ଆଗକୁ ଆସୁଛି ଅଗ୍ର ପୂଜ୍ୟ ଶ୍ରୀଗଣେଶ ଙ୍କ ପୂଜା l ସେଥି ପାଇଁ ଚାଲିଛି ବିଭିନ୍ନ ଅଞ୍ଚଳ ରେ ଜୋର ସୋର ରେ ପ୍ରସ୍ତୁତି l ଗଣପତି ଙ୍କ ମୂର୍ତ୍ତି ଗଢିବା ରେ ନିମଗ୍ନ କାରିଗର ମାନେ l ଗାଁ ରେ ମାନଙ୍କ ରେ ମଧ୍ୟ ପୂଜା କମିଟିର କାର୍ଯ୍ୟକର୍ତା ପ୍ରସ୍ତୁତ l ଅଗ୍ରପୂଜ୍ୟ ଙ୍କ ପୂଜା ପାଇଁ ଚାଲିଛି ଜୋର ସୋର ପ୍ରସ୍ତୁତି l ଦିନ ରାତି ଏକ କରି ମୂର୍ତ୍ତି ଗଢିବାରେ ବ୍ୟସ୍ତ ମୂର୍ତ୍ତି କାରିଗର l ବିଭନ୍ନ ପୂଜା ମଣ୍ଡପ ରେ କାରିଗର ମାନେ ମୂର୍ତ୍ତି ତିଆରିରେ ନିମଗ୍ନ l କିଏ ନିଜ ଜିଲ୍ଲାର ତ ଆଉ କେଉଁ କାରିଗର ଅନ୍ୟ ଜିଲ୍ଲା ରୁ ଆସିଛନ୍ତି l ମାଟି ରେ ଗଣେଶଙ୍କ ମୂର୍ତ୍ତି ତିଆରି କରି ଜୀବନ୍ତ କରିବାରେ ବ୍ୟସ୍ତ କାରିଗର l ଗ୍ରାହକ ଙ୍କ ଅଡର ଓ ଡିଜାଇନ ଅନୁସାରେ ତିଆରି ଚାଲିଛି ଭିନ୍ନ ଭିନ୍ନ ଧରଣ ର ଗଣେଶ ମୂର୍ତ୍ତି l ତେବେ କାରିଗର ମାନେ ଧାନ ନଡ଼ା, ସୁତୁଲି, ବାଉଁଶ, ମାଟି ଆଦି ବିଭିନ୍ନ ସାମଗ୍ରୀ ରେ ତିଆରି କରୁଛନ୍ତି ଆକର୍ଷଣୀୟ ମୂର୍ତ୍ତି l ତେବେ ସହର ର ସ୍କୁଲ, କଲେଜ, ବିଭିନ୍ନ ସାହିରେ ପାଳିତ ହୁଏ ଗଣେଶ ପୂଜା l ବିଭିନ୍ନ ଡିଜାଇନ ର ମୂର୍ତ୍ତି ର ବେଶ ଚାହିଦା ରୁହେ l ପୂଜା କମିଟି ଗୁଡିକ ମଧ୍ୟ ତୋରଣ ଅନୁସାରେ ତିଆରି କରନ୍ତି ମୂର୍ତ୍ତି l ତେବେ ଚଳିତ ବର୍ଷ ମଧ୍ୟ ଆଗକୁ ଗଣେଶ ପୂଜା ଆସୁଥିବାରୁ କମିଟି ଓ ଗ୍ରାହକ ଙ୍କ ଚାହିଦା ଅନୁସାରେ ମୂର୍ତ୍ତି ତିଆରି ରେ ବ୍ୟସ୍ତ କାରିଗର l ଏହା ସହ କମିଟି ଗୁଡିକ ମଧ୍ୟ ପୂଜା ପାଇ ବେଶ ପ୍ରସ୍ତୁତ ଥିବା କହିଛନ୍ତି କମିଟି ସଦସ୍ୟ l
ଚଳିତ ପୂଜା ର ତାରିଖ କୁ ଆଖି ଆଗରେ ରଖି କାରିଗର ମାନେ ନିଜ ହାତ ର ଯାଦୁ ରେ କିପରି ଆକର୍ଷଣୀୟ ମୂର୍ତ୍ତି ତିଆରି କରିବେ ଓ ଗ୍ରାହକ ଙ୍କୁ ସମର୍ପଣ କରିବେ ସେ ନେଇ ବେଶ ଚେଷ୍ଟିତ l
More Stories
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।
12-9-2024
କଣ୍ଟାମାଳ ହାଇସ୍କୁଲରେ ସାପ କାମୁଡା ପ୍ରତି ସାବଧାନ କାର୍ଯ୍ୟକ୍ରମ