Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ଡିଜିଟାଲ ଫସଲ ସର୍ବେକ୍ଷଣ

Spread the love

ମୋରଡ଼ା : ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ସମ୍ମିଳନ କକ୍ଷରେ ଡିଜିଟାଲ ଫସଲ ସର୍ବେକ୍ଷଣର ବ୍ଲକ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ବ୍ଲକ ଅଧ୍ୟକ୍ଷl ଶ୍ରୀମତୀ ପାନମଣି ମାରଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଡିଜିଟାଲ ଫସଲ ସର୍ବେକ୍ଷଣ କିପରି କରାଯିବ ଓ କେଉଁ ମାନେ ଗ୍ରାମାଞ୍ଚଳରେ ରହି କାର୍ଯ୍ୟ କରିବେ ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକୁ କିପରି ଭାବରେ ତଳ ସ୍ତରରୁ ସମସ୍ତଙ୍କ ସହୋଜୋଗରେ ହୋଇପାରିବ ଓ ଚାଷୀମାନେ କିପରି ସରକାରୀ ଯୋଜନା ପାଇପାରିବେ ତଥା ଯୋଜନାର ଲାଭ ଉଠାଇପାରିବେ ସେ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶୁଳିଆପଦା ତହସିଲଦାର ଇଜୁସ କୁଲ୍ଲୁ, ବ୍ଲକ କୃଷୀ ଅଧିକାରୀ ଜୁନ୍ମୟୀ ମହାନ୍ତି, ୧୬ଟି ପଂଚାୟତର ସରପଞ୍ଚ, ୧୬ଟି ପଂଚାୟତର ସମିତି ସଭ୍ୟ, କୃଷକ ସାଥୀ ,୧୬ ଟି ପଂଚାୟତର ପିଇଓ, ରଜ୍ଵସ୍ୟ ବିଭାଗର ଦେଉଳି ରଜ୍ବସ୍ୟ ନିରୀକ୍ଷକ, ବ୍ଲକ ଉପାଧ୍ୟକ୍ଷ ଜ୍ୟତିଲାଲ ବାରିକ, ୫୩ ନମ୍ବରଜିଲ୍ଲା ପରିଷଦ ସଦସ୍ୟl ମିରାଲତା ସିଂ,୫୪ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ନଗେନ୍ଦ୍ରନାଥ କିଷ୍କୁ ଓ ବ୍ଲକ କୃଷି ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ପରିଶେଷରେ ଏହି କାର୍ଯ୍ୟକ୍ରମକୁ କିପରି ସଫଳତାର ସହ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ସମାପନ କରାଯିବ ବ୍ଲକ କୃଷୀ ଅଧିକାରୀ ଜୁନ୍ମୟୀ ମହାନ୍ତି ସମସ୍ତଙ୍କୁ ଅନୁରୋଧ କରିଥିଲେ।

error: Content is protected !!
Breaking News