Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ଗଞ୍ଜାମ ଜିଲ୍ଲା ଯୁବ ମୋର୍ଚା ପକ୍ଷରୁ ଗୋପାଳପୁର ନିର୍ବାଚନ ମଣ୍ଡଳୀ ରେ ତ୍ରିରଙ୍ଗା ଶୋଭାଯାତ୍ରା

Spread the love

ରଙ୍ଗେଈଲୁଣ୍ଡା : ଆଜି ଗଞ୍ଜାମ ଯୁବମୋର୍ଚା ଓ ଗୋପାଳପୁର ଯୁବମୋର୍ଚା ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା!ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନିର୍ଦେଶ କ୍ରମେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା!ପ୍ରତେକ ସାଧାରଣ ନାଗରିକ ଙ୍କୁ ଦେଶପ୍ରେମ ରେ ଉଦବୁଦ୍ଧ ହେବା ନିମନ୍ତେ ଏହା ପ୍ରେରଣା ଯୋଗାଇବା ଏହି ଶୋଭାଯାତ୍ରା ର ମୂଳ ଲକ୍ଷ୍ୟ!ଆଜି ମାନ୍ୟବର ପରିବହନ ଓ ଇସ୍ପାତ ଏବଂ ଖଣି ମନ୍ତ୍ରୀଶ୍ରୀ ବିଭୁତି ଭୂଷଣ ଜେନା ଙ୍କ ଗୋଲନ୍ଥରା ସ୍ଥିତ ବନ୍ଦେ ମାତରଂ ବାସ ଭବନ ଠାରୁ ସହ ସହ ସଂଖ୍ୟା ରେ ବାଇକ ରାଲି ବାହାରି ରଣ୍ଢା କନିସି, ହଳଦିଆ ପଦର, ଆଂକୁଲି ଦେଇ ଗୋପାଳପୁର ଠାରେ ଶେଷ ହୋଇଥିଲା!ଆଜିର ଉକ୍ତ କାର୍ଯ୍ୟକ୍ରମ ରେ ବିଜେପି ଜିଲ୍ଲା ଉପସଭାପତି ଗଙ୍ଗାଧର ଶତପଥୀ, ଜିଲ୍ଲା ଯୁବମୋର୍ଚା ସଭାପତି ଶିବ ଶଙ୍କର ନାୟକ, ରାଜ୍ୟ ଯୁବମୋର୍ଚା ସମ୍ପାଦକ ତୁତୁନ ପାତ୍ର,କନିସି ମଣ୍ଡଳ ସଭାପତି ସନତ କୁମାର ନାୟକ, ଯୁବ ନେତା ସୁନୀଲ ପାତ୍ର, କୋଲଥୀ ଗାଁ ସରପଞ୍ଚ ଜଗମୋହନ ପାତ୍ର, ଗୋଲନ୍ଥରା ମଣ୍ଡଳ ସଭାପତି ଗୋପୀନାଥ ମହାରଣା,ବରିଷ୍ଠ ନେତା ରାଜେଶ ସାହୁ, ବରିଷ୍ଠ ନେତା ବିନୋଦ ଚନ୍ଦ୍ର ମିଶ୍ର,ଲୋଚାପଡା ସରପଞ୍ଚ ଏଲ, ମୋହନ ଦାସ, ରଜତ ପଣ୍ଡିତ, ଯୁବ ନେତା ଅଶ୍ୱିନୀ ପାତ୍ର, ଶିବ ପ୍ରସାଦ ଦଳାଇ, ସମାଜସେବୀ ନୋକା ପାତ୍ର, ଗୌରୀ ଶଙ୍କର ସାମନ୍ତରାୟ, ମିଟୁ ସାହୁ, ବିକ୍ରମ ଦାସ ଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇ ଥିଲେ!

error: Content is protected !!
Breaking News