ମୋରଡା : ସାଢ଼େ ଚାରିବର୍ଷର ଶିଶୁକନ୍ୟା ଦୁଷ୍କର୍ମର ଶିକାର ଘଟଣାକୁ ୪୫ ଦିନ ବିତିଯାଇଥିଲେ ବି ନିର୍ଦ୍ୱନ୍ଦରେ ବାହାରେ ବୁଲୁଛି ଅଭିଯୁକ୍ତ , ପୋଲିସ ହାତ ଖାଲି । ରାଜ୍ୟ ତଥା ଜିଲ୍ଲାରେ ଦିନକୁଦିନ ବଢିଚାଲିଛି ଦୁଷ୍କର୍ମ ଘଟଣା। ତେବେ ସେହିଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଞ୍ଚଳରେ। ପିଡିତାର ଅଭିଭାବକଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ପରେ ମାମଲା ରୁଜୁ ହୋଇ ଡାକ୍ତରୀମାଇନା କରି ନିଜ ଦାଇତ୍ୱ ଶେଷ କରି ହାତ ବାନ୍ଧି ବସିଛି ମୋରଡ଼ା ଥାନା ପୋଲିସ ବୋଲି ବାଷ୍ପରୁଦ୍ଧ କଣ୍ଠରେ ଅଭିଯୋଗ କରି କହିଛନ୍ତି ପିଡିତାର ମାଆ । ଅନ୍ୟପକ୍ଷରେ ଉଦ୍ଦେଶ୍ୟମୂଳକ ଭାବେ ପୋଲିସ ଘଟଣାକୁ ଗୁରୁତ୍ୱ ଦେଉନଥିବା ଭଳି ସାଙ୍ଘାତିକ ଅଭିଯୋଗ କରି କହିଛନ୍ତି ପିଡିତାର ବାପା । ମାମଲାକୁ ୪୫ ଦିନ ହୋଇଥିବା ସତ୍ତ୍ୱେ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ କରି ପିଡ଼ିତାକୁ ନ୍ୟାୟ ପ୍ରଦାନ ପାଇଁ ଆନ୍ତରିକତାର ସହ ପଦକ୍ଷେପ ନେବା ବଦଳରେ ନଜରଆନ୍ଦାଜ କରି ଚୁପ ଚାପ ହାତବାନ୍ଧି ବସିବା ଘଟଣାକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଉଥିବା ଦେଖିବାକୁ ମିଳିଛି । ଜଣେ ସାଢ଼େ ଚାରି ବର୍ଷର ଶିଶୁକନ୍ୟାକୁ ବଳାତ୍କାରୀ ନୃଶଂସ ଭାବେ ଦୁଷ୍କର୍ମ କରି ରକ୍ତାକ୍ତ କରି ଦେଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଅଭିଯୁକ୍ତକୁ ଗିରଫ କରିବା ବଦଳରେ ନୀରବତା ଅବଲମ୍ବନ କରିବା ଘଟଣା ରହସ୍ୟ ସୃଷ୍ଟି କରୁଛି । ତେବେ ନ୍ୟାୟ ପାଇବା ଆଶା ଏବଂ ବିଶ୍ୱାସ ଧରି ଗରିବ ଦିନ ମଜୁରିଆ ତଫସିଲ ଭୁକ୍ତ ଜନଜାତି ପିଡ଼ିତା ପରିବାର ପୋଲିସର ଦ୍ୱାରସ୍ଥ ହେଉଥିଲେ ମଧ୍ୟ ଘଟଣାକୁ ଅଣଦେଖା କରିବା ପୋଲିସର କାର୍ଯ୍ୟଦକ୍ଷତା ଏବଂ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଭଳି ସ୍ଥିତିରେ ସାଧାରଣ ଜନତା ପୋଲିସ ଉପରେ ଆସ୍ଥା ଏବଂ ବିଶ୍ୱାସ ହରାଉଥିବା ଅଭିଯୋଗ ହେଉଛି । ଏହାଏକ ସମ୍ବେଦନଶୀଳ ଏବଂ ସ୍ପର୍ଶକାତର ଘଟଣା ହୋଇଥିବା ବେଳେ ମୋରଡ଼ା ଥାନା ପୋଲିସ ଘଟଣାକୁ ଗୁରୁତ୍ତର ସହ ନେଇ ଅଭିଯୁକ୍ତକୁ ତୁରନ୍ତ ଗିରଫ କରି ପିଡ଼ିତାକୁ ନ୍ୟାୟ ଦେବାକୁ ସାଧାରଣରେ ଦାବି ହେଉଛି । ଅନ୍ୟପକ୍ଷରେ ଏଭଳି ଏକ ସଙ୍ଗିନ ଅଭିଯୋଗରେ ଛନ୍ଦି ହୋଇ ସନ୍ଦେହ ଘେରରେ ପୋଲିସ । ଅଭିଯୁକ୍ତକୁ ମୋରଡ଼ା ଥାନା ପୋଲିସ ଗିରଫ କରିବା ପାଇଁ ଆନ୍ତରିକତାର ସହ ଉଦ୍ୟମ ବଦଳରେ ନୀରବତା ଅବଲମ୍ବନ କରିବା ପଛରେ କି ସ୍ୱାର୍ଥ ରହିଛି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତଦନ୍ତ କରି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଏହି ଘଟଣାରେ ମାନବାଧିକାର କମିଶନ ଏବଂ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ହସ୍ତକ୍ଷେପ କରି ପିଡ଼ିତାକୁ ନ୍ୟାୟ ପ୍ରଦାନ ଦିଗରେ ପଦକ୍ଷେପ ନେବାସହ ଘଟଣାକୁ ନଜର ଆନ୍ଦାଜ କରିଥିବା ପୋଲିସ ଅଧିକାରୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ