ଗୁଣପୁର : ଦୀର୍ଘ ଦିନର ପ୍ରତୀକ୍ଷା ପରେ ସ୍ଥାନୀୟ ବାଉରୀ ସାହିରେ ୭ ବର୍ଷ ପରେ ଦୁର୍ଗା ପୂଜା ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ମଙ୍ଗଳବାର ଦିନ ତୁଳସୀ ମଣ୍ଡପ ଠାରେ ପାରମ୍ପରିକ ରୀତିରେ ପୂଜା ଅର୍ଚ୍ଚନା କରାଯାଇ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ବାଉରୀ ସାହିର ଦୁର୍ଗା ପୂଜା ପାଇଁ ସହରବାସୀ ଅପେକ୍ଷା କରି ରହିଥାନ୍ତି। ସ୍ଥାନୀୟ ଚିତ୍ରଶିଳ୍ପୀ ମାନଙ୍କ ଦ୍ଵାରା ପ୍ରସ୍ତୁତ କଳାକୃତି ସମସ୍ତଙ୍କ ମନ ସାତ ଦଶନ୍ଧି ଧରି ଜିଣି ଆସିଛନ୍ତି । ଏଥିପାଇଁ ବାଉରୀ ସାହିର ଦୁର୍ଗା ପୂଜା ଆୟୋଜନ ହେଲେ ଗୁଣପୁର ସହର ଉତ୍ସବ ମୁଖର ହୋଇ ଉଠେ। ଆଜିର କାର୍ଯ୍ୟକ୍ରମରେ ପୂଜକ ଭାବେ ଲୋକନାଥ ଷଡ଼ଙ୍ଗୀ ଓ କର୍ତା ରୂପେ ମାଲି ସୁରେଶ ଦାୟିତ୍ବ ନିର୍ବାହ କରିଥିଲେ। ଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମରେ ଦୁର୍ଗା ପୂଜା କମିଟିର ସଭାପତି ଶ୍ରୀନିବାସ ବାଉରୀ, କାଉନସିଲର ପ୍ରମୋଦ କୁମାର ଦାସ,ପୂର୍ଣ୍ଣ ଚନ୍ଦ୍ର ବାଉରୀ,ପ୍ରମୋଦ ପଟନାୟକ, ଟୁଟୁ ପାଢ଼ୀ,ଚନ୍ଦ୍ର ମୌଳି,ଗଣେଶ ବାଉରୀ,ଭାସ୍କର ବାଉରୀ,ତରୁଣ ସାହୁ,ଶିବରାମ କ୍ରିଷ୍ଣା, ସୁରେଶ, ଲାଲା,ଶିବା,ପାଞ୍ଚ ବାଉରୀ ସାହି, ଆଗ୍ରହାରମ ସାହି,ରାଜା କୋଲେନିର ଶ୍ରଦ୍ଧାଳୁ ମାନେ ଉପସ୍ଥିତ ରହିଥିଲେ।
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ