ନୟାଗଡ଼, ପାଖେଇ ଆସୁଛି ପାର୍ବଣ ଋତୁ । ତେବେ ଗଣେଶ ପୂଜାରେ ଅଘଟଣକୁ ଏଡାଇବା ପାଇଁ ନୟାଗଡ଼ ଟାଉନ ଥାନା ପୋଲିସ ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ପୂଜାରେ ଗଣ୍ଡଗୋଳ ହେଲେ, ପୂଜା କମିଟି ସଭାପତି ଓ ସମ୍ପାଦକଙ୍କୁ ଗିରଫ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । କୋଣସି ଅନୁଷ୍ଠାନ ଗଣେଶ ଙ୍କ ମୂର୍ତ୍ତୀ କୁ ବିକୃତ କରି ପୂଜା କରିବେନି ଯେପରି କୋଣସି ଧର୍ମ ପ୍ରତି କୁଠାରଗାତ ନହୁଏ ସେଥିପ୍ରତି ଧ୍ୟାନ ଦେବା ସହ ଅଶ୍ଳୀଳ ଗୀତ ମେଢ଼ ପାଖରେ ବଜାଇ ପାରିବେନି!ଡିଜେ ମୁକ୍ତ ଭସାଣି ହେବ । ପୁଣି ୬୫ ଡେସିବିଲ ଭିତରେ ମାଇକ ବାଜିବ । ୭ଦିନ ଭିତରେ ହେବ ବିସର୍ଜନ । ପୂଜାରେ ବଡ ଯାନବାହାନ ବ୍ୟବହାର ହେବନି । ରାତି11 ଭିତରେ ଶେଷ କରାଯିବ ସାଂସ୍କୃତିକ କାର୍ଯ୍ୟକ୍ରମ । ଭସାଣୀ ଶୋଭାଯାତ୍ରା ୬ଟା ଭିତରେ ଶେଷ ହେବ । ନିଶା ସେବନ କରି ଶୋଭାଯାତ୍ରାରେ ଭାଗ ନେବାକୁ ବାରଣ କରାଯାଇଛି । ପ୍ରଶାସନର ନିର୍ଦ୍ଦେଶକୁ ଅଣଦେଖା କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦିଆଯାଇଛି । ଏହି ବୈଠକରେ ସହରର ୩୦ଟି ପୂଜା କମିଟି ମଧ୍ୟରୁ ୨୫ କମିଟିର କର୍ମକର୍ତ୍ତା ବୈଠକରେ ଯୋଗ ଦେଇଥିଲେ ।ଟାଉନ ଥାନା ଅଧିକାରୀ ରଶ୍ମି ରଞ୍ଜନ ମହାପାତ୍ର ଓ ଏସ. ଡି. ପିଓ ଉପସ୍ଥିତ ଥିଲେ
More Stories
୧୩୦ ବର୍ଷର ପ୍ରସିଦ୍ଧ ରଥ ଜେନା ସାହିର ଶ୍ରୀ ଶ୍ରୀ ବୀର ଲକ୍ଷ୍ମଣ ରଥର ଶୁଭ ଉନ୍ମୋଚନ
ମାଁ ଙ୍କ ଘଟ ପରିକ୍ରମାରେ ମାନବିକତା ଭୁଲି ଯାଉଛନ୍ତି ପୁଲିସ ଅଧିକାରୀ ଓ କର୍ମଚାରୀ
ଭରସୀ ପାରିଲେନି କି ମନ୍ତ୍ରୀ, ବାଜି ମାରିଲେ ପୁରୁଣା ନେତା