ଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Spread the love

ବ୍ରହ୍ମପୁର : ବ୍ରହ୍ମପୁର ନିକଟ ପୁରୁଣା ଯୋଗିଆପଲ୍ଲୀ ଗ୍ରାମ ନିକଟ ବିଲରେ ଥିବା ଏକ ଗଛରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ା ମୃତ ଯୁବକ ଜଣଙ୍କ ହେଲେ ପୁରୁଣା ଯୋଗୀଆପଲ୍ଲୀ ଗ୍ରାମର ବଳରାମ ଗୌଡ ଓରଫ ଭିକି(୨୩) ା ସେହିପରି ମୃତ ଯୁବତୀ ଜଣଙ୍କ ଲୋଚାପଡା ଅଞ୍ଚଳର ା ତାଙ୍କ ବୟସ ୧୭ ବର୍ଷ ା ସେ ସହରର ଏକ କଳେଜରେ ଯୁକ୍ତ ୨ ପଢୁଥିଲେ ା ଗତକାଲି ଠାରୁ ସେ ଘରୁ ନିଖୋଜ ରହିଥିଲେ ା ପ୍ରକାଶଥାଉକି, ଆଜି ଦିିନ ୧୨ ଟା ବେଳେ ପୁରୁଣାଯୋଗିଆପଲ୍ଲୀ ନିକଟ ଏକ ଗଛରେ ୨ଟି ମୃତଦେହ ଝୁଲୁଥିବା ଜଣେ ଟ୍ରାକ୍ଟର ଚାଳକ ଦେଖିଥିଲେ ା ଗ୍ରାମାବସୀ ସେଠାରେ ପହଞ୍ଚିବା ପରେ ଖବରପାଇ ଭିକିଙ୍କ ପରିବାର ଲୋକେ ପହଞ୍ଚି ପୁଅର ମୃତଦେହ ଚିହ୍ନଟ କରିଥିଲେ ା ସେହିପରି ମୃତ ଯୁବତୀଙ୍କ ପରିବାର ଲୋକେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ ା ନିମଖଣ୍ଡି ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ା

ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ପଞ୍ଚନାମା କରାଯିବା ପରେ ବ୍ୟବଛେଦ ପାଇଁ ଏମକେସିଜି ମେଡିକାଲକୁ ପଠାଯାଇଥିଲା ା ଅନ୍ୟପକ୍ଷରେ, ମୃତ ଯୁବତୀ ଜଣଙ୍କ ଗତକାଲି ରାତିଠାରୁ ତାଙ୍କ ଘରୁ ନିଖୋଜ ରହିଥିଲେ ା ଏ ନେଇ ତାଙ୍କ ପରିବାର ପକ୍ଷରୁ ନିମଖଣ୍ଡି ଥାନାରେ ଏତଲା ଦିଆଯାଇଛି ା ଆଜି ସକାଳୁ ଯୁବତୀଙ୍କ ପରିବାର ଲୋକେ ଯୁବତୀଙ୍କ ଘରୁ ଭିକି ଓ ସଂପୃକ୍ତ ଯୁବତୀଙ୍କ ଯୋଡି ଫଟୋ ଟଙ୍ଗା ଯାଇଥିବା ଦେଖିଥିଲେ ା ନିଖୋଜ ପୂର୍ବରୁ ଯୁବତୀ ଜଣଙ୍କ ଫଟୋ ଟାଙ୍ଗି ଚାଲି ଯାଇଥିବା ସନ୍ଦେହ କରାଯାଉଛି ା ପୁଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ ଜବତ କରିଛି ା ସେହିପରି ପୁଲିସ ଏକ ମୋବାଇଲ ମଧ୍ୟ ଜବତ କରିଛି ା ଏପଟେ ଭିକି ଓ ସଂପୃକ୍ତ ଯୁବତୀ କିଛି ବର୍ଷ ହେଲା ଉଭୟଙ୍କୁ ଭଲ ପାଉଥିଲେ ା ହେଲେ ଯୁବତୀଙ୍କ ଅନ୍ୟତ୍ର ବିବାହ ପାଇଁ ପରିବାର ଲୋକେ ଯୋଜନା କରିଥିଲେ ା ଉଭୟଙ୍କ ପରିବାର ଲୋକେ ତାଙ୍କ ପ୍ରେମକୁ ସ୍ବୀକୃତୀ ନଦେବାରୁ ସେମାନେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଶୁଣିବାକୁ ମିଳୁଛି ା ଏ ନେଇ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ା

You may have missed

error: Content is protected !!
Breaking News