ଦିନକୁ ଦିନ ଖୋର୍ଦ୍ଧା- ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଯାତ୍ରୀକଂ ପାଇଁ ପାଲଟିଛି ମରଣଯନ୍ତା । ପ୍ରତିଦିନ ଏହି ଜାତୀୟ ରାଜପଥ ର ଦଶପଲ୍ଲା ଠାରୁ ବାଣିଗୋଛା ମଧ୍ୟରେ ଛୋଟ ବଡ ଦୁର୍ଘଟଣା ଘଟୁଥିଲାବେଳେ, ଆଜି ବାଣିଗୋଛା ଥାନା ଅନ୍ତର୍ଗତ ତାକୁଡା ଓ କୁଲୁରୁକୁମ୍ପା ମଧ୍ୟସ୍ଥଳ ରେ , ଆଜି ଅପରାହ୍ନ ୪ଟା ସମୟରେ ଏକ କାର୍ ଆମ୍ବଗଛ କୁ ଧକ୍କା ଦେବା ଫଳରେ ୫ ଜଣ ଗୁରୁତର ହୋଇଛନ୍ତି । ସେହି ରାସ୍ତାରେ ଏକ କାର୍ଯ୍ୟକ୍ରମ ରେ ଯୋଗଦେବାକୁ ଯାଉଥିବା ଗଣିଆ ଆଞ୍ଚଳିକ ସାମ୍ବାଦିକ ସଂଘର ସଦସ୍ୟ ଓ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା କୁ ପଠାଇ ଥିଲେ । ଘଟଣାସ୍ଥଳରେ ବାଣିଗୋଛା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
More Stories
ଜନସ୍ବାସ୍ଥ୍ୟ ଯାନ୍ତ୍ରୀକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ଓ ନୂତନ କାର୍ଯ୍ୟକର୍ତ୍ତା ଚୟନ
ଆକାଶ ଏଜୁକେସନସ୍ ଛାତ୍ରଛାତ୍ରୀଙ୍କ ଜେଇଇ ମେଇନ୍ସରେ ବ୍ରହ୍ମପୁର ଟପ୍ପର
ବିଜେଡି ଦଳ ପରିତ୍ୟାଗ କରି ବିଜେପିର ମିଶେଲେ ୨୬ଟି ପରିବାର