ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ନିଶା ମୁକ୍ତ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଗୁମ୍ମା ପଂଚାୟତ ସମିତି ଓ ଜିଲ୍ଲା ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ମିଳିତ ସହଯୋଗରେ ନିଶା ମୁକ୍ତ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସ୍କୁଲ ପିଲାଙ୍କ ଦ୍ଵାରା ଗ୍ରାମ ପରିକ୍ରମା କରାଯିବା ପରେ ଗୁମ୍ମା ବ୍ଲକ ସଦଭାବନା ସଭା ଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପସ୍ଥିତ ସମସ୍ତେ ନଶା ମୁକ୍ତ ଭାରତ ଗଢ଼ିବା ପାଇଁ ଶପଥ ଗ୍ରହଣ କରିଥିଲେ। ଗୁମ୍ମା ବ୍ଲକ ସାମାଜିକ ସୁରକ୍ଷା ବିଭାଗର କର୍ମକର୍ତ୍ତା ମାନେ ଏହି ବୈଠକ କୁ ପରିଚାଳନା କରିବା ସହ ନିଶା ର ଅପକରିତା ବିଷୟରେ ଆଲୋକପାତ କରିଥିଲେ।ଗୁମ୍ମା ରୁ ନିରଜ କୁମାର ଷଡ଼ଙ୍ଗୀ ଙ୍କ ରିପୋର୍ଟ
More Stories
25-01-2025
ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆଙ୍କ ନୂଆପଡ଼ା ଗସ୍ତ
13.01.2025