Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ଡାକ୍ତରୀ ଛତ୍ରୀ ର ହତ୍ୟାକାରୀ ଙ୍କୁ ଫାସି ଦେବା ଦାବୀ ରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ର ପ୍ରତିବାଦ

Spread the love

ରଣପୁର : କଲିକତା ଆର୍ ଜି କର ହସ୍ପିଟାଲ ର କାର୍ଯ୍ୟରତ ମହିଳା ଡାକ୍ତର ମୌମିତା ଦେବନାଥ ଙ୍କ ହତ୍ୟାକାରି ସଞ୍ଜୟ ରାୟ ଙ୍କର CBI ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରି ହତ୍ୟାକାରି ଙ୍କୁ ଫାଶୀ ଦେବା , ନାରୀ ନିର୍ଜ୍ୟାତନା କାରୀ ମମତା ବାନାର୍ଜୀ ସରକାର ଗାଦି ଛାଡ଼ିବା ଓ କେନ୍ଦ୍ର ମୋଦୀ ସରକାରଙ୍କ ଵେଟି ବଢାଅ ଵେଟି ବଚାଅ ପ୍ରତିଶୃତି ନୁହେଁ ତୁରନ୍ତ କାର୍ଯ୍ୟକାରୀ କରି ନାରୀ ସୁରକ୍ଷା ଯୋଗାଇ ଦେବା ଆଦି ଦାବୀରେ ଆଜି ସନ୍ଧ୍ୟାରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି (AIDWA) ତରଫରୁ ରଣପୁର ପଞ୍ଚୁଦୋଳ ପଡ଼ିଆ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତହୋଇଯାଇଛି । ଶତାଧିକ ମହିଳାଙ୍କର ଏକ କ୍ୟାଣ୍ଡଲ ଶୋଭାଯାତ୍ରା ଶହୀଦ୍ ରଘୁଦିବାକର ମଣ୍ଡପ ଠାରୁ ବାହାରି ବଜାର ପରିକ୍ରମା କରି ଥାନା ସମ୍ମୁଖରେ ନାରୀ ନେତ୍ରୀ ସଞ୍ଜୁକ୍ତା ସେଠୀଙ୍କ ସଭାପତିତ୍ବରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ନିହତ ଡାକ୍ତରୀ ଛାତ୍ରୀଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜଣାଯାଇଥିଲା । ସଂଗଠନର ସମ୍ପାଦିକା ପୁଷ୍ପାଞ୍ଜଳୀ ସେନାପତି, ଜ୍ୟୋସ୍ନା ରାଣୀ ନାୟକ , ଲୀଲି ବାଳା ପରିଡା, ରଞ୍ଜୁଲତା ମହାପାତ୍ର,ଝୁନୀ ରାଣୀ ପ୍ରଧାନ, ରୋଜାଲିନୀ ସାହୁ, ପ୍ରଭାତି ଭୂଆଁ, ପ୍ରମ୍ମୁଖ ନେତୃତ୍ବ ନେଇଥିଲା ବେଳେ ଶ୍ରମିକ ନେତା ସୁରେଶ ସ୍ବାଇଁ, ନିତ୍ୟାନନ୍ଦ ପରିଡା, ଦୁଶାସନ ଜେନା,ସବ୍ୟସାଚୀ ସେନାପତି,ସୁଶୀଲ ମହାନ୍ତି,କୁଳମଣି ପଲେଈ , ଭିକାରି ଚରଣ ସାହୁ ଓ କାଳନ୍ଦୀ ନାୟକ ପ୍ରମ୍ମୁଖ ଯୋଗ ଦେଇଥିଲେ।

error: Content is protected !!
Breaking News