ଗୁଣ୍ଡିଚା ମନ୍ଦିର ରୁ ଲକ୍ଷାଧିକ ଟଙ୍କା ର ସରଞ୍ଜାମ ଚୋରି

Spread the love

ମୋରଡ଼ା : ମୟୂରଭଞ୍ଜ ଜିଲ୍ଳା ମୋରଡା ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ବାରମ୍ବାର ଚୋରି ହେଉଥିବା ଅଭିଯୋଗ ସାମ୍ନାକୁ ଆସୁଛି । ଗୋଟିଏ ଦିନ ତଳେ ବିଳମ୍ବିତ ରାତିରେ ଚିତ୍ରଡା ଗୁଣ୍ଡିଚା ମନ୍ଦିର ର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ର ସରଞ୍ଜାମ ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ମନ୍ଦିର ର ପୂଜକ ମଦନମୋହନ ପଣ୍ଡା । ସୁଚନା ଅନୁସାରେ ବିଳମ୍ବିତ ରାତିରେ ଚୋରମାନେ ମନ୍ଦିରର ପାଚେରୀ ଡେଇଁ ମନ୍ଦିରର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କା ର ସରଞ୍ଜାମ ଚୋରି କରିଛନ୍ତି । ଚୋରି କରିବା ସହିତ ମନ୍ଦିରରେ ଥିବା ଶିବ ଲିଙ୍ଗ କୁ ଉଠାଇ ମନ୍ଦିର ର ଏକ କୋଣ ଆଡକୁ ପକାଇ ଦେଇଥିବା ଜଣାପଡିଛି । ଅପରପକ୍ଷରେ ମୋରଡା ଥାନା ଅଞ୍ଚଳ ରେ ଦିନ କୁ ଦିନ ଚୋରି ବଢ଼ି ଚାଲିଛି । ଯେଉଁଠି ଚୋର ମାନେ ମନ୍ଦିର କୁ ଛାଡ଼ୁ ନାହାନ୍ତି ତଥା ଠାକୁର କୁ ଭୟ ନାହଁ ସେଠାରେ ସାଧାରଣ ଲୋକେ କେତେ ସୁରକ୍ଷିତ ବୋଲି ପ୍ରଶ୍ନ କରିଛନ୍ତି ପୂଜକ । ପୋଲିସ ର ନିଷ୍କ୍ରିୟତା ଯୋଗୁଁ ବାରମ୍ବାର ଚୋରି ହେଉଥିବା କହିଛନ୍ତି ଭଞ୍ଜସେନା ମୋରଡା ବ୍ଲକ ସଭାପତି ପରିତୋଷ ବାରିକ ।

You may have missed

error: Content is protected !!
Breaking News