ସ୍ୱାଭିମାନ ଅଞ୍ଚଳର ଗୁରୁପ୍ରିୟା ନଦୀର ଏବେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଗୁରୁପ୍ରିୟା ସେତୁର ଗାର୍ଡର ଠାରୁ ୬ଫୁଟ ବର୍ତ୍ତମାନ ଜଳସ୍ତର ରହିଥିବା ବେଳେ ଏହା କୌଣସି ମୁହୂର୍ତ୍ତରେ ମଧ୍ୟ ବ୍ରିଜର ଗାର୍ଡର ପାଖକୁ ପହଂଚି ପରେ । ଅନ୍ୟପଟେ ବାଲିମେଳା ଜଳ ଭଣ୍ଡାରର ଜଳ ସ୍ତର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଡ୍ୟାମର ଜଳ ଧାରଣ କ୍ଷମତା ୧୫୨୬.୦୦ଫୁଟ ରହିଥିବା ବେଳେ ଆଜି ଏହା ୧୫୦୮.୪୦ ଫୁଟ ରହିଛି । ଯାହା ଫଳରେ ବାଲିମେଳା ଡ୍ୟାମ କାର୍ଯ୍ୟାଳୟ ପାଖରୁ କୌଣସି ମୁହୂର୍ତ୍ତରେ ମଧ୍ୟ ଡ୍ୟାମର ଗେଟ ଖୋଲା ଯିବ ବୋଲି ଗାଡି ମାଧ୍ୟମରେ ନଦୀ ତଳିଆ ଅଂଚଳରେ ବସବାସ କରୁଥିବା ଲୋକଙ୍କୁ ମାଇକ୍ ସାହାଯ୍ୟରେ କହି ସଚେତନ କରାଯାଉଛି । କୌଣସି ଲୋକ ମଧ୍ୟ ନଦୀକୁ ନ ଯିବା ପାଇଁ ବାରଣ କରାଯାଉଛି ।
More Stories
ମେମ୍ବର ସିପ୍ ଡ୍ରାଇଭକୁ ନେଇ ମହାନଗର ବିଜେଡିର ଜରୁରୀକାଳୀନ ବୈଠକ
6-10-2024
୧୪ ନମ୍ୱର ୱାର୍ଡ କର୍ପୋରେଟରଙ୍କ ଦଶହରା ଉପହାର ବଣ୍ଟନ