ଗାଁ କୁ ପକ୍କା ରାସ୍ତା ନିର୍ମାଣ ଦାବିରେ କାଦୁଅ ପଚ ପଚ ରାସ୍ତାରେ ଧାନ ଗଛ ରୋଇ ଅଭିନଭ ପ୍ରତିବାଦ କଲେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଦୋରାଗୁଡା ପଞ୍ଚାୟତ ର ରସିଆଗୁଡା ଗ୍ରାମବାସୀ. ଚିତ୍ରକୋଣ୍ଡା ବ୍ଲକ ସଦର ମହକୁମା ଠାରୁ ପାଞ୍ଚ କିଲୋମିଟର ଦୂର ଏହି ରସିଆଗୁଡା ଗ୍ରାମ. ଚିତ୍ରକୋଣ୍ଡା ପାପଲୁର ମୁଖ୍ୟ ରାସ୍ତାଠାରୁ ଏକ କିଲୋମିଟର ଚାଲିକି ଗଲେ ଏହି ରସିଆଗୁଡା ଗ୍ରାମ ପଡିଥାଏ. ତିନିଶହ ରୁ ଅଧିକ ଲୋକେ ଏହିଗ୍ରାମ ରେ ବସବାସ କରୁଥିଲେ ସୁଦ୍ଧା ଆଜି ସୁଦ୍ଧା ପକ୍କା ରାସ୍ତା ଖଣ୍ଡିଏ ନିର୍ମାଣ ହୋଇପାରିନାହିଁ . ଦୁଇବର୍ଷ ତଳେ ଗାଁ କୁ ମାଟି ରାସ୍ତା ଖଣ୍ଡିଏ ନିର୍ମାଣ ହୋଇଛି. ବର୍ଷା ଦିନେ ଏହି ମାଟି ରାସ୍ତାରେ ଯିବା ଆସିବା କରିବା କଷ୍ଟ ହୋଇ ପଡୁଛି.ମାଟି ରାସ୍ତାଟି ପାଣି କାଦୁଅରେ ପରିପୂର୍ଣ ଥିବାରୁ ଯାତାୟାତ ରେ ଅସୁବିଧା ହେବାସହ ଗାଡି ମୋଟର ତ ଦୂରର କଥା ଅଟୋ ଗାଁ କୁ ଆସି ପାରୁନାହିଁ ଗାଁ ରେ କାହାର ଦେହ ଖରାପ ହେଲେ ଗାଁ କୁ ଆମ୍ବୁଲାନ୍ସ ମଧ୍ୟ ଆସି ପାରୁନଥିବା ବିଶେଷ କରି ଗାଁ ର ବୟସ୍କ ବ୍ୟକ୍ତି,ଗର୍ଭବତୀ ମହିଳା,ଛୋଟ ଛୋଟ ପିଲାମାନେ ବହୁ ଅସୁବିଧା ର ସମ୍ମୁଖୀନ ହେଉଥିବା କହିଛନ୍ତି ଗ୍ରାମବାସୀ.ଗାଁ କୁ ପକ୍କା ରାସ୍ତା ଖଣ୍ଡିଏ ନିର୍ମାଣ ନିମନ୍ତେ ବହୁବାର ପ୍ରଶାସନ କୁ ଅନୁରୋଧ କରିଥିଲେ ସୁଦ୍ଧା କୌଣସି ଫଳ ନ ମିଳିବାରୁ ବାଧ୍ୟ ହୋଇ କାଦୁଅ ପଚ ପଚ ରାସ୍ତାରେ ଧାନ ଗଛ ଲଗାଇ ପ୍ରତିବାଦ କରିଥିବା କହିଛନ୍ତି ରସିଆଗୁଡା ଗ୍ରାମବାସୀ.
More Stories
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।
12-9-2024
କଣ୍ଟାମାଳ ହାଇସ୍କୁଲରେ ସାପ କାମୁଡା ପ୍ରତି ସାବଧାନ କାର୍ଯ୍ୟକ୍ରମ