ପୋଲସରା : ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ରାଷ୍ଟ୍ରୀୟ ସେବା ଯୋଜନା (ଏନଏସଏସ) କୋ-ୟୁନିଟ ଓ ପୁରୁଷ ୟୁନିଟ ପକ୍ଷରୁ ଫାଇଲେରିଆ, ଡେଙ୍ଗୁ ଓ ମାଲେରିଆ ନିରାକରଣ ଏବଂ ମାସ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ସଚେତନତା କାର୍ଯ୍ୟକ୍ରମ ଅଗଷ୍ଟ ୯ ତାରିଖ ଦିନ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। କଲେଜ ପ୍ରିନ୍ସପାଲ ରବିନ୍ଦ୍ର ନାଥ ପାଳ ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଡାକ୍ତର ଶୁଭ୍ରାଂଶୁ କୁମାର ସେଠୀ ଏହି କାର୍ଯ୍ୟକ୍ରମରେ ସାଧନ କର୍ମୀ ଭାବେ ଯୋଗଦେଇ ଫାଇଲେରିଆ, ଡେଙ୍ଗୁ ଓ ମାଲେରିଆ ରୋଗର କାରଣ, ନିରାକରଣ ବିଷୟରେ ଆଲୋକପାତ କରି ଏନଏସଏସ ସ୍ୱେଚ୍ଛାସେବୀମାନଙ୍କୁ ସଚେତନ କରିଥିଲେ।
ଏନଏସଏସ କଲେଜ ସ୍ତରୀୟ ପରାମର୍ଶଦାତା କମିଟି ସଦସ୍ୟ ଦର୍ଶନଶାସ୍ତ୍ର ରିଡର ରୁଦ୍ର ପ୍ରସାଦ ଗୌଡ଼ ଏବଂ ରାଜନୀତି ବିଜ୍ଞାନ ଅଧ୍ୟାପକ ଅନିଲ କୁମାର ଦାସ ମଶା ଦ୍ୱାରା ବ୍ୟାପୁଥିବା ତିନି ରୋଗର ବିଲୋପ ବିଷୟରେ ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ। ଏନଏସଏସ କୋ-ୟୁନିଟ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ସେକ ଫରିଦ ସଂଯୋଜନା କରିଥିବା ବେଳେ ଏନଏସଏସ ପୁରୁଷ ୟୁନିଟ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଅଣଶିକ୍ଷକ କର୍ମଚାରୀମାନେ ସହଯୋଗ କରିଥିଲେ।
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ