ରାୟଗଡ଼ ଜିଲ୍ଲା ଗୁଣୁପୁର ବ୍ଲକ୍, ବିକ୍ରମପୁର ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ରେ ଏକ ଯକ୍ଷ୍ମା ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଡଃ ସୋନାଲି ମହାନ୍ତି, ସୁଶାନ୍ତ ବେହେରା ( ଏସ ଟି ଏସ), ସସ୍ମିତା ନାୟକ (ଆଇ ସି ଟି ସି), ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (EMRS) ଅଧ୍ୟକ୍ଷ ଶ୍ରୀ ଅନନ୍ତ ତ୍ରିପାଠୀ ଓ ପିରମଲ୍ ସ୍ବାସ୍ଥ୍ୟ ଜିଲ୍ଲା ସଂଯୋଜକ ତାପସ ରଂଜନ ପାଣି ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଯକ୍ଷ୍ମା ରୋଗ, ନିଦାନ ଓ ଯକ୍ଷ୍ମା ମୁକ୍ତ ଭାରତ ବିଷୟ ରେ ଏକ ବିସ୍ତୃତ ଆଲୋଚନା କରାଯାଇଥିଲା । ଏଥି ସହ ଅନ୍ୟାନ୍ୟ ରୋଗ ଯଥା ସିକିଲ୍-ସେଲ, ମ୍ୟାଲେରିଆ, ଡେଙ୍ଗୁ ଜ୍ଵର ଓ କୁଷ୍ଠ ରୋଗ ବିଷୟ ରେ ବିଦ୍ୟାଳୟ ର ଶତାଧିକ ଛାତ୍ର,ଛାତ୍ରୀ ତଥା ଅଧ୍ୟାପକ ଅଧ୍ୟାପିକା ଙ୍କୁ ସଚେତନ କରା ଯାଇଥିଲା । ଗୁଣୁପୁର ରୁ ନିରୋଜ ଷଡ଼ଙ୍ଗୀ ଙ୍କ ସହ କୃଷ୍ଣ କୁମାର ବେହେରା ଙ୍କ ରିପୋର୍ଟ ମନ୍ଥନ live
More Stories
25-01-2025
ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆଙ୍କ ନୂଆପଡ଼ା ଗସ୍ତ
13.01.2025