ଡିମିଶର ଦୁଆଣ୍ଟ ପୋଲ ନିର୍ମାଣରେ ବିଳମ୍ବ

Spread the love

ନୟାଗଡ : ନୟାଗଡ ଜିଲ୍ଲାର ଶରଣକୁଳଲଡ଼ୁବାବା ଧାମରୁ ଶ୍ରୀକ୍ଷେତ୍ର ପୁରୀକୁ ଯାଇଥିବା ନୂଆ ଜଗନ୍ନାଥ ସଡ଼କର ଡିମିଶର ପନ୍ଦାରି ଛକ ସ୍ଥିତ ଦୁଆଣ୍ଟ ପୋଲ ଭଙ୍ଗାଯିବାର 33ମାସ ବିତିଗଲାଣି ଆଉ 3ମାସ ପରେ 3ବର୍ଷ ହେବ ଗୋଡିପଡା ଯିବାକୁ ପୋଲଟି ନିର୍ମାଣ ହେଇ ପାରୁନି ପୋଲର ମୂଳ ଦୁଆ ବର୍ତମାନ ସୁଦ୍ଧା ପଡିପାରିନି ଆଉ 6ମାସ ପରେ ପୋଲ କାମ ଅବଧି ଭିତରେ ଶେଷ ହେବା ପରି ଲାଗୁନି ଗ୍ରୀଷ୍ମ ଋତୁରେ ପୋଲ କାର୍ଯ୍ୟ ଠିକସେ କରାଗଲା ନାହିଁ ବର୍ତମାନ ବର୍ଷା ଋତୁରେ ବର୍ଷା ହେଲେ 15ଗୋଟି ପଂଚାୟତ ଅଭିଶପ୍ତ ଜୀବନ ବିତାଇବେ ଏଣୁ ପୋଲ କାମ ଶୀଘ୍ର ଶେଷ କରିବାକୁ ସାଧାରଣରେ ଦାବି ହେଉଛି ନଚେତ ଅଂଚଳ ବାସି ବାଧ୍ୟ ହୋଇ ଆନ୍ଦୋଳନତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ସୂଚନା ଅନୁଯାଇ ଦୁଆଣ୍ଟ ପୋଲର ରାଫ୍ଟ ଫାଉଣ୍ଡେସନ ଗର୍ତ୍ତ ହୋଇ ନଦୀର ଜଳ ନିଷ୍କାସନ ହେବାରୁ 2021ଡିସେମ୍ବର 29ପୂର୍ବାହ୍ନରେ ପୋଲଟି ଭୁଶୁଡିବା ଆରମ୍ଭ କରିଥିଲା ପୋଲଟି ଧୀରେ ଧୀରେ ବିପଦ ସଂକୁଳ ଅବସ୍ଥାକୁ ଆସିଥିଲା ପୂର୍ତ୍ତ ବିଭାଗ ଏହାକୁ ନଭାଙ୍ଗି କିଛି ଦିନ ପକାଇ ରଖିଥିଲା ସ୍ଥାନୀୟ ଲୋକ ଏହା ଉପରେ ଯିବା ଆସିବା କଲେ ପରେ ଟେଣ୍ଡର କରାଯାଇ ପୋଲ କାର୍ଯ୍ୟ ଆରମ୍ଭ ହେଲା ପୋଲ ନିର୍ମାଣ ପାଇଁ 11କୋଟି 46ଲକ୍ଷ ମଞ୍ଜୁର ହୋଇଥିଲା 11.2.2025 ସୁଦ୍ଧା ପୋଲ କାମ ଶେଷ ହେବ ବୋଲି ଘୋଷଣା କରାଯାଇଥିଲା ହେଲେ ଠିକାଦାର ମନ୍ଥର ଗତିରେ କରିଥିବାରୁ ସେହି କାମ ଅବଧି ପୂର୍ବରୁ ଶେଷ ହେବନି ବୋଲି ମତ ପ୍ରକାଶ ପାଇଛି ଯଦି ଅବଧି ପୂର୍ବରୁ ପୋଲଟିର କାର୍ଯ୍ୟ ଶେଷ ନହୁଏ ଅଂଚଳ ବାସୀ ଦୁର୍ବାର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ଏ ନେଇ ଡିମିଶର ପୂର୍ବତନ ସରପଞ୍ଚ ଭିକାରୀ ଜେନା, ଗୋଡିପଡା ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁ କୁହନ୍ତି ପୂର୍ତ୍ତ ବିଭାଗର ଅବହେଳା ଯୋଗୁ ପୋଲଟି ଦବିଗଲା ଗାଁ ଲୋକଙ୍କ ଅଭିଯୋଗକୁ ଅଣଦେଖା କରିବା ନଥିଲା ଏବେ ପୋଲ ନିର୍ମାଣରେ ମଧ୍ୟ ବିଳମ୍ବ କରାଯାଉଛି ଅସ୍ଥାୟୀ ରାସ୍ତା ବର୍ଷା ସମୟରେ ବୁଡିଯାଉଛି ତୁରନ୍ତ ପୋଲ କାର୍ଯ୍ୟ ଶେଷ କରିବାକୁ ଦାବି କରାଯାଇଛି ନୟାଗଡ, ଶରଣକୁଳ ଅଞ୍ଚଳରୁ ଗୋଡିପଡା କଲେଜକୁ ଆସୁଥିବା ଛାତ୍ର ଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି

error: Content is protected !!