ଗଜପତି ଜିଲ୍ଲା ଗୋଷାଣୀ ବ୍ଲକରେ ପାଣି ଟ୍ୟାଙ୍କ ଶୁଭ ଦେଲେ ବିଧାୟକ

Spread the love

ପାରଳାଖେମୁଣ୍ଡି – ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ରେ ପାଣି ଟ୍ୟାଙ୍କ ଶୁଭ ଦେଲେ ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ଶ୍ରୀ ରୂପେଶ କୁମାର ପାଣିଗ୍ରାହୀ । ଉପଲଡା ପଞ୍ଚାୟତର ଚନ୍ଦନ ଖୋଲାରେ ପାଣି ଟ୍ୟାଙ୍କ ଶୁଭ ଦେଲେ ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ଶ୍ରୀ ରୂପେଶ କୁମାର ପାଣିଗ୍ରାହୀ।

ଏହି ପାଣି ଟ୍ୟାଙ୍କ ଗୁଡ଼ିକର ଅଟକଳ ମୂଲ୍ୟ 30ଲକ୍ଷ ଟଙ୍କା ବୋଲି ଜଣା ପଡିଛି। ଇତି ଅବସରରେ ବିଧାୟକ ଉପସ୍ଥିତ ଠିକାଦାର ଙ୍କୁ ଉନ୍ନତ ମାନର ନିର୍ମାଣ କାର୍ଯ୍ୟ କରିବା ପାଇଁ ଆଦେଶ ଦେଇଥିଲେ ତଥା ଉପସ୍ଥିତ ଜନ ପ୍ରତିନିଧି ମାନଙ୍କୁ ନିୟମିତ କାମର ତଦାରଖ କରିବା ପାଇଁ ଅନୁରୋଧ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଏନ୍ ବୀରରାଜୁ, ଜିଲ୍ଲା ପରିଷଦ ସଭ୍ୟ ଏସ ବାଲରାଜୁ, ସରପଞ୍ଚ, ସମିତି ସଭ୍ୟ, ସହାୟକ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ।

You may have missed

error: Content is protected !!
Breaking News