ଦଶପଲ୍ଲା : ଦଶପଲ୍ଲା ଅଂଚଳରେ କ୍ରମବର୍ଦ୍ଧିଷ୍ଣୁ ବେଆଇନ ଅନୁପ୍ରବେଶକାରୀଙ୍କ କାର୍ଯ୍ୟକଳାପକୁ ନେଇ ଦଶପଲ୍ଲା
ଅଂଚଳବାସୀ ଅତଙ୍କିତ ହେବା ଫଳରେ ଅଦ୍ୟ ତା.୧୧.୦୮.୨୦୨୪ ରିଖ ରବିବାର ଅପରାହ୍ଣ ୫ ଘଟିକା
ସମୟରେ ଦଶପଲ୍ଲାର ବୁଦ୍ଧିଜୀବି ତଥା ସଚେତନ ନାଗରୀକମାନେ ଏକତ୍ରିତ ହୋଇ ଏହାର ପ୍ରତିବାଦ
କରିବା ସହିତ ଏହି ସମସ୍ୟାର ଆଶୁସମାଧାନ ନିମନ୍ତେ ଗୋଟିଏ ବିଶାଳ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରାଟି ତ୍ରିନାଥ ବଜାର ନିକଟସ୍ଥ ସାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତୀ ନିକଟରୁ ଆରମ୍ଭ ହୋଲ ବିଶ୍ୱକର୍ମା ବଜାର, ହିନାଥ ବଜାର, ଗଜାନନ ବଜାର ବୀଣାପାଣି ବଜାର ଦୁର୍ଗା ବଜାର, ହନୁମାନ ବଜାର,ଲକ୍ଷ୍ମୀ ବଜାର , ଓ ଗଣେଶ ବଜାର । ଅତିକ୍ରମ କରି ମହାବୀର ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା ।
ସେଠାରେ ମହାବୀରଙ୍କ ନିକଟରେ ବାଙ୍ଗଲାଦେଶ ଗଣହତ୍ୟାରେ ମୃତ୍ୟୁବରଣ କରିଥିବା ହଜାର ହଜାର ହିନ୍ଦୁଙ୍କ ଅମର ଆତ୍ମାର ଶାନ୍ତି ପାଇଁ ପ୍ରଦୀପ ପ୍ରଜ୍ଜଳନ କରୀ ଶ୍ରୀ ଶ୍ରୀ ରଘୁନାଥ ଜୀଉ ଓ ମହାବୀର ଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । ଶୋଭାଯାତ୍ରା ମଧ୍ୟରେ ଅଧାବାଟରେ ଏ ଉଦ୍ଦେଶ୍ୟରେ ଭାରପ୍ରାପ୍ତ ନିରୀକ୍ଷକ ଦଶପଲ୍ଲୀଙ୍କୁ ଏକ ସ୍ମାରକପତ୍ର ଦିଆଯାଇ ଏହା ଉପରେ ଆଶୁ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଥିଲା । ଏଥିରେ ଦଶପଲ୍ଲାର ସମସ୍ତ ବଣିକ ସଂଘର ସଦସ୍ୟ ଓ ଜନସାଧାରଣ ସତଃପ୍ରବୃତ ଭାବରେ ଯୋଗଦାନ କରିଥିଲେ ।
More Stories
19-9-2024
18-9-2024
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।