ଲାଞ୍ଜିଗଡ : ସ୍ୱାଧୀନତାର ୭୮ ବର୍ଷ ପରେ ମଧ୍ୟ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଗୁଣ୍ଡୁରି ପଞ୍ଚାୟତ ଗଙ୍ଗପେନୁ ଗାଁର ଗର୍ଭବତୀ ମହିଳା ହସ୍ପିଟାଲ ଯିବାପାଇଁ ଆବଶ୍ୟକ ପଡୁଛି ଖଟିଆ। ଗାଁରେ ରାସ୍ତା ନଥିବା ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଆଜି ଗାଁର ଯଶୋଦା ମାଝୀ ନାମକ ଜଣେ ଗର୍ଭବତୀ ମହିଳା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁକୁ ଆସିପାରିନାହିଁ। ଫଳରେ ବାଧ୍ୟ ହୋଇ ପରିବାର ଓ ଗାଁଲୋକ ପାଖାପାଖି ୩ କିଲୋମିଟର ରାସ୍ତା ସରଲାଞ୍ଜି ଗାଁ ପଯ୍ୟନ୍ତ ତାଙ୍କୁ ଖଟିଆରେ ବୋହି ନେଇ ଆମ୍ବୁଲାନ୍ସରେ ଛାଡିଛନ୍ତି। ଏହାପରେ ପରେ ଯଶୋଦାଙ୍କୁ ଭବାନୀପାଟଣା ଜିଲ୍ଲା ଚିକିତ୍ସାଳୟରେ ଭର୍ତି କରାଯାଇଛି। ଗାଁକୁ ଭଲ ରାସ୍ତା ନିର୍ମାଣ ନେଇ ବାରମ୍ବାର ଗ୍ରାମବାସୀମାନେ ଅଭିଯୋଗ କରିଆସୁଛନ୍ତି। ହେଲେ ପ୍ରଶାସନ ସବୁଜାଣି ମଧ୍ୟ ନିଦାବିଷ୍ଣୁ ସାଜିଛି। ତେଣୁ ଏସବୁକୁ ନଜରରେ ରଖି ଜିଲ୍ଲା ତଥା ବ୍ଲକ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାପାଇଁ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।
More Stories
ବିଧାୟକଙ୍କ ଅନୁଦାନରେ କମ୍ୟୁନିଟି ହଲ ନିର୍ମାଣ ପାଇଁ ଭୂମି ପୂଜନ
ତାରାଦେବୀଙ୍କ ଯାତ୍ରାର ପଞ୍ଚମୁଖ ହନୁମାନ କଳାକୁଞ୍ଜର ଭସାଣି ଶୋଭାଯାତ୍ରା
ୱାର୍ଡବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଆଧାର କେନ୍ଦ୍ର ବ୍ୟବସ୍ଥା କଲେ ଧିରେଶ