ସ୍ୱାମୀଙ୍କ ସହଯୋଗରେ ପତ୍ନୀଙ୍କୁ ମିଳିଲା ବଡ ସଫଳତା !
କନ୍ଧମାଳ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ନୀଳକନ୍ଦର ସାହିର ଅଙ୍ଗନବାଡି କର୍ମୀ ଲିଲି ପୁଷ୍ପିକା ଏକ୍କା ଦିଲ୍ଲୀର ଲାଲକିଲ୍ଲା ଠାରେ ଆସନ୍ତା ୧୫ ତାରିଖରେ ଆୟୋଜିତ ହେବାକୁ ଥିବା ୭୮ତମ ସ୍ୱାଧୀନତା ଦିବସ ସମାରୋହରେ ସ୍ୱତନ୍ତ୍ର ଅତିଥିଭାବେ ଯୋଗ ଦେବେ ! ଏ ନେଇ ତାଙ୍କ ପାଖକୁ ରାଜ୍ୟ ସରକାରଙ୍କ ତରଫରୁ ଏକ ଚିଠି ଆସିଛି ! ସେ ଆଉ ତାଙ୍କ ପତି ପ୍ରମୋଦ କୁମାର ନାୟକ ମଧ୍ୟ ଦିଲ୍ଲୀ ଯିବେ ବୋଲି ଉକ୍ତ ଚିଠିରେ ଉଲ୍ଲେଖ ରହିଛି ! କନ୍ଧମାଳ ଜିଲ୍ଲାରୁ ସେ ଏକମାତ୍ର ସରକାରୀ କର୍ମଚାରୀ ଭାବେ ଦିଲ୍ଲୀ ଯିବେ ! ଏ ଖବର ଆସିବା ଉଭୟ ପତି ପତ୍ନୀ ଖୁସି ଜାହିର କରିବା ସହ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ! ଶ୍ରୀମତି ଲିଲି ପୁଷ୍ପିକା ଏକ୍କା ଦାରିଙ୍ଗବାଡି ନୀଳକନ୍ଦର ସାହି ସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରରେ ଅଙ୍ଗନବାଡ଼ି କର୍ମୀ ଭାବେ ଦୀର୍ଘ ବର୍ଷ ହେଲାଣି କାର୍ଯ୍ୟ କରି ଆସୁଛନ୍ତି ! କେନ୍ଦ୍ରକୁ ଆସୁଥିବା କୁନି କୁନି ଶିଶୁଙ୍କ ସେବାଯତ୍ନ ସହ ସେମାନଙ୍କ ଶାରୀରିକ ଓ ମାନସିକ ବିକାଶ ଲାଗି ସେ କାର୍ଯ୍ୟ କରି ଆସୁଛନ୍ତି !
ଏହା ସହିତ ଗର୍ଭବତୀ ଓ ପ୍ରସୂତି ମହିଳା ଓ କିଶୋରୀ ବାଳିକାଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ଆଦି କାର୍ଯ୍ୟ ମଧ୍ୟ ସେ ବେଶ ନିଷ୍ଠାପର ସହ ତୁଲାଇ ଆସୁଛନ୍ତି ! ସରକାରଙ୍କ ନିୟମାବଳୀ ମାନି ଅଙ୍ଗନବାଡି କେନ୍ଦ୍ରକୁ କିଭକି ଶ୍ରେଷ୍ଠ ଅଙ୍ଗନବାଡ଼ି କେନ୍ଦ୍ର ରୂପେ ଗଢି ହେବ, ସେ ନେଇ ସେ ସଦାସର୍ବଦା କାମ କରି ଆସୁଛନ୍ତି ! ଏ ନେଇ ସେ କେନ୍ଦ୍ର ପରିସରରେ ବିଭିନ୍ନ ପ୍ରକାରର ଫୁଲ ଗଛ ଲଗାଇବା ସହ ଏକ ଛୋଟ ପାର୍କ ଭଳି ସୁନ୍ଦର ପରିବେଶ ମଧ୍ୟ ତିଆରି କରିଛନ୍ତି ! କୁନି କୁନି ପିଲାଙ୍କୁ ତଟକା ପନିପରିବା ଖାଇବାକୁ ଦେବା ଲାଗି ସେ କେନ୍ଦ୍ରର ସୀମିତ ଜମିରେ ବାଇଗଣ, ଟମାଟୋ, ଅମୃତଭଣ୍ଡା ଆଦି ଲଗାଇଛନ୍ତି ! ପିଲାଙ୍କୁ ପାଠ ପଢ଼ାଇବା ସହ ଅଙ୍ଗନବାଡି କେନ୍ଦ୍ରକୁ ସବୁବେଳେ ପରିଷ୍କାର ପରିଛନ୍ନ ରଖିଥାନ୍ତି ! ଯେଉଁଥି ପାଇଁ ପିଲାଙ୍କ ଠାରୁ ଆରମ୍ଭ କରି ଗର୍ଭବତୀ ମହିଳାଙ୍କ ଯାଏ ସଭିଏଁ ଅଙ୍ଗନବାଡ଼ି କେନ୍ଦ୍ରକୁ ବୁଲିବାକୁ ଆସିଥାନ୍ତି ! ଅଙ୍ଗନବାଡି କେନ୍ଦ୍ରକୁ ସବୁଜ ସୁନ୍ଦର ଭାବେ ଗଢି ତୋଳିବା ପାଇଁ ଶ୍ରୀମତୀ ଲିଲି ପୁଷ୍ପିକା ଏକ୍କା ଯେତିକି ପରିଶ୍ରମ କରିଥାନ୍ତି, ତା ଠାରୁ ଢ଼େର ଗୁଣ ତାଙ୍କ ପତି ପ୍ରମୋଦ କୁମାର ନାୟକ ମଧ୍ୟ ତାଙ୍କୁ ସାହାଯ୍ୟ କରିଥାନ୍ତି ! ପିଲାଙ୍କ ପାଠ ପଢା ସରିବା ପରେ ଉଭୟ ପତି ପତ୍ନୀ କେନ୍ଦ୍ରରେ ଫୁଲ ଗଛ ଲଗାଇବା, ଘାସ ବାଛିବା, ଗଛରେ ପାଣି ଦେବା ଭଳି ଅନେକ କାମ କରିଥାନ୍ତି !
ଆଜି ଯଦି ଅଙ୍ଗନବାଡି କେନ୍ଦ୍ରର ସୁନାମ ହୋଇଛି, ସେଥିରେ ପତି ପ୍ରମୋଦ କୁମାର ନାୟକଙ୍କ ଯଥେଷ୍ଟ ଅବଦାନ ରହିଛି ବୋଲି ଲିଲି ପୁଷ୍ପିକା ଏକ୍କା କହିଛନ୍ତି ! ତାଙ୍କ ଯୋଗୁ ମୁ ଏହି ସଫଳତା ହାସଲ କରିଛି ! ସେ ଯଦି ମୋ କାମରେ ସାହାଯ୍ୟ ସହଯୋଗ କରିନଥାନ୍ତେ ତେବେ ମୋତେ ଦିଲ୍ଲୀ ଯିବା ଲାଗି ସୁଯୋଗ ମିଳି ନଥାନ୍ତା ! ପ୍ରତ୍ୟେକ କାର୍ଯ୍ୟରେ ସେ ମୋତେ ସାହାଯ୍ୟ ସହଯୋଗ କରି ଆସିଥିବାରୁ ମୋତେ ଆଜି ଦିଲ୍ଲୀ ଠାରେ ଆୟୋଜିତ ୭୮ତମ ସ୍ୱାଧୀନତା ଦିବସ ସମାରୋହରେ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ ଆସିଛି ବୋଲି କହିଛନ୍ତି ! ଉଭୟ ପତି ପତ୍ନୀ କେନ୍ଦ୍ରର ଉନ୍ନତି ଓ କୁନି କୁନି ଶିଶୁଙ୍କ ବିକାଶ ପାଇଁ କାମ କରୁଛନ୍ତି ! ସେମାନଙ୍କ ଏଭଳି କାର୍ଯ୍ୟକୁ ଅଞ୍ଚଳବାସୀ ଭୂୟସୀ ପ୍ରଂଶସା କରିବା ସହି ସାଧୁବାଦ ଜଣାଉଛନ୍ତି !
More Stories
ବାଘଲଟି ଜଳ ପତନରେ ବୃଦ୍ଧି ଚାଷୀକୁଳ ଆନନ୍ଦ
ବିଶ୍ଵନାଥ ପୁର ଠାରେ ରାସ୍ତା ଉପରେ ଗଛ ପଡ଼ି ରାସ୍ତା ଅବରୋଧ
ଲଗାଣ ବର୍ଷାରେ ନୂଆ ଜଗନ୍ନାଥ ସଡ଼କ ବିଛିର୍ଣ୍ଣ