ଭବାନୀପାଟଣା : ଆଜି କଳାହାଣ୍ଡି ଜିଲ୍ଲା ମିଶନ ଶକ୍ତି ଇ.ସି ସଂଘ ତରଫରୁ ଜିଲ୍ଲା ପାଲ ୪ଦଫା ନେଇ ଦାବିପତ୍ର ପ୍ରଦାନ : ମିଶ୍ରନ ଶକ୍ତିର ହୃତପିଣ୍ଡ ଭଳି କାର୍ଯ୍ୟ କରୁଥିବା ମିଶନ ଶକ୍ତି ଏଇ ଜୀବିକା ମିଶନର ଇ.ସି. ମାନଙ୍କୁ ପ୍ରତି ଦୁଇ , ବର୍ଷରେ ରିଷ୍ଟ୍ରକଚରିଂ ପ୍ରତ୍ୟାହାର କର ଓ ଭତ୍ତା ବୃଦ୍ଧି ସମ୍ପର୍କୀୟ ଦାବିପତ୍ର ।
ଏହି ଆମ୍ଭେ ନିମ୍ନସ୍ବାକ୍ଷରକାରୀ, ଓଡ଼ିଶା ଜୀବିକା ମିଶନ୍ ଇ.ବି. ସଂଘ ପକ୍ଷରୁ ଜଣାଉଅଛିକି, ମହିଳା ସଶକ୍ତିକରଣର ହୃତପିଣ୍ଡ ସଦୃଶ୍ୟ ଇ.ସି. ମାନେ କାର୍ଯ୍ୟ କରିଥାଆନ୍ତି । ଗ୍ରାମ ପଞ୍ଚାୟତଠାରୁ ଜିଲ୍ଲା ପର୍ଯ୍ୟନ୍ତ ଇସି ସଦଶ୍ୟମାନେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ସଂଗଠିତ କରିବା, ସେମାନଙ୍କୁ ଆର୍ଥିକ ପରିଚାଳନାରେ ତାଲିମ୍ ଓ ପ୍ରୋତ୍ସାହିତ କରିବା, ଇ.ସି. ସଭାପତି ଓ ସମ୍ପାଦକଙ୍କ ସ୍ୱାକ୍ଷରରେ ଋଣ ଗ୍ରହଣ ଓ ଗଣି ପ୍ରଦାନ କାର୍ଯ୍ୟ କରାଯାଇଥାଏ । ଏମାନେ ସି.ଆରପି. ଓ ଏମ୍.ବି.କେ. ମାନଙ୍କ କାର୍ଯ୍ୟ ତଦାରଖ ମଧ୍ୟ କରିଥାଆନ୍ତି । ଏହି କାର୍ଯ୍ୟଦକ୍ଷତା ଗୋଟିଏ ବା ଦୁଇଦିନରେ ସମ୍ଭବ ହୁଏନାହିଁ । ଏମାନେ ମୌଳିକ, ଆର୍ଥିକ, ସାମାଜିକ ଓ ସାଙ୍ଗଠନିକ ଅଧ୍ୟୟନ ଓ ଅଧ୍ୟବସାୟରେ ତାଲିମପ୍ରାପ୍ତ । ମାତ୍ର ବିଡ଼ମ୍ବନାର ବିଷୟ ଏହିକିଯେ, ଏମାନଙ୍କୁ ପ୍ରତି ଦୁଇ ବର୍ଷକୁ ଥରେ ରିଷ୍ଟ୍ରକଚରିଂ ନାମରେ ଅସ୍ଥାୟୀତ୍ବର ଅନିଶ୍ଚିତତ୍ରା ଭିତରେ ସ୍ବପ୍ନମାନଦେୟରେ ରଖାଯାଇଛି । ଅବଶ୍ୟ ଓଡ଼ିଶାରେ ଇସି ମନୋନୀତ ହେବାଠାରୁ ଏପର୍ଯ୍ୟନ୍ତ ରିଷ୍ଟ୍ରକ ନାମରେ କେହି ବହିଷ୍କୃତ ହୋଇନାହାନ୍ତି । ଏପରିକି ସହରାଞ୍ଚଳରେ କାର୍ଯ୍ୟରତ ଇସିମାନେ କୌଣସି ଭତ୍ତା ପାଇନାହାନ୍ତି । ଗ୍ରାମାଞ୍ଚଳରେ ମଧ୍ୟ ଯେଉଁ ଗ୍ରାମ ପଞ୍ଚାୟତରେ ୧୮ଜଣରୁ ଅଧୁକ ଇ.ସି. ଅଛନ୍ତି, ସେମାନେ ୨୫-୩୦ ଜଣ ହୋଇଥିଲେ ମଧ୍ୟ ୧୮ଜଣଙ୍କ ଭତ୍ତାକୁ ଭାଗକରି ଦିଆଯାଉଛି । ତେଣୁ ନିମ୍ନଲିଖିତ ଦାବି ପୂରଣ ପାଇଁ ଉପସ୍ଥାପନ କରୁଅଛୁ । ଷ୍ଟ୍ରକଚରିଂ ଦାବି ସମୂହ :ମିଶନଶକ୍ତି ଅଧୁନସ୍ଥ ଜୀବିକା ମିଶନ୍ ଇ.ସି. ମାନଙ୍କୁ ପ୍ରତି ଦୁଇ ବର୍ଷରେ ରିଷ୍ଟକଚରିଂ ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା ସହ ଏମାନଙ୍କ ଭତ୍ତା ବୃଦ୍ଧି ଓ ସ୍କିମ୍ ୱାର୍କର ଭାବରେ ୱାର୍କର ମାନ୍ୟତା ଦିଆଯାଉ । ମିଶନଶକ୍ତି ଅଧୁନସ୍ଥ ଇ.ସି. ମାନଙ୍କୁ (ସହରାଞ୍ଚଳରେ କାର୍ଯ୍ୟରତ ଇସି ମାନଙ୍କ ସମେତ) ମାସିକ ମାନଦେୟ ସରକାରଙ୍କ ଦ୍ଵାରା ଘୋଷିତ କୁଶଳୀ ଶ୍ରମିକର ସର୍ବନିମ୍ନ ମଜୁରୀ ପ୍ରଦାନ କରାଯାଉ । ମିଶନଶକ୍ତି ଅଧୁନସ୍ଥ ଜୀବିକାମିଶନ୍ ଇ.ସି. ମାନଙ୍କୁ ସମସ୍ତ ପ୍ରକାର ସାମାଜିକ ନିରାପତ୍ତା ପ୍ରଦାନ କରାଯାଉ । ସରକାରଙ୍କ ମିଶନ ଶକ୍ତି ବିଭାଗ ଇ.ସି. ମାନଙ୍କୁ ସ୍ଫୁଟି ଋଣ ଜୋଜନାରେ ସାମିଲି କରି ମହତ କାର୍ଯ୍ୟ କରିଥୁବା ବେଳେ ଏହି ଜୋଜନାର ସର୍ତ୍ତା ବଳୀ ଅନୁସାରେ ୪୮ଟି କିସ୍ତି ମଧ୍ୟରୁ ମାତ୍ର ୮ଟି କିସ୍ମି ଦେୟ ହୋଇଛି ଏହାର ପରବତୀ କିସ୍ମି ମଧ୍ୟରୁ ମାତ୍ର ୮ କିସ୍ତି ବେୟ ହେଇଛି ଏହାର ପରବର୍ତୀ କିସ୍ତି ଗୁଟିକ ସମ୍ପର୍କରେ ସରକାର ବିଭାଗ କରନ୍ତୁ ବୋଲି ନାରା ଦେଇଥିଲେ ରାଜ୍ୟରେ ଏହି କାର୍ଯ୍ୟରତ ମହିଳାଙ୍କୁ ଦାବି ପୂରଣ କରି ରାଜ୍ୟରେ ଜୀବିକା ମିଶନ ଶକ୍ତି ଶାଳୀ କରିବେ ବୋଲି ବିନମ୍ର ନେବେଦନ କରିଥିଲେ l ଏହି ଦାବି ପୂରଣ କରି ଓଡିଶାର ଲକ୍ଷ ଲକ୍ଷ ମିଶନ ଶକ୍ତି ମହିଳା ମାନେ ଆର୍ଥିକ ଅର୍ଥବୃଦ୍ଧିକୁ ସ୍ୱାବିଳମ୍ବି କରିବା ପାଇଁ ୪ରୀ ଦଫା ଜିଲ୍ଲା ପାଳଙ୍କୁ ଦେଇଥଲେ
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ