ମୋରଡ଼ା : ଫାଇଲେରିଆ ନିରାକରଣ ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି। ବିଭିନ୍ନ ବିଦ୍ୟାଳୟଗୁଡିକରେ ଛାତ୍ର ଛାତ୍ରୀଙ୍କୁ ଫାଇଲେରିଆ ନିରାକରଣ ପାଈଁ ସଚେତନ କରିବା ସହିତ ଔଷଧ ବଣ୍ଟନ କରାଯାଉଛି । ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ବାଘଡା ପଞ୍ଚାୟତ କପ୍ତିଶୋଳ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କୁ ଫାଇଲେରିଆ ଔଷଧ ଖାଇବାକୁ ଦିଆଯାଇଛି।
ବାଘଡ଼ା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଏନଏମ୍ ଅନ୍ନପୂର୍ଣ୍ଣା ଚୌଧୁରୀ କହିବା ମୁତାବକ ଏହି କାର୍ଯ୍ୟକ୍ରମ ଅଗଷ୍ଟ ୧୦ ତାରିଖରୁ ଅଗଷ୍ଟ ୧୯ ତାରିଖ ପ୍ରଜନ୍ତ ୯ ଦିନ ଧରି ବିଭିନ୍ନ ବିଦ୍ୟାଳୟରେ ଚାଲୁ ରହିବ। ଆଇଭାର୍ମେରିକ ବଟିକା ଉଚ୍ଚତା ଅନୁସାରେ,ବିଇସି ବଟିକା ବୟସ ଅନୁସାରେ ତଥା ଆଲବାଟାଇଜାଲ ବଟିକା କୃମି ପାଇଁ ଛାତ୍ର ଛାତ୍ରୀଙ୍କୁ ଦିଆଯାଉଛି ଦିଆଯାଉଛି।ଏହି ଅଭିଯାନ ତିନିବର୍ଷ ଧରି ଚାଲିରହିଛି। ସମାଜକୁ ଫାଇଲେରିଆ ମୁକ୍ତ କରିବା ଏହି ଅଭିଯାନର ମୂଖ୍ୟ ଲକ୍ଷ୍ୟ।
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ