ଗଣିଆ : ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ବିଡ଼ିଓ ରତନଲାଲ ଲୋହରା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମଧୁସୂଦନ ଦାସ,ରାସଙ୍ଗ ସରପଞ୍ଚ ମାନସ ମହାକୁଡ଼,କମଳା ମହାରଣା ତଥା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଡେଙ୍ଗୁ ନିରାକରଣ ପାଇଁ ବିଭାଗୀୟ ଅଧିକାରୀ ମାନେ ଗାଁ ଗାଁ ବୁଲି ଜନସାଧାରଣଙ୍କୁ ସଚେତନ କରୁଥିବା ବେଳେ ନିଜ ଘର ଚାରିପାଖ ପରିସ୍କାର ପରିଚ୍ଛନ୍ନ ରଖିବା ସହିତ ପାଣି ଜମା ନରଖିବାକୁ ସ୍ବାସ୍ଥ୍ୟ ଅଧିକାରୀ ପରାମର୍ଶ ଦେଇଥିଲେ। । ନିୟମିତ ମଶାରୀ ଟାଙ୍ଗୀ ଶୋଇବା ସହିତ ପୁରା ଦେହକୁ ଘୋଡାଇ ରଖିବା ଭଳି ପୋଷାକ ପିନ୍ଧିବା ଆବଶ୍ୟକ । ଏହି ଅବସରରେ ଏକ ଡେଙ୍ଗୁ ସଚେତନତା ରଥ ଉଦଘାଟନ କରାଯାଇଥିଲା । ଏହି ରଥ ଗଣିଆ ବ୍ଳକର ବିଭିନ୍ନ ସ୍ଥାନ ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ କରିବା ବୋଲି ଅତିରିକ୍ତ ବିଡ଼ିଓ ପ୍ରକାଶ କରିଛନ୍ତି ।
More Stories
ବିଧାୟକଙ୍କ ଅନୁଦାନରେ କମ୍ୟୁନିଟି ହଲ ନିର୍ମାଣ ପାଇଁ ଭୂମି ପୂଜନ
ତାରାଦେବୀଙ୍କ ଯାତ୍ରାର ପଞ୍ଚମୁଖ ହନୁମାନ କଳାକୁଞ୍ଜର ଭସାଣି ଶୋଭାଯାତ୍ରା
ୱାର୍ଡବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଆଧାର କେନ୍ଦ୍ର ବ୍ୟବସ୍ଥା କଲେ ଧିରେଶ