ପାରଳାଖେମୁଣ୍ଡି : ପଶ୍ଚିମବଙ୍ଗରେ ଟ୍ରକ ଧର୍ମମାଲିକଙ୍କ ଧର୍ମଘଟ ଯୋଗୁଁ ଗଜପତି ଜିଲ୍ଲାରେ ଆଳୁର କୃତ୍ରିମ ଅଭାବ ପରିଲକ୍ଷିତ ହୋଇଛି. ଜିଲ୍ଲାର ବିଭିନ୍ନ ବଜାରରେ କିଛି ପରିମାଣରେ ଆଳୁ ଗଛିତ ଥିଲେ ସୁଦ୍ଧା ବ୍ୟବସାୟୀମାନେ କୃତ୍ରିମ ଅଭାବ ଦେଖାଇ ଆକାଶ ଛୁଆଁ ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି. ସମଗ୍ର ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହର ସମେତ ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡ଼, ଗୋଷଣୀ, ଗୁମ୍ମା, କାଶୀନଗର ଆଦି 7 ଗୋଟି ବ୍ଲକରେ ପରିବା ବଜାରରୁ ଆଳୁ ଉଭାନ ହୋଇଯାଇଛି ବୋଲି ସାଧାରଣରେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡା ଅଭିଯୋଗ କରି କହିଛନ୍ତି.
କାଶୀନଗର ପରିବା ବଜାରରୁ ଆଳୁ ଉଭାନ ହୋଇଥିବା ଉପୋଭୋକ୍ତା ବା ଖାଉଟି ମାନେ ସୂଚନା ଆମ ପ୍ରତିନଧି ଙ୍କୁ ଦେଇଛନ୍ତି. ସୂଚନା ହସ୍ତଗତ ହେବା ପରେ ପ୍ରତିନିଧି ନିଜେ କାଶୀନଗର ବଂଶଧାରା ନଦୀ ତଟ ରେ ଥିବା ବଡ଼ ପରିବା ହୋଲସେଲ ବଜାର, ବସ ଷ୍ଟାଣ୍ଡ ଠାରେ ଥିବା ଉଠା ପରିବା ବଜାର ଓ ଫୋରେଷ୍ଟ ଛକ ଠାରେ ଥିବା ପରିବା ବଜାର ବୁଲି ଅନୁସନ୍ଧାନ କରି ପରିବା ବିକାଳୀ ଓ ତେଜରାତି ଦୋକାନୀ ଙ୍କୁ ବୁଝିବାରୁ ପ୍ରକୃତରେ କାଶୀନଗର ସହାରକୁ ଆଳୁ ରାୟଗଡା ଜିଲ୍ଲା ଗୁଣୁପୁର ଓ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର କୋତୁରୁ ଠାରୁ ବ୍ୟବସାୟୀ ମାନେ ଆଣି ବସ୍ତା ବସ୍ତା ବସ୍ତା ବିକ୍ରି କରିଥାନ୍ତି କିନ୍ତୁ ପଶ୍ଚିମବଙ୍ଗରୁ ଓଡିଶା କୁ ଆସିଥିବା ଆଳୁ ଗାଡ଼ି ଫେରିଯିବାରୁ ଆଳୁ ସଙ୍କଟ କାଶୀନଗର ରେ ମଧ୍ୟ ପଡିଛି ବୋଲି ସେମାନେ କହି ଗତ କାଲି ଯାଏଁ ଏଠାରେ ଆଳୁ କିଲୋ ପିଛା 40 ଟଙ୍କା ଦରରେ ବିକ୍ରି ହେଉଥିଲା କିନ୍ତୁ ଯାହା କିଛି ଦୋକାନରେ ଥିଲା ସବୁ ସରିଯାଇଛି. ବର୍ତମାନ ପରିସ୍ଥିତି ରେ କାଶୀନଗର ପରିବା ବଜାର ରେ କୌଣସି ଦୋକାନୀଙ୍କ ନିକଟରେ ଆଳୁ ବିକ୍ରି ହେଉ ନ ଥିବାରୁ ବଜାରରୁ ଆଳୁ ପୁରା ଉଭାନ ହୋଇଯାଇଛି.
More Stories
ବାଘଲଟି ଜଳ ପତନରେ ବୃଦ୍ଧି ଚାଷୀକୁଳ ଆନନ୍ଦ
ବିଶ୍ଵନାଥ ପୁର ଠାରେ ରାସ୍ତା ଉପରେ ଗଛ ପଡ଼ି ରାସ୍ତା ଅବରୋଧ
ଲଗାଣ ବର୍ଷାରେ ନୂଆ ଜଗନ୍ନାଥ ସଡ଼କ ବିଛିର୍ଣ୍ଣ