ଦଶହଜାର ରୁ ଉର୍ଦ୍ଧ ଗଛ ଲଗାଇ ଟ୍ରି ମ୍ୟାନ ଭାବେ ପରିଚିତ କୈଳାଶ ରଥ

Spread the love

ରଣପୁର 10/9 :: ଗଛ ଲଗାଇ ଚର୍ଚ୍ଚାରେ ସମାଜସେବୀ, ଦଶବର୍ଷରେ ଲଗାଇଲେଣି 10ହଜାରରୁ ଉର୍ଦ୍ଧ ଗଛ, ଗଛଗୁଡିକର ଯତ୍ନ ଓ ରକ୍ଷଣବେକ୍ଷଣ କରିବା ସହ କୃତିମ ଜଙ୍ଗଲ ସୃଷ୍ଟି କରିବାରେ ହୋଇଛନ୍ତି ସଫଳ l ନୟାଗଡ ଜ଼ିଲ୍ଲା ରଣପୁର NAC ର କୈଳାଶ ରଥ l ବୟସର ଅପରାହ୍ନରେ ବି ଗଛ ମାନଙ୍କର ସୁରକ୍ଷା ପାଇଁ ଅହରହ ଚେଷ୍ଟା ଜାରିରଖିଛନ୍ତି l ପିଲାଟି ଦିନୁରୁ ଗଛ ପ୍ରତି ରହିଛି ତାଙ୍କର ଦୁର୍ବଳତା l ସେଥିପାଇଁ ତ ପ୍ରତିଦିନ ସକାଳୁ ଉଠି ସାଇକେଲରେ ଗଛ,ତାରଜାଳି ଓ କୋଡ଼ି କୋଦଳା ଧରି ବାହାରି ଯାଆନ୍ତି ଗଛ ଲଗାଇବାକୁ l ଦିନର ଅଧିକାଂଶ ସମୟ ଗଛ ମାନଙ୍କ ସହ କାଟନ୍ତି ଜୀବନ l ନିଜ ଅଞ୍ଚଳର ପରିବେଶକୁ ସବୁଜ ସୁନ୍ଦର କରିବା ଲକ୍ଷ୍ୟରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଓ ବୁଦ୍ଧିଜୀବୀ ମାନଙ୍କୁ ନେଇ ଖାଲିପଡ଼ିଥିବା ପାହାଡ଼ ପାର୍ବତ ଓ ରାସ୍ତାଘାଟ ରେ ବିଭିନ୍ନ ପ୍ରକାରର ଗଛଲତା ଲଗାଇ ସୃଷ୍ଟି କରିପାରିଛନ୍ତି କୃତିମ ଜଙ୍ଗଲ l ସେଥିପାଇଁ ତ ତାଙ୍କୁ କେହି କେହି ଡାକନ୍ତି ଟ୍ରିମ୍ୟାନ ତ ଆଉ କିଏ ପ୍ରକୃତି ବନ୍ଧୁ l ସ୍ଥାନୀୟ ଅଞ୍ଚଳରେ ଗଛ ସାର ଭାବେ ବେଶ ପରିଚିତ ସମାଜସେବୀ କୈଳାଶ ରଥ
ପ୍ରକୃତି ବଞ୍ଚିଲେ ମଣିଷ ବଂଚିବ, ଏକଥାକୁ ଭଲ ଭାବେ ବୁଝିଛନ୍ତି ସମାଜସେବୀ କୈଳାଶ ରଥ l ପ୍ରାକୃତିକ ପରିବେଶର ସନ୍ତୁଳନ ରକ୍ଷା ଓ ମୃତ୍ତିକା ସଂରକ୍ଷଣ କରିବା ଉଦେଶ୍ୟରେ ନିଜ ବନ୍ଧୁମାନଙ୍କ ସହ ମିଶି 10ହଜାରରୁ ଉର୍ଦ୍ଧ ଗଛ ଲଗାଇଛନ୍ତି l ଆମ୍ବ, ପଣସ, କଇଁଥ ଓ କେନ୍ଦୁ ଭଳି ଅନେକ ଫଳ ଗଛ ସାଙ୍ଗକୁ ବର ଓସ୍ତ ଭଳି ବିରାଟକାୟ ଗଛ ମଧ୍ୟ୍ୟ ଲଗାଇଛନ୍ତି l ଖାଲି ଗଛ ଲାଗନ୍ତି ତାହା ନୁହେଁ ଗଛ ଗୁଡିକ କିପରି ସୁରକ୍ଷିତ ରହିବ ସେଥିପାଇଁ ଗଛ ଚାରିପଟେ ପ୍ଲାଷ୍ଟିକ ଜାଳିରେ ଅବାଧ କରିବା ସହ କିପରି ବଡ଼ ହେବେ ତାହାର ଯତ୍ନମଧ୍ୟ୍ୟ ନେଇଥାନ୍ତି l ଯେଉଁ ସମୟରେ ଘରେ ବସି ଆରାମ କରିବା କଥା ସେ ସମୟରେ ପରିବେଶ କଥା ଚିନ୍ତା କରୁଛନ୍ତି ସମାଜସେବୀ l ଦିନକୁ ଦିନ ପରିବେଶ ଠାରୁ ଲୋକେ ଦୁରେଇ ଯାଉଥିବା ବେଳେ କୈଳାଶ ରଥ ନିଜସ୍ୱ ଟଙ୍କାରେ ଗଛ କିଣି ଜଙ୍ଗଲ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି l ଯାହା ଅନ୍ୟ ମାନଙ୍କ ପାଇଁ ସୁନ୍ଦର ଉଦାହରଣ ସୃଷ୍ଟି କରିଛନ୍ତି l

error: Content is protected !!
Breaking News