ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ବାସିନ୍ଦା ତଥା ରାଜନଗରରେ ଫିନୋ ପେମେଣ୍ଟସ ବ୍ୟାଙ୍କ ଚଳାଉଥିବା ପ୍ରଣବ ପଣ୍ଡା (୩୫) ଙ୍କ ଠାରୁ ଗତରାତି ୯ ଟା ସମୟରେ କଇଁଣ୍ଡା ନାଳ ନିକଟରୁ ୯ ଲକ୍ଷ ଟଙ୍କା ଲୁଟ ହୋଇଥିବା ତୁରୁମୁଙ୍ଗା ଥାନାରେ ଅଭିଯୋଗ ହୋଇଛି। ସୂଚନା ଯୋଗ୍ୟ ଯେ ପ୍ରଣବଙ୍କ ନିଜ ଘର ରାଜନଗରରେ ହୋଇଥିବା ବେଳେ ସେ ତୁରୁମୁଙ୍ଗା ରେ ଘର ଭଡା ନେଇ ରହନ୍ତି । ଗତକାଲି ରାଜନଗରରୁ ରାତି ତୁରୁମୁଙ୍ଗା ବାଇକ ଯୋଗେ ଫେରୁଥିବା ସମୟରେ କଇଁଣ୍ଡା ନାଳ ନିକଟରେ ବାଇକରେ ଆସିଥିବା ୨ ଜଣ ଲୁଟେରା ତାଙ୍କ ବାଇକକୁ ଅଟକାଇ ମୁଣ୍ଡରେ ପିସ୍ତଲ ଲଗାଇ ତାଙ୍କ ବାଇକ ଡିକିରେ ଥିବା ୯ ଲକ୍ଷ ଟଙ୍କା ଲୁଟି ନେଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ଥାନାରେ ୨୫୯/୨୦୨୪ ମୂଳେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ଅନୁସନ୍ଧାନ କରୁଥିବା ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତିଙ୍କ ଠାରୁ ସୂଚନା ମିଳିଛି। ଅପର ପକ୍ଷରେ ପ୍ରଣବଙ୍କ ମୋବାଇଲ ଅଥବା ବାଇକ ଲୁଟେରା ନେଇନଥିବାରୁ ଆଜି ପୁଲିସର ସୂତନ୍ତ୍ର ଅନୁସନ୍ଧାନକାରୀ ଦଳ ଥାନାରେ ତାଙ୍କୁ ପଚରାଉଚୁରା ଜାରି ରଖିଛନ୍ତି । ଖୁବ ଶୀଘ୍ର ଏହି ଲୁଟ ସତ୍ୟାସତ୍ୟ ଉପରୁ ପୁଲିସ ପରଦା ଉଠାଇବାର ସମ୍ଭାବନା ରହିଛି ।
More Stories
ମେମ୍ବର ସିପ୍ ଡ୍ରାଇଭକୁ ନେଇ ମହାନଗର ବିଜେଡିର ଜରୁରୀକାଳୀନ ବୈଠକ
6-10-2024
୧୪ ନମ୍ୱର ୱାର୍ଡ କର୍ପୋରେଟରଙ୍କ ଦଶହରା ଉପହାର ବଣ୍ଟନ