ଲାଞ୍ଜିଗଡ଼ :କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଏହି ବ୍ଲକର ଅନେକ ଗୁଟିଏ ଗାଁରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ପାନୀୟ ଜଳ ଭଳି ଅନେକ ଗୁଡିଏ ସମସ୍ୟା ରହିଥିବା ବେଳେ ସରକାରଙ୍କ ମୌଳିକ ସୁବିଧା ପାଇ ପାରୁନାହାନ୍ତି ଦୁର୍ଗମ ଅଞ୍ଚଳ ଲୋକେ l ଲାଞ୍ଜିଗଡ ବ୍ଲକର ପାହାଡ଼ ପଦର ପଞ୍ଚାୟତ ହେଉଛି ଏକ ଅପହଞ୍ଚ ଇଲାକା l ଏହି ପଞ୍ଚାୟତରେ ସବୁ ବେଳେ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ରହୁଥିବା ବେଳେ ଅନେକ ସମୟରେ ଗର୍ଭବତୀ ବା ଗୁରୁତ୍ୱର ରୋଗୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ନେଇଁ ଡାକ୍ତରଖାନା ନେବାକୁ ପଡିଥାଏ। ହେଲେ ପାହାଡ଼ ପଦର ପଞ୍ଚାୟତ ମହକୁମାରେ ଏକ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ରହିଥିବା ବେଳେ ସ୍ୱାସ୍ଥ୍ୟ କର୍ମୀ ଓ ସିଏଚଓ ନିୟମିତ ରହୁ ନାହାନ୍ତି ଫଳରେ ସାମାନ୍ୟ ଜ୍ୱର ଟିଏ ହେଲେ ମଧ୍ୟ ୪୦ କିଲୋମିଟର ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବାକୁ ପଡ଼ିଥାଏ। ସ୍ୱାସ୍ଥ୍ୟ କର୍ମୀ ଓ ସିଏଚଓ କେବଳ ବୁଧବାର ଦିନ ଆସି ଟୀକା କରଣ କରୁଛନ୍ତି ବୋଲି ଅଞ୍ଚଳ ଲୋକେ ମତପ୍ରକାଶ କରିଛନ୍ତି। ବର୍ତମାନ ଏବେ ବର୍ଷା ମାସ ଯୋଗୁଁ ଏହି ଅଞ୍ଚଳରେ ଝଡାବାନ୍ତି ଭଳି ମାରାତ୍ମକ ରୋଗର ଆଶଙ୍କା ରହିଥାଏ କିନ୍ତୁ ସ୍ୱାସ୍ଥ୍ୟ କର୍ମୀ ତଥା ସିଏଚଓ ପ୍ରତ୍ୟୋକ ଦିନ ଆସି ରୋଗୀ ଦେଖିବା ନିୟମ ରହିଥିଲେ ହେଁ ସେ କେବେବି ଆସୁ ନ’ଥିବା ଅଞ୍ଚଳ ବାସି ପ୍ରକାଶ କରିଛନ୍ତି। ସ୍ୱାସ୍ଥ୍ୟ କର୍ମୀ ଗାଁ କୁ ଗାଁ ବୁଲି ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା କଥା ହେଲେ ସଚେତନ ଅଭାବ ଯୋଗୁଁ ଏହି ଅଞ୍ଚଳରେ ଡ଼ାଇରିଆ ଭଳି ମାରତ୍ମକ ରୋଗ କିଭଳି ନ ବ୍ୟାପିବ କିଏବା କହିବ l ସଚେତନ କରିବା କଥା ହେଲେ କାଗଜ ପତ୍ରରେ ଗୋଲାପୀ ଚିତ୍ର ଦେଖାଇ କାମ ସାରି ଦେଉଛନ୍ତି ସ୍ୱାସ୍ଥ୍ୟ କର୍ମୀ ଓ ସିଏଚଓ। ଏ ସମ୍ପର୍କ ରେ ଲାଞ୍ଜିଗଡ ସ୍ୱାସ୍ଥ୍ୟ ଅଧିକାରୀ ଭବାନୀ ଶଙ୍କର ଲେଙ୍କା ଙ୍କୁ ପଚାରିବାରୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମତ ପ୍ରକାଶ କରିଛନ୍ତି।
More Stories
ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳନ
Saraswati Vidya Mandir Higher Secondary School, Nilakanth Nagar, has achieved a record in science and commerce exams
ରାଜା ସାହିରେ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ, ଉତ୍ତମ ଚିକିତ୍ସା ପାଇଁ ମେଡିକାଲ୍ ସ୍ଥାନାନ୍ତର