ସବର୍ଣ୍ଣ ଛାତ୍ରଙ୍କ ମାଡ଼ରେ ୧୦ ଦଳିତ ଛାତ୍ର ଆହତ

Spread the love

ନୟାଗଡ଼ ବ୍ଲକ ମାଛିପଡାସ୍ଥ ଗୋଟିଏ କ୍ୟାମ୍ପସ(ହତା)ରେ ଥ‌ିବା ଚନ୍ଦ୍ରଶେଖର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଶ୍ୟାମବନ୍ଧୁ ଉଚ୍ଚ ବିଦ୍ୟାଳୟର ୧୦ ଦଳିତ ଛାତ୍ରଙ୍କୁ ସବର୍ଣ୍ଣ ଛାତ୍ରମାନେ ମାରପିଟ୍ କରିଥିବା ଅଭିଯୋଗ ହୋଇଛି । ସ୍କୁଲରେ ଛୁଆଁଅଛୁଆଁ ଭେଦଭାବ ରଖ୍ ପ୍ରଧାନଶିକ୍ଷକ ଓ ସଂସ୍କୃତ ଶିକ୍ଷକଙ୍କ ନିର୍ଦ୍ଦେଶରେ ସବର୍ଣ୍ଣଛାତ୍ରମାନେ ମାରପିଟ କରିଛନ୍ତି ବୋଲି ମାଡ଼ ଖାଇଥିବା ଛାତ୍ରଙ୍କ ଅଭିଭାବକମାନେ କହିଛନ୍ତି । ଏହି ଘଟଣାକୁ ନେଇ ମାଛିପଡ଼ାରେ ଉତ୍ତେଜନା ପ୍ରକାଶ ପାଇଛି । ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ୧୦ ଦଳିତ ଛାତ୍ର ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । ସେପଟେ ଅଭିଭାବକମାନେ ସ୍କୁଲକୁ ଯାଇ ପିଲାଙ୍କୁ ମାରପିଟ୍ ଘଟଣାର ତଦନ୍ତ କରିବାକୁ ଦାବି କରିବା ସହ ଜିଲା ଶିକ୍ଷା ଅଧିକାରୀଙ୍କୁ ଭେଟି ନ୍ୟାୟ ଭିକ୍ଷା । କରିଛନ୍ତି । ଅନ୍ୟପକ୍ଷେ ଅଭିଯୋଗ ନ ଥିଲେ ମଧ୍ୟ ନୟାଗଡ଼ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରି ଫେରିଛି ।

ସବର୍ଣ୍ଣ ଛାତ୍ରଙ୍କ ମାଡ଼ରେ ଆହତ ହୋଇଥିବା ଦଳିତ ଛାତ୍ରମାନେ। ବୁଧବାର ପ୍ରାର୍ଥନା ପୂର୍ବରୁ କେତେଜଣ ଛାତ୍ର ମିଳିତ ହୋଇ ଆମକୁ ମାରପିଟ୍ କଲେ । ଶାର୍ଟ ଚିରି ଦେଇ ପିଟିଲେ । ହାଇସ୍କୁଲର ପ୍ରଧାନଶିକ୍ଷକ ଓ ସଂସ୍କୃତ ଶିକ୍ଷକଙ୍କ ନିର୍ଦ୍ଦେଶରେ ଛୁଆଁ ଅଛୁଆଁ ଭେଦଭାବକୁ ନେଇ ମାରପିଟ୍ ହୋଇଛି । ମାପିଟ କରି ଷଷ୍ଠ, ସପ୍ତମ ଓ ନବମ ଶ୍ରେଣୀର ୧୦ ଛାତ୍ରଙ୍କୁ ସ୍କୁଲରୁ କାଢ଼ିଦେଲେ । ଏନେଇ ଘରେ ଜଣାଇବା ପରେ ପରିବାର ଲୋକ ଆମକୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ ଅଭିଭାବକ ଛାଟିଆଣି ନାୟକ କୁହନ୍ତି, ମୋ

ଫୁଅ ପରି ଅନେକ ଛାତ୍ର ମାଡ଼ ଖାଇଛନ୍ତି । ଡିଜିଟାଲ ଯୁଗରେ ଛୁଆଁଅଛୁଆଁ ଭେଦଭାବ ରଖ୍ ମାଡ଼ ମରା ଯାଇଥିବାରୁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ସେ କହିଛନ୍ତି । ହାଇସ୍କୁଲ ପ୍ରଧାନଶିକ୍ଷକ ଫକୀର ପ୍ରଧାନ ଓ ସଂସ୍କୃତ ଶିକ୍ଷକ ବ୍ରଜ କିଶୋର ସାହୁ କୁହନ୍ତି, ସବର୍ଣ୍ଣ ଅସବର୍ଣ୍ଣ ଛାତ୍ରଙ୍କ ମାରପିଟ୍ ଘଟଣା ସ୍କୁଲ ଭିତରେ କି ବାହାରେ ଘଟିଛି ଆମେ ଜାଣିନାହୁଁ । ଘଟଣାର ସତ୍ୟ ଜାଣିବା ପାଇଁ ସିସିଟିଭି ଯାଞ୍ଚ କରାଯାଉଛି । ଘଟଣାକୁ ସମାଧାନ

କରାଯିବାକୁ ଉଦ୍ୟମ ଜାରି ରହିଛି । ଡକ୍ଟର ଆମ୍ବେଡ଼କର ମହାସଂଘ ସମ୍ପାଦକ ଅଖ୍ ନାୟକ ଓ ସମାଜିକ କର୍ମୀ ପ୍ରଭାସିନୀ ନନ୍ଦ କୁହନ୍ତି, ୧୦ ଦଳିତ ଛାତ୍ରଙ୍କୁ ମାଡ଼ମରା ଘଟଣା ଜାଣିବା ପରେ ଛାତ୍ରମାନଙ୍କୁ ନେଇ ଡାକ୍ତରଙ୍କୁ ଦେଖାଇଲୁ । ସ୍କୁଲକୁ ଯାଇ ଘଟଣା ବୁଝିଲୁ । ଜିଲା ଶିକ୍ଷା ଅଧିକାରୀଙ୍କୁ ଲେଖୁ ଘଟଣାର ଅନୁଧ୍ୟାନ କରିବାକୁ ଅନୁରୋଧ କଲୁ । ଆମଠାରୁ ଅଭିଯୋଗ ପାଇବା ପରେ ଜିଲା ଶିକ୍ଷା ଅଧିକାରୀ ଘଟଣାର ସମାଧାନ ପାଇଁ ପଦକ୍ଷେପ

ମାଡଖାଇ ଥିବା ଛାତ୍ରଙ୍କ ଅଭିଯୋଗ ଅନୁଯାୟୀ, ସ୍କୁଲରେ ଛୁଆଁ ଅଛୁଆଁ ଭେଦଭାବ ରହିଛି । ଅଧିକାଂଶ ସମୟରେ ଆମକୁ ଜାତିଆଣ ଆକ୍ଷେପ କରାଯାଇଛି ।

ନେଲେ । ବ୍ଲକ ଶିକ୍ଷା ଅଧିକାରୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ, ସ୍କୁଲ ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକଙ୍କୁ ଡକାଇ ଆଲୋଚନା କଲେ । ଗୁରୁବାର ସ୍କୁଲକୁ ଯାଇ ଘଟଣାର ଆଲୋଚନା କରି ସମାଧାନ କରିବାକୁ ପ୍ରଧାନଶିକ୍ଷକଙ୍କୁ ପରାମର୍ଶ ଦେଇଛନ୍ତି । ଜିଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ କୁହନ୍ତି, ମାଛିପଡ଼ା ସ୍କୁଲରେ ଦଳିତ ଛାତ୍ରଙ୍କୁ ମାରପିଟ୍ ଘଟଣାର ଆପୋସ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇଛି । ସ୍କୁଲରେ ଯେପରି ବିଶୃଙ୍ଖଳା ନ ଘଟିବ ସେଥ୍ପାଇଁ ତାଗିଦ୍ କରାଯାଇଛି । ନୟାଗଡ଼ ସଦର ଥାନା ଆଇଆଇସି ଅନିତା ସାହୁ କୁହନ୍ତି, ଦଳିତ ଛାତ୍ରଙ୍କୁ ମାରପିଟ୍ ଘଟଣା ଶୁଣୁ ଶୁଣୁ ପୋଲିସ ଅଭିଯୋଗ ନ ପାଇ ଘଟଣାର ତଦନ୍ତ କରିଥିଲା । ତେବେ ଏନେଇ ଅଭିଯୋଗ ହୋଇ ନାହିଁ। ବିବାଦର ସମାଧାନ ହୋଇଥିବା ଜଣାପଡିଛି ।

error: Content is protected !!
Breaking News