ଗୁରୁ ଦିବସରେ ଆଦର୍ଶ ପ୍ରଧାନ ଶିକ୍ଷକ ସ୍ଵର୍ଗତ ଦ୍ୟୁତିକୃଷ୍ଣ ମିଶ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

Spread the love

ଗଞ୍ଜାମ : ଗଞ୍ଜାମ ବ୍ଲକର ଏକ ନିପଟ ମଫସଲ ଗ୍ରାମ ତାରିଣୀ ପଲ୍ଲୀରେ ଗୁରୁଙ୍କ ପ୍ରତି ଶିଷ୍ୟଙ୍କ ମଧ୍ଯରେ ରହିଥିବା ଅନାବିଳ ସମ୍ମାନ,ସ୍ନେହ ଶ୍ରଦ୍ଧା ସମ୍ପର୍କର ମହତ୍ବତାର ସ୍ବଷ୍ଟ ଚିତ୍ର ଦେଖିବାକୁ ମିଳିଛି | ଗ୍ରାମରେ ଶିକ୍ଷା ଆଉ ସ୍ବାସ୍ଥ୍ୟର ଉନ୍ନତି ଦିଗରେ ଗୁରୁଙ୍କ ଏପରି ମହାନତା ରହିଥିଲା ଯେ ତାଙ୍କ ମୃତ୍ୟୁ ପରେ ମଧ୍ଯ ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ତାହାକୁ ଭୂଲି ନପାରି ଝୁରି ହେଉଛନ୍ତି | ଗୁରୁଙ୍କୁ ଆଦର୍ଶକୁ ସର୍ବଦା ପାଖରେ ପାଇବା ଉଦ୍ଧେଶ୍ୟ ନିମନ୍ତେ ଗାଁ ମଝିରେ ନିଜର ଆଦର୍ଶ ପ୍ରଧାନ ଶିକ୍ଷକ ସ୍ବର୍ଗତ ଦ୍ବୁତିକ୍ରୁଷ୍ଣ ମିଶ୍ରଙ୍କ ଏକ ପ୍ରତିମୂର୍ତ୍ତୀ ନିର୍ମାଣ କରିବା ସହ ପୂଜାର୍ଚ୍ଚନା କରିଛନ୍ତି | ଏହି ଘଟଣା ସମଗ୍ର ଛାତ୍ର ସମାଜ ଲାଗି ଏକ ବିରଳତାର ଉଦାହରଣ ସୃଷ୍ଠି କରିବା ସହ ଛାତ୍ରସମାଜ ଉପରେ ଗୁରୁଙ୍କ ପ୍ରତି ସଦ ସର୍ବଦା ସମ୍ମାନ ରହିବା ନିମନ୍ତେ ସବୁବେଳେ ମନେ ପକେଇଦେବ। ସ୍ବର୍ଗତ ମିଶ୍ର ୧୯୪୭ ମସିହା ଡିସେମ୍ବର ୧ ରେ ଜନ୍ମ ଗ୍ରହଣ କରିଥିବା ବେଳେ୨୦୨୩ ମସିହା ଜୁନ ୧୩ ରେ ପୁରୁଷୋତ୍ତମପୁର ରଥସାହିସ୍ଥିତ ନିଜ ବାସଭବନରେ ଶେଷନିଶ୍ବାସ ତ୍ଯାଗ କରିଥିଲେ | ତାଙ୍କର ଏହି ଶିକ୍ଷକତାର ଜୀବନ କାଳରେ ୧୯୭୧ ମସିହାରୁ ୨୦୦୫ ମସିହା ପର୍ଯ୍ଯନ୍ତ ଦିର୍ଘ ୩୪ ବର୍ଷଧରି ଏହି ତାରିଣି ପଲ୍ଲୀ ଗ୍ରାମରେ ଥିବା ପ୍ରାଥମିକ ସ୍କୁଲରେ ଶିକ୍ଷକତା କରିଥିଲେ | ଏହି ସମୟ ମଧ୍ଯରେ ବିଭିନ୍ନ ଅସୁବିଧା ସତ୍ତ୍ୱେ ଘର ଘର ବୁଲି ଛାତ୍ରଛାତ୍ରୀଙ୍କୁ ଡାକି ଶିକ୍ଷା ଦାନ ସାଙ୍ଗକୁ ଚରିତ୍ର ଗଠନ ନିମନ୍ତେ ପ୍ରୟାସ କରିଥିଲେ। କେବଳ ଶିକ୍ଷତାରେ ସେ ସିମିତ ନଥିଲେ ସେ ନିଜର ମ୍ରୁତ୍ଯୁ ପର୍ଯ୍ଯନ୍ତ ପ୍ରତ୍ଯହ ଏହି ଗ୍ରାମକୁ ଆସି ଘରକୁ ଘର ବୁଲି ଗରିବ ଲୋକଙ୍କୁ ଚିକିସା କରି ସ୍ବାସ୍ଥ୍ଯସେବା ଯୋଗାଇବାରେ ଲାଗିଥିଲେ |

ଏଭଳି ମହତ କାର୍ଯ୍ଯଲାଗି ସେ ଗ୍ରାମବାସୀଙ୍କ ମନରେ ଅମର ହୋଇ ରହିଯାଇଥିବାର ଗ୍ରାମବାସୀ କହିଛନ୍ତି | ଏହି ଗୁରୁଦିବସ ଉତ୍ସବରେ ନୌସେନାର ଅବସରପ୍ରାପ୍ତ କର୍ମଚାରୀ ପୁରାତନଛାତ୍ର ରମାକାନ୍ତ ସାହୁ ପୌରହିତ୍ଯ କରିଥିବାବେଳେ ମୂଖ୍ଯ ଅତିଥିଭାବେ ଖଣ୍ଡଦେଉଳୀ ସହିଦ ଭଗତସିଂ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମିନତି ପଟ୍ଟନାୟକ,ମୁଖ୍ୟ ବକ୍ତା ଭାବେ ଓଡ଼ିଶା ସାମ୍ବାଦିକ ସଂଘ ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରା, ସ୍ଵତନ୍ତ୍ର ଭାବେ ନିମନ୍ତ୍ରିତ ଅତିଥି ଭାବେ ସ୍ବର୍ଗତ ଶିକ୍ଷକଙ୍କ କନିଷ୍ଠ ପୁତ୍ର ଆଇନଜୀବୀ ତଥା ସମ୍ବାଦିକ ସିମାଞ୍ଚଳ ମିଶ୍ର, ସମ୍ମାନିତ ଅତିଥି ରୂପେ ଶିକ୍ଷାବିତ୍ ଡି ଶୁକ୍ରୁ ପ୍ରଧାନ, ଓଡ଼ିଶା ସାମ୍ବାଦିକ ସଂଘ ରାଜ୍ୟ ସବ କମିଟି ମହିଳା ଆବାହିକା ବିଜଲକ୍ଷ୍ମୀ ମହାଙ୍କୁଡ, ଶିକ୍ଷକ ରଇବାରୀ ବେହେରା,ଜୟବେହେରା, ଯୋଗଦେଇଥିଲେ। ସମସାମୟିକ ଶିକ୍ଷକ ଶ୍ରୀଭାସ୍କର ସିଠ ସ୍ବର୍ଗତ ମିଶ୍ରଙ୍କ ପ୍ରତିମୂର୍ତ୍ତୀକୁ ଉନ୍ମୋଚନ କରିଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ ଶିକ୍ଷା ଗ୍ରହଣ ସାଙ୍ଗକୁ ଉତ୍ତମ ଚରିତ୍ର ଗଠନ କରି ନିଜନିଜର ଭବିଷ୍ୟତ ଗଢିତୋଳିବା ଲାଗି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ | ଏହାକୁ ଡି. ଦେବହରି ରେଡି, ଦୀପକ ସାହୁ,ସିମାଞ୍ଚଳ ରେଡି,କୈଳାଶ ସେଠୀ,ୟୁ ଚୈତନ୍ୟ ରେଡ୍ଡୀ, ରବୀନ୍ଦ୍ର ଗୌଡ଼,ସୁରେନ୍ଦ୍ର ଗୌଡ଼,ବାବୁ ନାହାକ, ପ୍ରଶାନ୍ତ ମହାପାତ୍ର, ନୀଳାଚଳ ସେଠୀ,ନିରାକାର ମହାରଣା ସନ୍ତୋଷ ଗୌଡ଼,ମିଥୁନ ମହାପାତ୍ରଙ୍କ ସମେତ ସମସ୍ତ ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ପରିଚାଳନା କରିଥିଲେ| ଏହି ଅବସରରେ ଗ୍ରାମରେ ଅତିଥି ମାନଙ୍କ ଦ୍ବାରା କାର୍ଯ୍ୟକ୍ରମ ପ୍ରାରମ୍ଭରେ ଚାରାରୋପଣ କରାଯାଇଥିବା ବେଳେ ଶେଷ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାନେ ସାଂସ୍କୁତିକ କାର୍ଯ୍ଯକ୍ରମ ପରିବେଷଣ କରିଥିଲେ|

error: Content is protected !!
Breaking News