ମହାନଗର ବିଜୁ ଜନତା ଦଳର ପ୍ରସ୍ତୁତି ବୈଠକ
- ଘଡିସନ୍ଧି ମୁହୂର୍ତ୍ତରେ ନବୀନ ବାବୁଙ୍କ ହାତ ମୁଠା ଟାଣ କରିବାକୁ ଆହ୍ବାନ
ବ୍ରହ୍ମପୁର, ୧।୧୦ (ଅଭିଜିତ କର): ସ୍ଥାନୀୟ ବଙ୍ଗାଳୀ ସାହି ଠାରେ ବ୍ରହ୍ମପୁର ମହାନଗର ବିଜୁ ଜନତା ଦଳ ତରଫରୁ ଆସନ୍ତା କାଲି ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବିଜେଡ଼ି ସୁପ୍ରିମୋ ତଥା ପୂର୍ବତନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ନଗର ସଭାପତି ବିଜୟ ଚନ୍ଦ୍ର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଜୁ ଜନତା ଦଳର ନେତା ଓ କର୍ମକର୍ତ୍ତା ମାନଙ୍କୁ ନେଇ ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୨ରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇ ପ୍ରାୟ ଦୁଇ ମାସ ଧରି ଚାଲିବ ଓ ସଭ୍ୟ ସଂଗ୍ରହ କରାଯିବ ବୋଲି ଆଲୋଚନା କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀଯୁକ୍ତ ଡ଼ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିକ୍ରମ କୁମାର ପଣ୍ଡା, ଜିଲ୍ଲା ମହିଳା ସଭାନେତ୍ରୀ ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ ବିବେକ ରେଡ୍ଡୀ, ରାଜ୍ୟ ସମ୍ପାଦକ ସୁବାଷ ଚନ୍ଦ୍ର ମହାରଣା, ଜିଲ୍ଲା ଉପ ସଭାପତି ଜଗନ୍ନାଥ ସାବତ, ଭଗବାନ ଗନ୍ତାୟତ, ଆର୍ ମୁରଲୀ ମୋହନ, ଜୋନ୍ ସଭାନେତ୍ରୀ ମମତା ବିଷୋୟୀ, ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ ମହାପାତ୍ର, ନଗର ଯୁବ ସଭାପତି ଅଜିତ ପଣ୍ଡା, ଦୁର୍ଗା ପ୍ରସାଦ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଗାମୀ କାର୍ଯ୍ୟକ୍ରମ ଉପରେ ବିଭିନ୍ନ ସୂଚନା ଦେଇଥିଲେ ।
ଆସନ୍ତା କାଲି ସକାଳୁ ୮ଘଣ୍ଟା ସମୟରେ ଗାନ୍ଧୀ ନଗର ଛକ ସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରୁ ଏକ ପଦଯାତ୍ରା ବାହାରି ନିକଟସ୍ଥ ଗାନ୍ଧୀ ପାର୍କ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ସଂଜିତ ପାଣିଗ୍ରାହୀ, ଜୋନ୍ ସଭାପତି ଜ୍ୟୋତି ରଞ୍ଜନ ସାହୁ, ଟି ତ୍ରିପତି ପାତ୍ର, ଛାତ୍ର ସଭାପତି ଶୋଭନ୍ ନାୟକ, ମୁକୁନ୍ଦ ଗୌଡ଼, ମମତା ରାୟ, ଭିଷ୍ମାଚାର୍ଯ୍ୟ ଚୌଧୁରୀ, ପ୍ରମୋଦ ମହାରଣା, ଚନ୍ଦ୍ର ମୋହନ ସାହୁ, ସିମାଞ୍ଚଳ ସାହୁ, ଉଦ୍ଧବ ବିଷୋୟୀ, ଜଗନ୍ନାଥ ରାଓ ଆଚାରୀ, ଏମ୍ ତେଜେଶ୍ବର ସ୍ବାମୀ, ସିମାଞ୍ଚଳ ପଟ୍ଟନାୟକ, ମଧୁମିତା ମାଝୀ, କୈଳାସ ବିଷୋୟୀ, ଅମୀତ ଦାସ, ଲୁନା ମହାରଣା, ରାଜେଶ୍ବର ବେହେରା, ଏମ୍ ସୁଜାତା ପାତ୍ର, କମଳ ପାତ୍ର, ମହେଶ ତ୍ରିପାଠୀଙ୍କ ସମେତ ବହୁ ଦଳୀୟ କର୍ପୋରେଟର ଗଣ ଓ ବିଜୁ ମହିଳା, ଯୁବ ଛାତ୍ର ଓ ବିଜୁ ପରିବାରର ବହୁ ସଦସ୍ୟ ସଦସ୍ୟା ଯୋଗଦେଇ ଥିଲେ।
More Stories
25-01-2025
ଔଷଧ ବ୍ୟବସାୟୀ ସଂଘର ମେଗା ରକ୍ତଦାନ ଶିବିର, ୧୮୦ ୟୁନିଟ ରକ୍ତ ସଂଗ୍ରହ
ଫେବୃଆରୀ ୧ ତାରିଖରୁ ବ୍ରହ୍ମପୁର ମହୋତ୍ସବ