ଦାଦନ ଶ୍ରମିକ ମୃତ୍ୟୁ ସମସ୍ୟା ଗଜପତି ଜିଲ୍ଲା ର ପିଛା ଛାଡୁନି।ପୁଣି ଏକ ଦାଦନ ଶ୍ରମିକ ମୃତ୍ୟୁ ଘଟଣା ଗଜପତି ଜିଲ୍ଲା ରେ ଦେଖିବାକୁ ମିଳିଛି। ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ତରଙ୍ଗଡା ଗ୍ରାମ ପଞ୍ଚାୟତ ଅଣ୍ଡରସିଂ ଗ୍ରାମର ପ୍ରବାସୀ) ଓଡ଼ିଆ ଶ୍ରମିକ ବିକ୍ରମ ଜେନାଙ୍କ ମଝିଆ ପୁଅ ପ୍ରଦୀପ କୁମାର ଜେନା (୩୪ ବର୍ଷ କେରଳ ର ଏର୍ଣାକୁଲମ ଠାରେ ମୃତ୍ୟୁ ବରଣ କରିଛନ୍ତି। ଏନେଇ ଗ୍ରାମବାସୀ ତଥା ମୃତ ପ୍ରଦୀପ କୁମାର ଜେନା ଙ୍କ ପରିବାର ଠାରୁ ଖବର ପାଇ ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ଶ୍ରୀ ରୂପେଶ କୁମାର ପାଣିଗ୍ରାହୀ ମୃତକ ପରିବାର ପ୍ରତି ସମବେଦନା ଜଣାଇବା ପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଅର୍ଥ ପ୍ରଦାନ କରି ଶବ ଏର୍ଣାକୁଲମଠାରୁ ଅଣ୍ଡରସିଂ ଆଣିବା ବ୍ୟବସ୍ଥା କରିଛନ୍ତି।
ଏଥିପାଇଁ ପରିବାର ଓ ଗ୍ରାମବାସୀମାନେ ବିଧାୟକ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।. ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ତରଙ୍ଗଡ଼ା ପଞ୍ଚାୟତ ଅଣ୍ଡରସିଂ ଗ୍ରାମର ପ୍ରଦୀପ ଜେନା ଘର ଭରନ ପସନ ପାଇଁ ଏର୍ଣାକୁଳମ ର ଏକ ହୋଟେଲରେ ଦୀର୍ଘ ବର୍ଷ ହେଲା କାମ କରି ଆସୁଥିଲେ. ଆକଶ୍ମିକ ଗତ ଶନିବାର ଦିନ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା. ସମ୍ପୃକ୍ତ ହଟେଲ କର୍ତ୍ତୃପକ୍ଷ ତାଙ୍କୁ ଏର୍ଣ୍ଣାକୁଲମ ର ଏକ ହସ୍ପିଟାଲରେ ଭର୍ତ୍ତୀ କରିଥିଲେ. ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଦୀପ ଜେନା ଙ୍କ ମୃତ୍ୟୁ ହୋଇଥିଲା. ପୁଅ ର ଦେହ ଖରାପକଥା ଶୁଣି ବାପା ଏର୍ଣ୍ଣାକୁଲମ ଅଭିମୁଖେ ବାହାରିଲେ କିନ୍ତୁ ପୁଅ ର ମୃତ୍ୟୁ ଖବର ଶୁଣି ଅଧା ରାସ୍ତାରେ ଓହ୍ଲାଇ ଗଲେ.
ସେପଟେ ପ୍ରଦୀପ ର ମରସରୀରକୁ ବିମାନ ଯୋଗେ ବିଶାଖାପାଟଣା ଅଣାଯିବ ପରେ ସେଠାରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ନିଜ ଗ୍ରାମକୁ ଆଣିଲେ. ମୃତ୍ୟୁ ଦେହ ପହଁଚିଲା ପରେ ଶେଷକୃତ ସମ୍ପର୍ଣ ହୋଇଛି. ଖବର ପାଇଁ ସରପଞ୍ଚ ଜହଣ ମଣ୍ଡଳ ପ୍ରଦୀପ ଜେନାଙ୍କ ଘରେ ପହଞ୍ଚି ହରିଶ୍ଚନ୍ଦ୍ର ଯଜନା ରେ ତିନି ହଜାର ଏବଂ ଅନୁକମ୍ପାମୂଳକ ସହାୟତା ରାଶି 20ହଜାର ପ୍ରଦାନ କରିଲେ. ଏହି ପରି ଗୁମ୍ମା ବ୍ଲକ ର ଅନେକ ଯୁବକ ମାନେ ନିଜ ପରିବାର କୁ ଖୁସିରେ ରଖିବା ପାଇଁ ବାହାର ରାଜ୍ୟକୁ କାମ କରିବାକୁ ଯାଇ ଯଥା. ତାମିଲନାଡୁ, ହାଇଦ୍ରାବାଦ, ମୁମ୍ବାଇ କେରଳ, ରଜଗାର କରିବାକୁ ଯାଇ ନିଜ ଜୀବନ ହରାଇ ଫେରୁଛନ୍ତି. ଗୁମ୍ମା ବ୍ଲକ ପାଇଁ ଏହା ଏକ ଦୁଃଖର ଘଟଣା ପାଳଟିଛି
More Stories
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।
12-9-2024
କଣ୍ଟାମାଳ ହାଇସ୍କୁଲରେ ସାପ କାମୁଡା ପ୍ରତି ସାବଧାନ କାର୍ଯ୍ୟକ୍ରମ