କଳାହାଣ୍ଡିରୁ : ସରକାରଙ୍କୁ ରାଜସ୍ୱ ବୃଦ୍ଧି ଚିନ୍ତା ,ସ୍ୱାଗତଯୋଗ୍ୟ ପଦକ୍ଷେପ।ଗଣତନ୍ତ୍ର ରାଷ୍ଟ୍ରରେ ଜନସାଧାରଣଙ୍କ ହିତ ପାଇଁ, ବିକାଶ ମୂଳକ କାର୍ଯ୍ୟ ସକାଶେ ନିହାତି ଅର୍ଥର ଆବଶ୍ୟକତା ରହିଛି, ଏହା ଗ୍ରହଣୀୟ।ହେଲେ ରାଜସ୍ୱ ଵୃଦ୍ଧି ନାଁରେ ଲୋକଙ୍କ ଜୀବନ ସହ ଖେଳିବା ଅପାକ୍ତେୟ ମନେହୁଏ।ରାଜ୍ୟ ସରକାରଙ୍କ ରାଜସ୍ୱ ଆଦାୟର ଏକ ଦୁଧିଆଳି ବିଭାଗ ହେଉଛି ଅବକାରୀ ବିଭାଗ।ମଦ ଉତ୍ପାଦନ, ବିତରଣ, ପରିଚାଳନା, ବେଆଇନ କାରବାରକୁ ରୋକିବା ଭଳି ଗୁରୁ ଦାୟିତ୍ୱ ଏହି ବିଭାଗ ଉପରେ ରହିଛି।ସମ୍ପ୍ରତି ଗଞ୍ଜାମ ଜିଲ୍ଲାରେ ମଦମୃତ୍ୟୁକୁ ନେଇ ସାରା ରାଜ୍ୟରେ ତୁମ୍ବୀତୋଫାନ ଚାଲିଛି।
ଏଭଳି ପରିସ୍ଥିତିରେ କଳାହାଣ୍ଡି ଭଳି ପଛୁଆ ଜିଲ୍ଲାରେ ବେଳ ଥାଉଥାଉ ଆଖିଦୃଶିଆ ପଦକ୍ଷେପ ନିଆ ନ ଗଲେ ଜିଲ୍ଲାରେ ମଦମୃତ୍ୟୁ ଆଶଙ୍କାକୁ ଏଡାଇ ଦିଆ ଯାଇ ନ ପାରେ।ଜିଲ୍ଲାର ୬୮ ଗୋଟି ଦେଶୀ ମଦଭାଟି, ୯୦ ଗୋଟି ଦେଶୀ ଶାଖା ଦୋକାନ, ୩୪ ଗୋଟି ଠିପିବନ୍ଦ ବିଦେଶୀ ମଦ ଦୋକାନ, ୨୨ ଗୋଟି ଠିପିଖୋଲା ବିଦେଶୀ ମଦଦୋକାନ ଓ ବାର ରହିଛି।ଏହି ସ୍ୱୀକୃତି ପ୍ରାପ୍ତ ସରକାରୀ ମଦଦୋକାନ ମାନଙ୍କୁ ଛାଡି ଜିଲ୍ଲାର ପ୍ରାୟ ସବୁ ସହର ଓ ଗ୍ରାମାଞ୍ଚଳରେ ବେଆଇନ ଭାବେ ଦେଶୀ ଓ ବିଦେଶୀ ମଦ ସହଜେ ଉପଲବ୍ଧ।ଦେଶୀ ମଦଭାଟି ମାଲିକ ମାନେ ନିଜ ନିଜର ସୀକୃତି ପ୍ରାପ୍ତ ଦୋକାନକୁ ଛାଡି ଗାଁ ଗାଁରେ କୁଚିଆ ଦୋକାନ ଖୋଲିଛନ୍ତି।ଜିଲ୍ଲାର ନବେଭାଗ ଗାଁରେ କୁଚିଆ ଦୋକାନ ଚାଲିଛି।କିଛି କିଛି ଗାଁରେ କୁଚିଆ ଦୋକାନ ଖୋଲିବା ପାଇଁ ଗ୍ରାମ୍ୟ କମିଟିକୁ ଭାଟି ମାଲିକ ମାନେ ବର୍ଷିକୀଆ ସୂତ୍ରରେ ଅର୍ଥ ଯୋଗାଉଛନ୍ତି।ଫେରିବାଲା ମାନଙ୍କ ଭଳି ଭାଟି କର୍ମଚାରୀ ମାନେ ଗାଁକୁ ଗାଁ ମଦ ପକେଟ ଯୋଗାଣ କରୁଛନ୍ତି।ଦେଶୀ ମଦ ପ୍ରସ୍ତୁତି ସମୟରେ ବିନିଯୋଗ ସାମଗ୍ରୀର ଗୁଣାତ୍ମକ ମାନ ,ଯଥା ମହୁଲ ଫୁଲ,ପାଣି, ପତ୍ର, ଚିନି ଆଦିର ତତ୍କାଳୀନ ଗୁଣାତ୍ମକ ମାନ ସଠିକ ଭାବେ ଯାଞ୍ଚ ହେଉଥିବା ଲୋକଙ୍କୁ ସନ୍ଦିହାନ କରୁଛି।ଦେଶୀ ମଦ ପ୍ରସ୍ତୁତିରେ ଚୁନି, ଗୂଡ଼, ସ୍ପିରିଟ, ୟୁରିଆ ସାର ମିଶାଇ ଅଧିକ ନିଶାଯୁକ୍ତ କରାଯାଉଥିବା ଅଭିଯୋଗ ହୁଏ।
ଜିଲାରେ ହାତଗଣତି ବିଦେଶୀ ଠିପିଖୋଲା ଓ ଠିପିବନ୍ଦ ଦୋକାନ ଥୁବାବେଳେ ଏହା ପ୍ରାୟ ସହର ଓ ଗ୍ରାମାଞ୍ଚଳର ପ୍ରମୁଖ ଛକ, ଚା, ପାନ ଦୋକାନରେ ସହଜେ ମିଳୁଛି।ଏହି ବେଆଇନ ମଦର ସବୁ ବ୍ରାଣ୍ଡକୁ ନକଲି କରାଯାଇ ବିକ୍ରିକରୁଥିବା ଲୋକେ ଅଭିଯୋଗ କରିଥାନ୍ତି।ଭାଟିମାଲିକ ମାନଙ୍କ ଅନାମଧେୟ କୁତ୍ତା ଖାତାରେ ଜିଲ୍ଲାର ତଥାକଥିତ ବଡ଼ବଡ଼ ରାଜନେତା, ବୁଦ୍ଧିଜୀବୀଙ୍କ ଠାରୁ ଆରମ୍ଭ କରି କୁଜିନେତା, ଟାଉଟର ସମସ୍ତଙ୍କ ନାଁ ଟାର୍ଗେଟ ହିସାବରେ ନିର୍ଦ୍ଧାରିତ ହୋଇଛି।ରାଜନୈତିକ ପୃଷ୍ଠପୋଷକତାରେ ବଳିୟାନ ଥିବା ଏହି ମାଲିକ ମାନେ ବିଭିନ୍ନ ସମୟରେ ଶାସନ ପ୍ରଶାସନକୁ ନିଜର ପାରିବାପଣିଆର ପାରିଦର୍ଶିତରେ ପ୍ରଭାବିତ କରିଥାନ୍ତି।ଜିଲ୍ଲାର ପ୍ରମୁଖ ଲାଲ ବଙ୍ଗଳାରୁ ପୂର୍ବରୁ ନେପାଲି ଓ ସମ୍ପ୍ରତି ମନ୍ତ୍ରୀ ନାମକ ଅଣଓଡ଼ିଆ,ଓ ଅନ୍ୟ ଦୁଇତିନି ଜଣ ମଦଭାଟି ମାଲିକ ପ୍ରାୟତଃ ବଦବଡିଆଙ୍କୁ ବ୍ୟବସ୍ଥାରେ ବ୍ୟବସ୍ଥିତ କରି ମଦ ସାମ୍ରାଜ୍ୟକୁ ଅନାୟାସରେ ବିସ୍ତାର କରାଯାଉଛି।ଜିଲ୍ଲାରେ କୁଚିଆ ମଦଦୋକାନ ଏବେ କୁଟୀର ଶିଳ୍ପର ରୂପ ନେବାକୁ ବସିଲାଣି।କଳାହାଣ୍ଡି ଭଳି ଅଂନୁନ୍ନତ ଜିଲ୍ଲାରେ ଲୋକେ ମଦ୍ୟପାନ କରି ସର୍ବସ୍ୱାନ୍ତ ହେଉଛନ୍ତି।ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାର ବେଆଇନ ମଦ କାରବାରକୁ ଅଙ୍କୁଶ ଲଗା ଗଲେ,ଜିଲ୍ଲାରେ ଆସନ୍ନ ମଦମୃତ୍ୟୁ ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ।ଏଣୁ ରାଜ୍ୟ ସରକାର ବିହିତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି।
More Stories
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।
12-9-2024
କଣ୍ଟାମାଳ ହାଇସ୍କୁଲରେ ସାପ କାମୁଡା ପ୍ରତି ସାବଧାନ କାର୍ଯ୍ୟକ୍ରମ