ପାଟଣା: ଦିନକୁ ଦିନ ଗୋ ଚାଲାଣ ବୃଦ୍ଧି ହେବାରେ ଲାଗିଥିବା ବେଳେ ଗତ କାଲି ରାତ୍ର ପ୍ରାୟ ୧୧ଟା ପାଖା ପାଖି ସମୟରେ ପାଟଣା ଥାନା ମାଛଗଡ଼ ପଞ୍ଚାୟତ ସୁନାରିପଶି ଗ୍ରାମର ନିକଟରେ ଦାରା ସେନା ପକ୍ଷରୁ ଏକ ଗୋରୁ ବୋଝେଇ ପିକ୍ଅଫ ଭ୍ୟାନ ଗାଡ଼ି କୁ ଅଟକ ରଖାଯାଇଥିଲା । ଦାରା ସେନା ପକ୍ଷରୁ ପାଟଣା ଥାନା କୁ ଖବର ଦେବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଗୋରୁ ବୋଝେଇ ଗାଡ଼ି ଓ ଗାଡ଼ି ଡ୍ରାଇଭର କୁ ଅଟକ ରଖିଛି । ଦୈନିକ ଏହି ରାସ୍ତା ରେ ଗୋ ମାଫିଆ ମାନେ ବିଭିନ୍ନ ଗାଡି ରେ ଗୋ ଚାଲାଣ କରୁଥିବା ବେଳେ ଗତ ରାତିରେ ସ୍ଥାନୀୟ ଦାରା ସେନା ପକ୍ଷରୁ ଗାଡି କୁ ଅଟକ ରଖି ଯାଞ୍ଚ କରାଯାଇଥିଲା। ଗାଡି ରେ ଗୋ ଚାଲାଣ ହେଉଥିବା ଜଣାପଡିବା ପରେ ଗାଡ଼ି ସହ ଚାଳକ ସହ ୨ ଜଣଙ୍କୁ କେଶ ନଂ ୨୮୪/୨୦୨୪ ମୂଳେ ଆଜି ଗିରଫ କରାଯାଇଛି । ଗିରଫ ଦ୍ବୟ ଆନନ୍ଦପୁର ଥାନା ଅନ୍ତର୍ଗତ ମୋଚିନ୍ଦା ଗ୍ରାମର ଲକ୍ଷ୍ମୀଧର ସାହୁ(୩୮) ଓ ଶାଳବଣୀ ଗ୍ରାମର ଚନ୍ଦନ କୁମାର ଜେନା(୨୭)ବୋଲି ଜଣାପଡିଛି। ଗିରଫ ଦ୍ବୟ ଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜବତ ଗୋରୁ ଗୁଡ଼ିଙ୍କୁ କରଞ୍ଜିଆ ଗୋଶାଳା ରେ ଛଡାଯାଇଛି। ଗାଡିରେ ମୋଟ ୧୨ ଟି ଗୋରୁ ଥିବା ଥାନା ଅଧିକାରୀ ବିବତ୍ସ ପ୍ରଧାନ ସୂଚନା ଦେବା ସହ ପିକଅପ କୁ ଜବତ କରାଯାଇଥିବା କହିଛନ୍ତି।
More Stories
ଜିଲ୍ଲା କଂଗ୍ରେସର ପ୍ରସ୍ତୁତି ବୈଠକ ଓ ସାମ୍ବାଦିକ ସମ୍ମିଳନୀ
ବ୍ରହ୍ମପୁରରେ କାଳବୈଶାଖୀର କରାଳ ତାଣ୍ଡବ
ଆସିଲା ଆଜ୍ଞାମାଳ, ସ୍ଥାପନ ହେଲା ଶୁଭଖୁଣ୍ଟି, ଘୋଷଣା ହେଲା ଯାତ୍ରା ତାରିଖ