ଶେରଗଡ : ଧରାପୃଷ୍ଠକୁ ଆସିଛନ୍ତି ଅଗ୍ରପୂଜ୍ୟ ଗଜାନନ। ଅଗ୍ରପୂଜ୍ୟ ଙ୍କୁ ପୂଜା ଲାଗି ଗାଁ ଠାରୁ ସହର ସବୁଠି ସୃଷ୍ଟି ହୋଈଛି ଭକ୍ତିମୟ ପରିବେଶ। ସବୁଠି ଶୁଣିବାକୁ ମିଳୁଛି ଗଜାନନ ଙ୍କ ଆବାହନ ର ସ୍ବର। ଗଜାନନ ଙ୍କୁ ଆବାହନ କରିବା ପାଇଁ ଚାଲିଛି ମନ୍ତ୍ର ପାଠ। ସେହିଭଳି ଅଗ୍ରପୂଜ୍ୟ ଙ୍କ ଆମନ୍ତ୍ରଣ କରିବା ଲାଗି ଶେରଗଡ ବ୍ଲକର ସମସ୍ତ ଅନୁଷ୍ଠାନ ମାନଙ୍କ ରେ ମହା ଆଡମ୍ବରରେ ଗଜାନନ ଙ୍କ ପୂଜା ଚାଲିଛି। ଶେରଗଡ ସହର ରେ ଅଗ୍ରପୂଜ୍ୟ ଶ୍ରୀ ଗଣେଶ ଙ୍କ ଶତାଧିକ ମୃଣ୍ମୟୀ ପ୍ରତିମା ପୂଜା ପାଉଛନ୍ତି। ଶେରଗଡ ସହରର ବଡଦାଣ୍ଡରେ ବୃଷଭ ଙ୍କ ଉପରେ ବସିଥିବା ଗଣେଶ ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ସମାଗମ ହୋଈଥିଲା। ମନଲୋଭା ସାଜସଜ୍ଜା ସାଙ୍ଗକୁ ରଙ୍ଗୀନ ଆଲୋକ ରେ ଝଲସି ଉଠିଛି ଶେରଗଡ। ବଡଦାଣ୍ଡ ସାହି ଯୁବକ ସଂଘ ପକ୍ଷରୁ ଅନୁଷ୍ଠିତ ଏହି ପୂଜା ୪ ଦିନ ଧରି ଚାଲୁ ରହିବ ବୋଲି ଅନୁଷ୍ଠାନ ପକ୍ଷରୁ ପ୍ରକାଶ କରାଯାଇଛି।
More Stories
ଜନସ୍ବାସ୍ଥ୍ୟ ଯାନ୍ତ୍ରୀକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ଓ ନୂତନ କାର୍ଯ୍ୟକର୍ତ୍ତା ଚୟନ
ଆକାଶ ଏଜୁକେସନସ୍ ଛାତ୍ରଛାତ୍ରୀଙ୍କ ଜେଇଇ ମେଇନ୍ସରେ ବ୍ରହ୍ମପୁର ଟପ୍ପର
ବିଜେଡି ଦଳ ପରିତ୍ୟାଗ କରି ବିଜେପିର ମିଶେଲେ ୨୬ଟି ପରିବାର