ଦଶପଲ୍ଲା : ଓଡିଶାରେ ସରକାର ବଦଳିବା ପରେ ସାରା ଓଡିଶାରେ ବିିଭିନ୍ନ ଅଞ୍ଚଳରେ ସରକାରୀ ଜଗା,ଦେବୋତ୍ତର ଜାଗାକୁ ଜବରଦଖଲକାରୀଙ୍କୁ ଉଛେଦ କରି ବୁଲ୍ ଡୋଜର ଲଗାଇ ଉଛେଦ କରାଜାଉଛି।ଏହି ଦଶପଲ୍ଲା ତହସିଲ ଅଧିନସ୍ଥ ଅଞ୍ଚଳରେ ସହର ଠାରୁ ଗାଁ ପର୍ଯନ୍ତ ବହୁମୂଲ୍ୟବାନ ଦାମିଦାମି ଜାଗା ଉପରେ ବଡବଡିଆ ହାତେଅଟାଳିକା କରି ଭଡାସୁତ୍ରରେ ଲଗାଇ ଭଡା ପାଉଛନ୍ତି।ଏପରିକି ସରକାରୀ ଜମିରେ ରାଜସ୍ବ ଅର୍ଥରେ ହୋଇଥିବା ଘରଭଡାରେ ବ୍ୟକ୍ତିଗତ ଜମାଖାତାକୁ ଅର୍ଥ ଜାଉଛି, ଦିର୍ଘ ବର୍ଷ ଧରିରହି ଆସୁଥିବା ଗରିବ ଭୂମିହୀନ ପରିବାରଙ୍କୁ ଉଛେଦ କରି ବାବୁ ମାନେ ବାହା ବାହା ନେଇ ଥାନ୍ତି।ସରକାରଙ୍କ ତିନିବର୍ଷିଆ ବଦଳି ନିୟମକୁ ଫୁ କରିଫୁଙ୍କି ଦେଇ ପ୍ଳାଷ୍ଟିକ୍ ଚେୟାର୍ ରୁ କାଠଚେୟାରକୁ ବଦଳିହୋଇ ତହସିଲ ଅଧିରେ ବର୍ଷ ବର୍ଷ ଧରିରହି ଆସୁଥିବା ବାବୁ ଦୁନ୍ନିତିର ଦନ୍ତାଘର ଗଢି ଦେଲେଣି, ଥିଲାବାଲାଙ୍କୁ, ଦେବୋତ୍ତର, ସରକରୀ ଜମିବାଣ୍ଟିବା,ଚାଷଜମିକୁ ଘର ଡିହକରିବା,ଦଳିତ, ଆଦିବାସୀମାନଙ୍କ ଜମିକୁ ବିକାକିଣା କରି ରେକର୍ଡ କରେବାରେ ବହୁ ଥିଲାବାଲାଙ୍କୁ ବସୁନ୍ଧରା ଯୋଜନାର ଚାଗା ବାଣ୍ଟିବାରେ ମାହର୍ ।ଏହି ଅଞ୍ଚଳରେ ଏଭଳି ବଡବଡିଆ ମାନଙ୍କୁ ସାହାର୍ଯ୍ଯ କରି ବାବୁମାନେ ତହସିଲ ଅଧିନରେ ସଂମ୍ପର୍କିୟ ନାମରେ,ନିଜନାମର ଜାଗା ପୁରସ୍କାର ପାଇଛନ୍ତି କାଗଜକଲମରେ କିଣାବିକା ,ସାଧରଣ ଲୋକଟିଏ ଜାଗା ବିକା,କିଣାରେ ମାପଜୁପ ପାଇଁ ଜାଗାର ଚଉଭେଦି ବାହାର କରିବାପାଇଁ ଅଫିସ ରୁ ଲୋକଙ୍କ ପାଖକୁ ନୋଟିସ୍ ଜାଉଛି ଲୋକ ହାଜରହେଲେ ବାବୁମାନଙ୍କ ସମୟ ନହିଁକହି ତାରଖ ଗଡାଉଛନ୍ତି ବର୍ଷ ବର୍ଷ ଧରି ଦୌଡାଉଛନ୍ତି, ଥିଲାବାଲା ଠାରୁ ପକେଟ ଗୁଞ୍ଜାନେଇ ଭିତିରିଆ ଦାମିଦାମି ଜାଗାକୁ ରେକର୍ଡକରିଛନ୍ତି,ଏହି ତହସିଲରେ। ଦଳିତ,ଆଦିବାସୀ,ଅସହାୟ ଗରିବ ମାରଣ ନିତି ଚାଲୁଥିବାରୁ କେହି ସ୍ବରଉଠାଇଲେ ବାବୁମାନେ ଭିତିରିଆ ଅର୍ଥଖର୍ଚ୍ଚ କରି ବିଭିନ୍ନ ଲୋକଙ୍କୁ ବ୍ୟବହାର କରିବାକୁ ପଛାଉନାହାଁନ୍ତି।ସୂଚାନା ଅଧିକା ଆଇନରେ ତଥ୍ଯ ମାଗିଲେ ତଥ୍ଯ ଗୋପନ ରଖନ୍ତି,ବିଭିନ୍ନ ବେଆଇନ୍ ବାହାନା ଦେଖାଇ ତଥ୍ଯକୁ ଦିଅନ୍ତିନାହିଁ। ନୂତନ ଡବଲ ଇଞ୍ଜିନ୍ ସରକାରରେ କୌଣସିଏକ ନିର୍ଦ୍ଧିଷ୍ଟ ନିରପେକ୍ଷ କେନ୍ଦ୍ରିୟ ସସ୍ଥାଦ୍ବାରା ତଦନ୍ତ କରାଜାଇ ଦେବୋତ୍ତର,ସରକାରୀ ଜମି ଜବରତଖଲ କାରିଙ୍କୁ ଉଛଦପାଇଁ ଜନସାଧାରଣଙ୍କର ଦାବିହେଉଛି।ମୋହନ ସରକାରରେ ସାରା ଓଡିଶାରେ ଜବଦଖଲ କାରି ଉଛେଦ କୁରୁଥିବାର ଚର୍ଚାହେଉଥିବା ବେଳେ ଦଶପଲ୍ଲା ତହସିଲରେ ସରକାରଙ୍କ ଲୋଲୁପ ଦୃଷ୍ଟିକେବେ ପଡିବ!ଆସା ବାନ୍ଧିଥିବା ଅସହାୟ ଗରିବ ପରିବାର, ଦଳିତ, ଆଦିବାସୀମାନଙ୍କ ଆସା କେବେପୁରଣ ହେବ ତାହା ଦେଖିବାକୁ ବାକିରହିଲା।
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ