେ ଥିବା ଏକ କାର ଉପରକୁ ଟେକା ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। ଏନେଇ ସେହି ଦିନ କ୍ରସର କର୍ମଚାରୀ ଗୌରିଶଙ୍କର ଆଚାରୀ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ଏଥି ସହ ହତ୍ୟା ଧମକ ଦିଆଯାଉଥିବା ତାଙ୍କ ଏତଲାରେ ଦର୍ଶାଯାଇଛି। ଏହି ଘଟଣାରେ ମନ୍ଦାର ଗ୍ରାମର ଡାକ ବିଭାଗର ଜଣେ ମହିଳା ଇଡ଼ି କର୍ମଚାରୀ ରୀନା ରାଣୀ ଓ ସୋଡକ ଗ୍ରାମର ଶଙ୍କର ସାହୁ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଏତଲା ଆଧାରରେ ୫୩୦/୨୪ ପ୍ରକାରେ ପୋଲସରା ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ପୋଲିସ ତଦନ୍ତ ଜାରି ରଖିଛି। ଏହି କ୍ରସର ଟି ମନ୍ଦାର ଗ୍ରାମ ଠାରୁ ଚାରି କିଲୋମିଟର ଓ ସୋଡକ ଗ୍ରାମ ଠାରୁ ଦୁଇ କିଲୋମିଟର ଦୂରରେ ଅବସ୍ଥିତ। ଦିର୍ଘ ବର୍ଷ ଧରି ଏହି କ୍ରସର ଟି ଚାଲିଥିବା ବେଳେ ହଠାତ୍ ଉଭୟ ଗ୍ରାମର କିଛି ଲୋକଙ୍କ କାହିଁକି ଅସୁବିଧା ହେଲା ପ୍ରଶ୍ନବାଚୀ ସୃଷ୍ଟି କରିଛି।

error: Content is protected !!
Breaking News