ଜାତିର ପିତା ମହାତ୍ମା ଗାନ୍ଧୀ । ଯିଏ ଅହିଂସା ବଳରେ ଦେଶକୁ ସ୍ବାଧୀନ କରି ଆଜି ବି ପ୍ରତିଟି ଭାରତୀୟଙ୍କ ହୃଦୟରେ ବସା ବାନ୍ଧି ରହିଛନ୍ତି । ମରି ବି ସେ ଆଜି ଅମର ହୋଇ ଅଛନ୍ତି । କିନ୍ତୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଅବହେଳିତ, ଅସୁରକ୍ଷିତ ଅବସ୍ଥାରେ ପଡ଼ି ରହିଛି । କେବଳ ସ୍ବାଧିନତା ଦିବସ, ସାଧାରଣତନ୍ତ୍ର ଦିବସ ଏବଂ ଗାନ୍ଧୀ ଜୟନ୍ତୀରେ ପ୍ରତିମୂର୍ତ୍ତିରେ ଫୁଲମାଳ ଗଳାଇ ଫଟୋ ଉଠେଇ ବାହାବା ନେବା ପରେ ବର୍ଷ ସାରା ଭୂଲି ଯାଉଛନ୍ତି । ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ କେହି ଏହି ଗାନ୍ଧୀ ମଣ୍ଡପର ଉନ୍ନତି ପାଇଁ ଚେଷ୍ଠା କରୁ ନାହାନ୍ତି । ବର୍ଷ ସାରା ଏହି ମଣ୍ଡପରେ ସଭା ସମିତି ଠାରୁ ଆରମ୍ଭ କରି ପଥପ୍ରାନ୍ତ ନାଟକ ହେଉଥିଲେ ମଧ୍ୟ ଅନ୍ୟ ସମୟରେ ସତେ ଯେମିତି ଅଲୋଡା ହୋଇପଡିଛି ଏହି ଗାନ୍ଧୀ ମଣ୍ଡପ । ରାସ୍ତା ଉଚ୍ଚତା ସହିତ ମଣ୍ଡପର ଉଚ୍ଚତା ସମାନ ହୋଇଯିବା ଫଳରେ ଏଠାରେ ଗାଇ,ଗୋରୁ, କୁକୁର, ଛେଳିଙ୍କର ଆଡ୍ଡାସ୍ଥଳୀ ପାଲଟିଛି । ମୂର୍ତ୍ତି ଚାରିପଟେ ଖୋଲା ଥିବାରୁ କୁକୁର ଛେଳି ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉପରେ ବସୁଥିବା ମଧ୍ୟ ଦେଖିବାକୁ ମିଳିଛି । ସବୁଠାରୁ ଦୁଃଖ ଏବଂ ପରିତାପର ବିଷୟ ଏହି ଗାନ୍ଧୀ ମଣ୍ଡପର ଉନ୍ନତିକରଣ ନିମନ୍ତେ ୬ ଲକ୍ଷ ୫୦ ହଜାର ଟଙ୍କାର ଅନୁଦାନ ଆସିଥିଲେ ମଧ୍ୟ ବର୍ଷ ବର୍ଷ ଧରି ଏହି ଅନୁଦାନ ପଡ଼ି ରହିଛି । ଅର୍ଥ ଅଭାବରୁ ଅନେକ ସ୍ଥାନରେ ଉନ୍ନତିମୂଳକ କାର୍ଯ୍ୟ ହୋଇ ପାରୁନଥିବା ବେଳେ ଏଠାରେ ଅର୍ଥ ଥାଇ ମଧ୍ୟ ଅବହେଳିତ ଅବସ୍ଥାରେ ପଡ଼ିରହିଛି । ତେବେ ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
More Stories
ବାଘଲଟି ଜଳ ପତନରେ ବୃଦ୍ଧି ଚାଷୀକୁଳ ଆନନ୍ଦ
ବିଶ୍ଵନାଥ ପୁର ଠାରେ ରାସ୍ତା ଉପରେ ଗଛ ପଡ଼ି ରାସ୍ତା ଅବରୋଧ
ଲଗାଣ ବର୍ଷାରେ ନୂଆ ଜଗନ୍ନାଥ ସଡ଼କ ବିଛିର୍ଣ୍ଣ