କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଖୋଦ୍ ଗୋଲାମୁଣ୍ଡା ପଞ୍ଚାୟତର ଅଧୀନରେ ଥିବା ଭେଣ୍ଡ ଛକ ଠାରୁ ଶିବ ମନ୍ଦିର ରାସ୍ତା ମରଣ ଜନ୍ତା ପାଲଟିଛି ଓ ଅବ୍ୟବସ୍ଥା ଘେରରେ ଗତି କରୁଛି । ଏହି ରାସ୍ତା ଶିବ ମନ୍ଦିର ଠାରୁ ଭେଣ୍ଡ ଛକ ଦେଇ ଗୋଲାମୁଣ୍ଡା ର ମୁକ୍ଷ୍ୟ ରାସ୍ତା କୁ ସଂଯୋଗ କରୁଛି । ଏହାର ଦୂରତା ପ୍ରାୟ ୬୦୦ ମିଟର ଭିତରେ ଅବସ୍ଥିତ ।ଏହି ରାସ୍ତା ଆଣ୍ଠୁଏ କାଦୁଅ ରେ ଭର୍ତ୍ତି ଓ ଯାତାୟାତ କରିବାରେ ସମ୍ପୂର୍ଣ୍ଣ ଭାବେ ଜନସାଧାରଣ ଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ରାସ୍ତାଟି ତିଆରି ହୋଇ ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ ସମୟ ହେଲାଣି ଓ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିଲେ ସୁଦ୍ଧା ଏ ଯାଇଁ ପଞ୍ଚାୟତ ଓ ବ୍ଲକ୍ ପ୍ରଶାସନ ଜାଣିଶୁଣି ଧୃତରାଷ୍ଟ୍ର ଭଳି ଅଭିନୟ କରୁଛନ୍ତି । ଯେତେବେଳ ରାସ୍ତାଟି ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ି ଚୂରମାର ହୋଇ ଗାତ ସୃଷ୍ଠି କରି କାଦୁଅରେ ପରିଣତ ହୋଇଛି ତଥାପି ପ୍ରଶାସନ କୌଣସି ପଦକ୍ଷେପ ନନେଇ କୁମ୍ଭକର୍ଣ୍ଣ ଭଳି ନିଦ୍ରାରେ ସୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଉକ୍ତ ରାସ୍ତାରେ ଦୈନନ୍ଦିନ ନିର୍ଭର କରୁଥିବା ସ୍ଥାନୀୟ ଜନସାଧାରଣ ଙ୍କୁ ଏଯାଇଁ କୌଣସି ସୁଫଳ ନମିଳିବାରୁ ବିଭିନ୍ନ ଗଣମାଧ୍ୟମ ନିକଟରେ ତାଙ୍କରି ଦୁଃଖ ଜନାଇବାସହ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଯେ ତୁରନ୍ତ ପଞ୍ଚାୟତ ଓ ବ୍ଲକ ପ୍ରଶାସନ ଏହାର ତଦନ୍ତ କରି ଉଚିତ୍ ପଦକ୍ଷେପ ଗ୍ରହଣ ନକରନ୍ତି ତାହାହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ପୁଷ୍ପାଞ୍ଜଳି ରାଉତ , ଶ୍ରୀୟା ଅଧିକାରୀ ଓ କାଲିଆ ମାଝୀ ପ୍ରମୁଖ ରୋକ୍ ଠୋକ୍ ଭାବେ ଚେତାବନୀ ଦେଇଛନ୍ତି ।
More Stories
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।
12-9-2024
କଣ୍ଟାମାଳ ହାଇସ୍କୁଲରେ ସାପ କାମୁଡା ପ୍ରତି ସାବଧାନ କାର୍ଯ୍ୟକ୍ରମ